Mar 8, 2024, 09:44 IST

ନବୀନ ବାବୁ ଆମେ ଦୁଇ ବୁଢ଼ା ବୁଢ଼ୀ.. ଆମ ଭତ୍ତା ପଇସା ଖାଇଲା କିଏ...?

Vv

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଭାଙ୍ଗି ପଡ଼ିଛି ଘରର କାନ୍ଥ ଆଉ ଚାଳ। ଓଳିଏ ଖାଇଲେ ଓଳିଏ ଓପାସ ରେ ବଞ୍ଚି ରହୁଛନ୍ତି ଲୋକମାନେ।ବହୁତ ଦୁଃଖ କଷ୍ଟ ରେ ବିତୁଛି ସମସ୍ତଙ୍କ ଜୀବନ। ଯୁବାଅବସ୍ଥା ଯିବା ପରେ ଏକ ମାତ୍ର ସାହାରା ହେଉଛି ସେହି ବାର୍ଦ୍ଧକ୍ୟ ଭତ୍ତା।
ହେଲେ ଭତ୍ତା ମିଳିବାର ଦୂରର କଥା ଯେତେବେଳେ ଭତ୍ତା ପାଇଁ ଯାଉଛନ୍ତି କେହି ବି ଆଡ ଆଖିରେ ଚାହୁଁ ନାହାଁନ୍ତି।ଓଲଟା ଭତ୍ତା ପାଇଁ ଗଲେ ଉତ୍ତର ରେ ଶୁଣିବାକୁ ମିଳୁଛି "ଆମ ଇଚ୍ଛା ହେଲେ ଆମେ ଭତ୍ତା ଦେବୁ,ନହେଲେ ନାହିଁ"। 
Vv
ଯାହାକୁ ଶୁଣି ଶେଷରେ ନିରାଶ ହୋଇ ଫେରୁଛନ୍ତି ଲୋକମାନେ।ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମର କିଛି ଲୋକମାନେ। ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସରକାର ଙ୍କ ତରଫରୁ ପ୍ରତି ମାସ ରେ କିଛି ଭତ୍ତା ମିଳିଥାଏ।
ଆଉ ସେହି ଭତ୍ତା କୁ ଗାଁ ର ପଞ୍ଚାୟତ ଅଫିସ ରେ ଦିଆଯାଇଥାଏ।ହେଲେ କିଛି ଅଫିସର ଙ୍କ ଯୋଗୁ ଏହି ଭତ୍ତା ବୃଦ୍ଧ ବୃଦ୍ଧା ଙ୍କ ନିକଟ ରେ ପହଞ୍ଚି ପାରୁ ନାହିଁ।ଫଳରେ ବହୁତ ଦୁଃଖ କଷ୍ଟ ରେ ଜୀବନ କାଟୁଛନ୍ତି ବୃଦ୍ଧା ଓ ବୃଦ୍ଧ ମାନେ।ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ମୁରୁସୁଆଁ ଗ୍ରାମରେ।
Yy
ଶୁଣିବାକୁ ମିଳୁଛି ଏଠାରେ ଥିବା ଅଫିସର ମାନେ ନିଜ ମନମାନି କରି ଶାସନ କରୁଛନ୍ତି।ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ଆସୁଥିବା ସମସ୍ତ ଭତ୍ତା କୁ ସେମାନଙ୍କୁ ଦିଆ ଯାଉ ନାହିଁ।ଆଉ ଭତ୍ତା ଲାଗି ଯେତେବେଳେ ବୃଦ୍ଧ ବୃଦ୍ଧା ମାନେ ଗୁହାରି କରୁଛନ୍ତି ସେତେବେଳେ ଉତ୍ତର ରେ ଆମ ଇଚ୍ଛା ହେଲେ ଆମେ ଭତ୍ତା ଦେବୁ,ନହେଲେ ନାହିଁ ବୋଲି କହିଛନ୍ତି।
କେବଳ ଏତିକି ନୁହେଁ ଭତ୍ତା ଲାଗି ସରପଞ୍ଚ ଙ୍କୁ କହିଲେ ମଧ୍ୟ ସରପଞ୍ଚ ତୁମର ଭତ୍ତା ହେବ ନାହିଁ ବୋଲି କହୁଛନ୍ତି।ପଞ୍ଚାୟତ ଅଫିସ ଗଲେ ସଠିକ୍ ଉତ୍ତର ମଧ୍ୟ ମିଳୁନାହିଁ।

Advertisement