Apr 4, 2024, 09:28 IST

ଦିବ୍ୟ ଶଙ୍କରଙ୍କୁ ଏବେ ଟକ୍କର ଦେବେ ମନୋଜ ..କଣ ଲାଗୁଚି ଦିବ୍ୟଶଙ୍କର ଏଥର ଭୋଟ ରେ ଜିତିବେ?

 B

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଳାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ। ଆଉ ଆଜି ବିଜେପି ର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଅଛି। କିଛିଦିନ ତଳେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା।
କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବିଜେଡ଼ି ତାର ପ୍ରାର୍ଥୀ କରିଛି। ମନୋଜ ବେହେରାଙ୍କ ଉପରେ ଆସ୍ଥା ସ୍ଥାପନ କରି ବିଜେପି ଆଜି ପୁଣି ତାହା ରିପିଟ କରିଛି। ଯେଉଁ ସବୁ ସମସ୍ୟା ଥିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ,
Vb
ସବୁଠାରୁ ବଡ଼ ସମସ୍ୟା ହେଲେ ମମିତା ମେହେର ଙ୍କ ଯେଉଁ ଈଶୁ ରହିଛି ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ମମିତା ମେହେର ଙ୍କ ଘଟଣା ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ସେ କହିଥିଲେ କି ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନୀତି , ଭ୍ରଷ୍ଟାଚାର ଓ ନାରୀ ନି-ର୍ଯ୍ୟା-ତ-ନା ଭରି ଭରି ରହିଛି। ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ହେଉଛି ଦୁର୍ନୀତିର ଏକ ପେଣ୍ଠସ୍ଥଳୀ। ଅନେକ ଦୁର୍ନୀତି ମଧ୍ୟ ବର୍ତ୍ତମାନ୍ ସୁଦ୍ଧା ଜାରୀ ରହିଛି।
ମମିତା ମେହେର ଘଟଣା ଏକ ଖୁବ୍ ବଡ଼ ଘଟଣା। ଏଭଳି କି ଜେଲ ଭଳି ଏକ ସୁରକ୍ଷିତ ସ୍ଥାନରେ ମଧ୍ୟ ଗୋବିନ୍ଦ ସାହୁ ଙ୍କୁ ହ-ତ୍ୟା କରାଯାଇଥିଲା। ଆଉ ଏହା ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Hh
କାରଣ ଏବେ ପର୍ଯ୍ୟନ୍ତ ମଧ୍ୟ ଏହି ଘଟଣା ପଛରେ ଥିବା ମୂଖ୍ୟ ହ-ତ୍ୟା-କା-ରୀ ଧରାପଡ଼ି ପାରି ନାହିଁ। ସେଥିପାଇଁ ସେ କହିଥିଲେ କି ଆଗାମୀ ଦିନରେ ଯଦି ବିଜେପି ତଥା ଭାରତୀୟ ଜନତା ପାର୍ଟି ଜୟଯୁକ୍ତ ହେବ ,
ତେବେ ସେ ମମିତା ମେହେର ଙ୍କ ଘଟଣାକୁ ନିଶ୍ଚିତ ଭବତେ ଆଗକୁ ନେବ ଓ ଏହି ଘଟଣାର ମଧ୍ଯ ସେ ସମାଧାନ କରିବ। ଏଭଳି ସେ ବିଜେଡ଼ି ଉପରେ ଅନେକ ଆକ୍ଷେପ କରିବା ସହ ଆଗାମୀ ଦିନରେ ଯଦି ସେ ଜୟଯୁକ୍ତ ହୁଅନ୍ତି
ତେବେ ସେ ଲୋକ ମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Advertisement