Updated: Mar 29, 2024, 13:36 IST

ଦିନ ମଜୁରିଆ ଙ୍କ ପାଇଁ ବମ୍ପର ଲଟେରୀ ଆଣିଲେ ମୋଦୀ.. ଗୋଟେ ଦିନକୁ ବଢେଇ ଦେଲେ ଏତିକି ଟଙ୍କା ମଜୁରୀ..

Fg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ନିର୍ବାଚନ ପୂର୍ବରୁ ଶ୍ରମିକ ଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର।ଦେଶ ରେ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ର ପାରିଶ୍ରମିକ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଦେଶ ରେ ଶ୍ରମିକ ମାନଙ୍କ ହାର ଦୈନିକ ମଜୁରୀ ୨୮ ଟଙ୍କା ବୃଦ୍ଧି ହୋଇଛି।ଉତ୍ତର ପ୍ରଦେସ ଏବଂ ଉତ୍ତରା ଖଣ୍ଡ ରେ ସର୍ବନିମ୍ନ ଦୈନିକ ମଜୁରୀ ୭ ଟଙ୍କା ବଢ଼ୁଥିବା ବେଳେ ଗୋଆ ରେ ୩୪ ଟଙ୍କା ବଢ଼ିଛି।
Yy
ପାରିଶ୍ରମିକ ବୃଦ୍ଧି ପରେ ହରିୟାଣା ରେ ଏହି ଯୋଜନା ରେ କାମ କରୁଥିବା ଶ୍ରମିକ ମାନଙ୍କ ଦୈନିକ ମଜୁରୀ ସର୍ବାଧିକ ୩୭୪ ଟଙ୍କା ହୋଇଥିବା ବେଳେ ଗୋଆ ରେ ୩୫୬,କେରଳ ରେ ୩୪୬ ଟଙ୍କା ହୋଇଛି।
ତେବେ ଓଡ଼ିଶା ରେ ୧୭ ଟଙ୍କା ମଜୁରୀ ବଢିବା ପରେ ଏବେ ଦୈନିକ ପାରିଶ୍ରମିକ ପାଇବେ ୨୫୪ ଟଙ୍କା।ସମଗ୍ର ଭାରତ ରେ ଶ୍ରମିକ ପାଉଥିବା ଟଙ୍କା ରେ ଆଉ ୨୮ ଟଙ୍କା ବୃଦ୍ଧି ପାଇଛି।ଏହା ଆସନ୍ତା ଏପ୍ରିଲ ୧ ତାରିଖ ରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
Bb
ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଶ୍ରମ ହାର ବିଷୟରେ ସୂଚନା ଦେବା ପୂର୍ବରୁ ନିର୍ବାଚନ ଆୟୋଗ ଙ୍କ ଠାରୁ ଅନୁମତି ମାଗିଥିଲେ।ଲୋକସଭା ନିର୍ବାଚନ କୁ ଦୃଷ୍ଟି ରେ ରଖି ସମଗ୍ର ଦେଶରେ ମଡେ଼ଲ ଆଚରଣ ବିଧି ଲାଗୁ ହୋଇଛି।
ଆୟୋଗ ଙ୍କ ଠାରୁ ସବୁଜ ସଂକେତ ପାଇବା ପରେ ମନ୍ତ୍ରାଳୟ ତୁରନ୍ତ ବେତନ ବୃଦ୍ଧି ସମ୍ପର୍କ ରେ ବିଜ୍ଞପ୍ତି ତିଆରି କରିଛି।କେନ୍ଦ୍ରୀୟ ବଜେଟ ୨୦୨୪-୨୫ ରେ ୮୬ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲା।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଶୁଣି ବେଶ ଖୁସି ହେଉଛନ୍ତି।

Advertisement