Mar 1, 2024, 07:41 IST

ମାର୍ଚ୍ଚ ୫ତାରିଖରେ ମୋଦୀ ଆସିବେ ଓଡ଼ିଶା ଆଉ ଓଡିଶାବାସୀ ମାନଙ୍କ ଊନତି ନିମନ୍ତେ କରିବେ ଏହି ବଡ ଘୋଷଣା

Special report

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 
ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୋଦୀ ପୁଣିଥରେ ଓଡିଶା ଆସୁଥିବା ନେଇ ସୂଚନା ମିଳିଛି। ଏହି ଗସ୍ତ ଅବସରରେ ମୋଦୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା କରିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
Special report
ତେବେ ପ୍ରଧାନମନ୍ତ୍ରୀଙ୍କର ଗସ୍ତର କାର୍ଯ୍ୟସୂଚୀ ପ୍ରସ୍ତୁତ ହେଇନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ଓଡିଶା ଆସିଥିଲେ ମୋଦୀ। 
ସମ୍ବଲପୁର ଗସ୍ତରେ ଆସି, ସେତେବେଳେ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଖାଲି ସେତିକି ନୁହେଁ, ସମ୍ବଲପୁର ଆଇଆଇଏମ୍ ସ୍ଥାୟୀର କ୍ୟାମ୍ପସର ମଧ୍ୟ ଲୋକାର୍ପଣ କରିଥିଲେ ମୋଦୀ।
Special report
ଆଉ ଏହାର ପ୍ରାୟ ଏକ ମାସ ପରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡ଼ିଆରେ ହେବାକୁଥିବା କାର୍ଯ୍ୟକ୍ରମରେ ଯୋଗଦେବେ। 
Special report
ଏଠାରେ ସେ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଆଗକୁ ଅଧିକ ସୂଚନା ମିଳିବ। ଆଗାମୀ ସଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିବ ବୋଲି ଆଶା କରାଯାଉଛି।

Advertisement