Dec 2, 2023, 11:13 IST

ନବ ଙ୍କ ଝିଅ ଙ୍କୁ ଲାଗିଲା ଜବର ଦସ୍ତ ଝଟକା, ଲୋକେ ଏମିତି ବିରୋଧ କଲେ ଯେ ଭାଇ ଭଉଣୀ ଆସି ପାରିଲେନି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପଶ୍ଚିମ ଓଡ଼ିଶା ବିଜେଡ଼ିକୁ ଦଖଲର ସ୍ବପ୍ନ ଦେଖୁଥିବା ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସ ଙ୍କୁ ଲାଗିଛି ଏକ ବଡ଼ ଝଟକା।
Special Report
ଝାରସୁଗୁଡ଼ାରୁ ବାହାରି ରାଉରକେଲା ରେ ଅତିଥି ହେବା ପାଇଁ ଯାଉଥିବା ଦିପାଳୀ ଙ୍କ ଭାଇ ବିଶାଲ ଙ୍କୁ ବିରୋଧ କଲେଣି ଲୋକେ। ରାଉରକେଲା ସେକ୍ଟର ଦୁଇ ରେ ହେବାକୁ ଥିବା ବୋଇତ ବନ୍ଦାଣ ରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେବା ପାଇଁ ଯାଉଥିଲେ।
ହେଲେ ସେଠାରେ ତାଙ୍କୁ ସିଧା ବିରୋଧ କରାଯାଇଛି। ଏହା ପଛରେ ଭୁବନେଶ୍ୱର ରେ ତାଙ୍କ ନାମରେ ଥିବା କାର ଦୁର୍ଘଟଣା ର କାରଣ ବୋଲି କୁହା ଯାଇଛି। ଏହା ପଛରେ ରାଉରକେଲା ବିଜେଡିର ହାତ ଥିବା ମଧ୍ୟ କୁହା ଯାଉଛି।
ରାଉରକେଲା ବିଜେଡିର ମୂରବୀ ସାଜିଥିବା ମନ୍ତ୍ରୀ ସାରଦା ନାୟକ କାଳେ ଦୀପାଳି ଙ୍କ ମନ ମାନି କୁ ପାନେ ଦେବା ପାଇଁ ଏଭଳି କରିଥିବା କୁହା ଯାଇଛି। ପୂରା ପଶ୍ଚିମ ଓଡ଼ିଶାରେ ଏବେ ଦବଦବା ଦେଖାଉଛନ୍ତି ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସ।
Special Report
ତାଙ୍କର ବାପା ସ୍ବର୍ଗତ ନବ ଦାସ ଙ୍କ ଏହା ସ୍ବପ୍ନ ଥିଲା କି ସେ ପଶ୍ଚିମ ଓଡ଼ିଶାକୁ ନିଜର ଅକ୍ତିଆର ରେ ରଖିବେ। ଏନେଇ ଉପକୁଳିଆ ନେତା ଙ୍କ ସହ ତାଙ୍କର ମତଭେଦ ମଧ୍ୟ ହୋଇଥିଲା।
ନବ ଙ୍କ ଥିବା ସେହି ସ୍ବପ୍ନ କୁ ଦିପାଳୀ ପୂରା କରିବା ପାଇଁ ବର୍ତ୍ତମାନ୍ ସମୟରେ ଅଣ୍ଟା ମଧ୍ୟ ଭିଡିଛନ୍ତି। ଆଉ ଏକଥା ସେ ସବୁଠାରେ କହୁଛନ୍ତି। ନବ ଙ୍କ ପଶ୍ଚିମ ଓଡ଼ିଶାକୁ ଯଦି ଅକ୍ତିଆର କରିବାର ସ୍ବପ୍ନ ଥିଲା ତାହାକୁ ଦିପାଳୀ ପୂରଣ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
ସେଥିପାଇଁ ସେ ଝାରସୁଗୁଡ଼ା ବିଜେଡ଼ି କୁ ଖଣ୍ଡ ଖଣ୍ଡ କରିଥିବା କଥା ମଧ୍ଯ କୁହା ଯାଉଛି। ବିଧାୟିକା ଅଳକା ମହାନ୍ତି ଙ୍କୁ ବ୍ରଜରାଜ ନଗର ରେ ଘୋର ବିରୋଧ ହେଲାଣି।
ଏହା ଏବେ କାରଣ କି ଦିପାଳୀ ଏବେ ବରଗଡ଼ ଓ ସମ୍ବଲପୁର ରେ ନିଜର ମୁଣ୍ଡ ପୁରାଉ ଛନ୍ତି। ଯାହାକୁ ନେଇ ଏବେ ସମସ୍ତେ ଖୁବ୍ ରାଗି ମଧ୍ୟ ଯାଇଛନ୍ତି। ଏବେ ତାଙ୍କର ଭାଇ ବିଶାଲ ଙ୍କ ମାଧ୍ୟମରେ ସୁନ୍ଦରଗଡ ରେ ମଧ୍ୟ ତାଙ୍କ ଉପସ୍ଥିତି ଜାହିର କରିବାକୁ ଚାହିଁଛନ୍ତି।

Advertisement