Apr 2, 2024, 08:43 IST

ଅପରାଜିତା ଙ୍କୁ ହରେଇବାକୁ ମନ୍ମଥ ପୁରା ରେଡ଼ି..ବାପା ଙ୍କ ଠାରୁ ରାଜନୀତି ଶିଖିଛି, କେବେ ବି ହାରିବେନି..

Gr

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱର ଲୋକସଭା ଆସନରେ ଏଥର ବଦଳିଛି ସମିକରଣ। ବିଜେପି ଏଥର ଅପରାଜିତା ସଡ଼ଙ୍ଗୀଙ୍କୁ ଏପଟେ ରିପିଟ କରିଥିବା ବେଳେ ତାଙ୍କୁ ଚେକ ଦେବା ପାଇଁ ବିଜେଡି ଏଥର ମନ୍ମଥ ରାଉତରାୟଙ୍କ ଭଳି ନୂଆ ତଥା ଯୁବ ନୂଆ ଚେହେରାକୁ ମୈଦାନକୁ ଓଲ୍ହାଇଛି।
ତେବେ ବନ୍ଧୁଗଣ ଅପରାଜିତାଙ୍କ ବିରୋଧରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଖୋଜି ପାଇଛି ବିଜେଡ଼ି। କେବଳ ଦେଖିବା ବାକି ରହିଛି କିଏ ମାରୁଛି ବାଜି। ବିଜେଡ଼ି ନା ବିଜେପି। 
Hh
ଏଥର କଂଗ୍ରେସ୍ ର ଭୋଟ କୁ ହାତେଇବ କିଏ ? ଏପରି ଅନେକ ପ୍ରଶ୍ନ ଘେରରେ ରାଜ୍ୟ ରାଜନୀତି। ଅନ୍ୟ ସବୁ ସ୍ଥାନର ପ୍ରଭାବ ଯେତିକି ନ ରହିବ ତା ଠାରୁ କେଇ ଗୁଣା ଅଧିକ ଭୁବନେଶ୍ୱର ଲୋକସଭା ନିର୍ବାଚନର ଫଳାଫଳ ଦଳର ଅସ୍ତିତ୍ବର ଏକ ଭଲ ଉଦାହରଣ ପାଲଟିବ।
ତେବେ ବିଜେଡିର ଏପରି ଷ୍ଟ୍ରାଟେଜି କରିବା ପଛର କାରଣ କଣ ହେଇପାରେ। ପୂର୍ବରୁ ଶ୍ରିମୟୀଙ୍କୁ ନେଇ ପ୍ରଚାର ଚାଲିଥିବା ବେଳେ ଏବେ ହଠାତ୍ ମନ୍ମଥଙ୍କ ଏଣ୍ଟ୍ରି କିପରି ହେଲା ଓ ମନ୍ମଥ ଙ୍କୁ ଛିଡ଼ା କରିବା ପଛରେ କଣ ରହିଛି ବିଜେଡିର ଉଦ୍ଦେଶ୍ୟ। 
ତେବେ ଆସନ୍ତୁ ମନ୍ମଥ ଙ୍କୁ ନେଇ ଏପରି କିଛି ତଥ୍ୟ ଉପରେ ନଜର ପକାଇବା ଯାହା ରାଜନୈତିକ ଦୃଷ୍ଟି କୋଣରୁ ଅପରାଜିତାଙ୍କୁ ହରାଇବା ପାଇଁ ବିଜେଡିର ଏକ ଫୁଲ ପ୍ରୁଫ ଷ୍ଟ୍ରାଟେଜି ହୋଇପାରେ। ତେବେ ଆପଣ ତ ଜାଣିଥିବେ ମନ୍ମଥ ହେଉଛନ୍ତି କଂଗ୍ରେସ ନେତା ସୁର ରାଉତ୍ ଙ୍କ ପୁଅ।
Bb
ଯେ କି କଂଗ୍ରେସ ର ଏକ ଭଲ ଟାଣୁଆ ନେତା। ରାଜ୍ୟରେ କଂଗ୍ରେସ ର ଏତେ ଭଲ ଷ୍ଟାଣ୍ଡ ନ ଥିବା ବେଳେ ବି ସୁର ରାଉତ୍ କିନ୍ତୁ ପାୱାର ରେ ରହି ଆସିଛନ୍ତି। ସୁରଙ୍କ ପୁଅ ହିସାବରେ ମନ୍ମଥ ଙ୍କୁ କଂଗ୍ରେସ ତରଫରୁ କିଛି ଭୋଟ ନିଶ୍ଚୟ ମିଳିବ।
ଅନ୍ୟ ପଟେ ଭୁବନେଶ୍ୱରରେ ଅପରାଜିତାଙ୍କ କାମକୁ ଲୋକେ ସେତେଟା ପସନ୍ଦ ନ କରୁଥିବାରୁ ଏହି ସମୟରେ ପରିବର୍ତ୍ତନର ଏକ ନୁଆ ମୁହଁ ହିସାବରେ ମନ୍ମଥଙ୍କୁ ଵାଛିଛି ବିଜେଡ଼ି।
ଗତ ନିର୍ବାଚନରେ ଭୁବନେଶ୍ୱରରେ ଲୋକସଭା ଆସନର କଂଗ୍ରେସ ଭୋଟ ବିଜେପିକୁ ଯାଇଥିବା ହେତୁ ବିଜେପି ବିଜେଡିକୁ ହରାଇ ସହଜରେ ଜିତି ପାରିଥିଲା।ଏଥର କିନ୍ତୁ କଂଗ୍ରେସ ର ଭୋଟ ସୁରଙ୍କ ପୁଅ ମନ୍ମଥ ଙ୍କୁ ଯିବାର ସମ୍ଭାବନା ରହିଛି। ଯାହା ଅପରାଜିତାଙ୍କୁ ସଂପୂର୍ଣ୍ଣ ଅଡୁଆରେ ପକାଇପାରେ।

Advertisement