ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦୁଇ ଥର ସାଂସଦ ସିଟ ରେ ବସିଥିବା ମାନ୍ୟବର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବେ ୱାର୍ଡ ମେମ୍ବର ପାଇଁ ମଧ୍ୟ ଅନ ଫିଟ୍।ପ୍ରଥମ କରି ୨୦୦୯ ଆଉ ଏହାପରେ ୨୦୧୪ ରେ ସେ ବ୍ରହ୍ମପୁର ଲୋକସଭା ଆସନ ରେ ନିର୍ବାଚିତ ହୋଇଥିଲେ।
କିନ୍ତୁ ଏହି ୧୦ ବର୍ଷ ଭିତରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏମିତି କିଛି ବି ଆଖି ଦୃଷ୍ଟିଆ ଜନ କଲ୍ୟାଣ କାମ କରି ପାରିଲେ ନାହିଁ ଯେଉଁଥି ରେ ଶାସକ ଦଳ ପୁଣିଥରେ ତାଙ୍କ ଉପରେ ବିଶ୍ୱାସ କରି ପାରିବ,ପୁଣିଥରେ ସିଦ୍ଧାନ୍ତ ଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ ଦେଇପାରିବେ।
![Bb](https://news38times.com/static/c1e/client/93724/uploaded/9284cc98db9778d0a2f5280ab4a4e9ff.png)
ସେଥିପାଇଁ ୨୦୧୯ ରେ ସିଦ୍ଧାନ୍ତ ଙ୍କୁ ନିରାଶ ହେବାକୁ ପଡ଼ିଥିଲା।ଆଉ ପୁଣିଥରେ ସିଦ୍ଧାନ୍ତ ମହାପାତ୍ର ଆଶା ବାନ୍ଧି ଥିଲେ କି ୨୦୨୪ ରେ ହୁଏତ ତାଙ୍କୁ ଟିକେଟ ମିଳିପାରେ।
କିନ୍ତୁ ଏଥର ବି ତାଙ୍କୁ ଟିକେଟ ନ ମିଳିବା କାରଣରୁ ବିଜେଡି ଛାଡ଼ି ବିଜେପି ରେ ମିଶିଛନ୍ତି।ତେଣୁ ଏହାକୁ ନେଇ ରାଜ୍ୟ ସଭା ସାଂସଦ ମୁନା ଖାଁ କହିଥିଲେ ଯେ ସିଦ୍ଧାନ୍ତ ୧୦ ବର୍ଷ ଧରି ସାଂସଦ ଥିଲେ।
କିନ୍ତୁ ସେହି ସାଂସଦ ଭିତରେ ସେ ଏଭଳି କିଛି କାମ କରି ନାହାନ୍ତି ଯେଉଁଥି ପାଇଁ ଦଳ ତାଙ୍କୁ ଟିକେଟ ଦେବେ।ଏମିତିକି ୱାର୍ଡ ମେମ୍ବର ପାଇଁ ଅନ ଫିଟ୍ ଥିବା କଥା କହିଛନ୍ତି।
![Hh](https://news38times.com/static/c1e/client/93724/uploaded/7af91dff603b6b2291fb416705731167.png)
ଦଶ ବର୍ଷ ଧରି ସାଂସଦ ଥିବା ନେତା ସିଦ୍ଧାନ୍ତ ମହାପାତ୍ର ଦିନେ ହେଲେ ଓଡ଼ିଶା ର ଦାବି କୁ ନେଇ ସଂସଦ ରେ ଉଠାଇ ନାହାନ୍ତି।ଆଉ ଏହାପରେ ଦଳ ତାଙ୍କ ଉପରେ ଦୟା ଦେଖାଇ ତାଙ୍କୁ ଦ୍ୱିତୀୟ ଥର ସାଂସଦ କରିଥିଲା।
କିନ୍ତୁ ଆଉଥରେ ପୁଣି ସିଦ୍ଧାନ୍ତ ମହାପାତ୍ର ଙ୍କ ଉପରେ ବିଶ୍ୱାସ କରି ପାରି ନଥିଲେ।ଯେଉଁଥି ପାଇଁ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଟିକେଟ ମିଳିନାହିଁ।ତେବେ ଏହି କଥା ରେ ମଧ୍ୟ ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର।
ସେ କହିଛନ୍ତି ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେବା ପରେ ୱାର୍ଡ ମେମ୍ବର ପାଇଁ ସେ ଯୋଗ୍ୟ କି ଅଯୋଗ୍ୟ ତାହା ସମୟ ହିଁ କହିବ।