ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତୀୟ ଜାତୀୟ କଂଗ୍ରେସ ର ନେତା ରାହୁଲ ଗାନ୍ଧୀ ଙ୍କୁ ଭଲ ଭାବେ ଜାଣି ଥିବେ।ଆଗକୁ ନିର୍ବାଚନ ରହିଛି।ତେଣୁ ସବୁଦଳ ପରସ୍ପର ବିରୋଧ ରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି।
ନିକଟ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜସ୍ଥାନ ରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଏଠାରେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିରୋଧ ରେ ମନ୍ତବ୍ୟ ଦେଇଥିଲେ।ସେ କହିଥିଲେ କି ଏବେ ସମୟ ଆସିଛି ନିଜ ନେତା ଙ୍କୁ ପରିବର୍ତ୍ତନ କରନ୍ତୁ।
କଂଗ୍ରେସ କୁ ଶାସନ ଦାୟିତ୍ୱ ଦିଅନ୍ତୁ।ସେ ଆହୁରି ମଧ୍ୟ କହିଛନ୍ତି କି ନରେନ୍ଦ୍ର ମୋଦୀ କେବଳ ଧନୀ ଲୋକ ମାନଙ୍କୁ ସମର୍ଥନ କରନ୍ତି।ଯେତେବେଳେ ଦେଶ ରେ କୋଟି କୋଟି ଲୋକ ମରୁଥିଲେ।ସେତେବେଳେ ସେ ଥାଳି ବଜାଇ ଥିଲେ।
କରୋନା ସମୟ ରେ ସେ ମୋବାଇଲ ରେ ଟର୍ଚ୍ଚ ଲଗାଉ ଥିଲେ।ହେଲେ ଏପରି ଲୋକ ମାନଙ୍କ ସହିତ କରିବା ଠିକ୍ ନୁହେଁ।ଲୋକ ଙ୍କ ସୁଖ ସୁବିଧା ବୁଝିବା ତାଙ୍କର ଦାୟିତ୍ଵ।
ହେଲେ ସେ ତାହା ନ କରି ଲୋକ ଙ୍କୁ ମୃ-ତ୍ୟୁ ମୁଖ କୁ ଠେଲି ଦେଉଥିଲେ।ଆମେ ହେଉଛୁ ଗରିବ,ଯୁବକ ଓ କୃଷକ ମାନଙ୍କ ସମର୍ଥକ।ଆମେ ସବୁବେଳେ ଆପଣ ମାନଙ୍କ ସାଙ୍ଗ ରେ ଅଛୁ।ଆମେ ଆପଣଙ୍କୁ ସୁରକ୍ଷା ଦେଉଛୁ।
ଆମେ ଏଠାରେ ଗରିବ ଙ୍କ ସରକାର ଚଳାଉଛୁ।ଏବେ ପ୍ରଥମ ଥର ପାଇଁ ଦେଶ ର ଚାଷୀ ଙ୍କୁ ଜି ଏସ ଟି ଦେବାକୁ ପଡ଼ିବ।ଆଗରୁ ଚାଷୀ ମାନଙ୍କ ସହିତ ଏପରି କରା ଯାଉ ନ ଥିଲା।ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ହେବା ପରେ ଏଭଳି କାର୍ଯ୍ୟ କରା ଯାଉଛି।
ଆଗରୁ ନରେନ୍ଦ୍ର ମୋଦି କହିଥିଲେ କି ଲୋକ ମାନଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି।ହେଲେ ଆଜି ଯାଏଁ ତାହା ସମ୍ଭବ ହୋଇ ପାରି ନାହିଁ।ଏବେ ଆପଣ ମାନେ ନିଜେ ଭାବନ୍ତୁ ଆପଣ କିଭଳି ସରକାର ପାଇବା ପାଇଁ ଚାହୁଁଛନ୍ତି।