Feb 12, 2024, 11:31 IST

ମନୋଜ ମିଶ୍ର କଂଗ୍ରେସ ରେ ମିଶିବା ଦେଖି ଖୁସି ରେ ବିଭୋର ହେଲେ ସୁର, ହଁ ସେ ଲଢ଼ୁ... ନିଶ୍ଚୟ ଜିତିବ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କିଛି ଦିନ ହେବ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି।ପଶ୍ଚିମ ଓଡ଼ିଶା କୁ ଅଲଗା କରିବା ପାଇଁ ପୁରା ଜୋର୍ ସୋର୍ ରେ ଲାଗି ପଡ଼ି ଛନ୍ତି ଅଭିନେତା ମନୋଜ ମିଶ୍ର।
Special report
କେବଳ ପଶ୍ଚିମ ଓଡ଼ିଶା ର ବିକାଶ ପାଇଁ ସେ ଏବେ ରାଜନୀତି ରେ ପ୍ରବେଶ କରିବାକୁ ଯାଉଛନ୍ତି।ବର୍ତ୍ତମାନ ସମୟ ରେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା କରା ଯାଉଚି।ସେ ଗତ କାଲି ଜାତୀୟ କଂଗ୍ରେସ ରେ ଯୋଗ ଦେଇଛନ୍ତି।ଏହା ପରେ ସେ ଆଗକୁ ଥିବା ନିର୍ବାଚନ ରେ ଲଢ଼ିବେ ବୋଲି ଶୁଣା ଯାଉଛି।
ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି କି ସେ ମନୋଜ ମିଶ୍ର ଙ୍କୁ ଭଲ ଭାବେ ଜାଣିଛନ୍ତି।ସେ ୨୦୨୪ ନିର୍ବାଚନ ରେ ଭାଗ ନେବେ।ତାଙ୍କୁ ପଶ୍ଚିମ ଓଡ଼ିଶା ବାସୀ ଖୁବ୍ ଭଲ ପାଆନ୍ତି।
ସେଠାରେ ସେ ବିଜୟ ହାସଲ କରିବେ।ସେ ନିର୍ବାଚନ ରେ ଅଂଶ ଗ୍ରହଣ କଲେ ଭଲ ହେବ।ତାଙ୍କ ପଶ୍ଚିମ ଅଞ୍ଚଳ ରେ ସୁନାମ ରହିଛି।ଲୋକେ ତାଙ୍କୁ ଭଲ ଭାବେ ଜାଣିଛନ୍ତି।ଅଜୟ ପଟ୍ଟନାୟକ ଆସିବା ପରେ ଆମ କଂଗ୍ରେସ ଦଳ ର ଅନେକ ଉନ୍ନତି ହୋଇଚି।ଅନେକ ଲୋକ କଂଗ୍ରେସ ରେ ଯୋଗ ଦେଇଛନ୍ତି।
Special report
ବର୍ତ୍ତମାନ୍ ସମୟ ରେ କଂଗ୍ରେସ ଗୋଟିଏ ଜଣା ଶୁଣା ଦଳ ରୂପେ ପରିଚିତ ହେଲାଣି।ଏହି ନିକଟ ରେ ରାହୁଲ ଗାନ୍ଧୀ ପଶ୍ଚିମ ଓଡିଶା କୁ ଆସି ଥିଲେ।ଯାହାକୁ ନେଇ ଆଗୁଆ ଅନେକ କଥା କୁହା ଯାଇ ଥିଲା।ଲୋକ ମାନେ ଏବେ ଧୀରେ ଧିରେ ଆମ କୁ ସମର୍ଥନ କଲେଣି।
ଏ କଥା କହିଛନ୍ତି ସୁର ରାଉତରାୟ। ମରିବା ପର୍ଯ୍ୟନ୍ତ ସେ କଂଗ୍ରେସ ଦଳ ରେ ରହିବେ।ମୁ ଏହାକୁ ପ୍ରତିଜ୍ଞା କରି କହିଛି।ସେହି ଭଳି ଅନ୍ୟ ଯେଉଁ ମାନେ ବି ଦଳ ରେ ପ୍ରବେଶ କରୁଛନ୍ତି ସେମାନେ ଏହି ପ୍ରତିଜ୍ଞା କରିବା ଉଚିତ।
ମନୋଜ ମିଶ୍ର ଙ୍କୁ ପଶ୍ଚିମ ଓଡ଼ିଶା ବାସୀ ଭଲ ଭାବେ ଜାଣିଛନ୍ତି।ଆସନ୍ତା ନିର୍ବାଚନ ରେ ସେ ଜିତିବେ ବୋଲି ସମସ୍ତଙ୍କ ର ଆଶା ରହିଛି।ମୁଁ ଆମ ଦଳ ର ପ୍ରଚାର କରିବା ପାଇଁ ଯିବି।ସମସ୍ତ ପ୍ରତିନିଧି ମାନଙ୍କୁ ଜିତାଇବା ପାଇଁ ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି ସୁର ରାଉତରାୟ।

Advertisement