Mar 8, 2024, 08:53 IST

ବିଜୟ ମହାପାତ୍ର ଙ୍କ ପୁଅ କୁ ଗୁରୁ ଦାୟିତ୍ବ ଦେଲେ ନବୀନ..ହଉ ବ୍ୟସ୍ତ ହୁଅନି, ତମେ କେନ୍ଦ୍ରାପଡା ସମ୍ଭାଳ...

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ନେଉଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।
Vv
ଆଉ ନବୀନ ବି ହସି ହସି ଅରବିନ୍ଦଙ୍କୁ ତାଙ୍କ ଦଳକୁ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଛନ୍ତି । ଏଥିସହ ପୁଅ ମାଧ୍ୟମରେ ବିଜୟଙ୍କୁ ମଧ୍ୟ ଶୁଭେଛା ଜଣାଇଛନ୍ତି ନବୀନ । ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା ବିଜୟ ମହାପାତ୍ର ଓ ତାଙ୍କ ପୁଅ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ।
ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଜୟ ମହାପାତ୍ର ଯୋଗ ଦେଇନଥିଲେ ବି ବିଜେଡିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି, ପୁଅ ଅରବିନ୍ଦ ମହାପାତ୍ର ।
Hh
ନବୀନ ନିବାସରେ, ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିିତିରେ, ସେ ଓ ତାଙ୍କର ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ସାମିଲ ହେବା ପରେ, ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କ ସହ ପ୍ରତିକ୍ରିୟା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଟକୁରା ଓ କେନ୍ଦ୍ରାପଡ଼ାର ବିକାଶ ପାଇଁ ଯାହା ଦାୟିତ୍ୱ ମିଳିବ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି ଅରବିନ୍ଦ।ବିଜୁଙ୍କ ଏକାନ୍ତ ଅନୁଗତଙ୍କ ମଧ୍ୟରେ ରହିଥିଲେ ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ଦିଲ୍ଲୀପ ରାୟ ।ଯେଉଁମାନେ ନାଟକୀୟ ମୋଡରେ ବିଜେଡିରୁ ବାହାରି ଯାଇଥିଲେ।
କିନ୍ତୁ ସମୟ ବଦଳିବା ସହିତ ରାଜନୈତିକ ସମୀକରଣ ବଦଳିଛି। ଆଉ ଏବେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତି, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି। ଆଗକୁ ମଧ୍ୟ ଦିଲ୍ଲୀପ ରାୟଙ୍କ ପୁଅ ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି।

Advertisement