Sep 12, 2023, 13:19 IST

ଯେମିତି ମହିଳା ସରପଞ୍ଚ ହେଲେ ତା ସ୍ବାମୀ ଯାଇ ଅଫିସ କାମ ଦାମ କରିଦିଏ, ସେମିତି ମୁଖ୍ୟମନ୍ତ୍ରୀ ଙ୍କ ବଦଳ ରେ ପାଣ୍ଡିଆନ କାମ ଚଳେଇ ଦେଉଛନ୍ତି ଆଉ..

Special report

ନମସ୍କାର ପାଠକ ବନ୍ଧୁ।ଏବେ ଖଣ୍ଡପଡ଼ା ବିଧ୍ୟାୟକ୍ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାକୁ ଲାଗିଛି।ସରକାର ଙ୍କ ସବୁ ପ୍ରକାର କଳା କାରନାମା କୁ ପଛରେ ପକାଇ ଦେଇଛନ୍ତି ବିଧ୍ୟାୟକ।ଏଥିପାଇଁ ତାଙ୍କୁ ଅନେକ ଲୋକ ନିନ୍ଦା କରୁଥିବା ବେଳେ ଅନେକ ତାଙ୍କର ଏହି ସାହାସ କୁ ଖୁବ୍ ପ୍ରଶଂସା କରିଛନ୍ତି।
Special report
ବିଜେଡି ଦଳ ରେ ରହି ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି।ଗତ କାଲି ଜଗତସିଂହପୁର ଜିଲ୍ଲାରେ ଆଦି କବି ସାରଳା ଦାସ ଙ୍କ କାର୍ଯ୍ୟ କ୍ରମ ରେ ଯୋଗ ଦେବାକୁ ଯାଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।ସେଠାରେ ତାଙ୍କୁ ମଞ୍ଚ ଉପରେ ଭାଷଣ ଦେବାକୁ କୁହା ଯାଇଥିଲା।
ଏହା ପରେ ସେ ତାଙ୍କ ଭାଷଣ ରେ ବିଜେଡି ଦଳ ବିରୋଧ ରେ କହିଥିଲେ।ସେ କହିଥିଲେ କି ଗାଆଁ ଗୁଡ଼ିକ ରେ ମହିଳା ମାନେ ଯେପରି ସରପଞ୍ଚ ହୋଇ ତାଙ୍କ ସ୍ଵାମୀ।ମାନେ ଶାସନ କରନ୍ତି।ଠିକ୍ ସେହିଭଳି ରାଜ୍ୟ ସରକାର ଙ୍କ ଠାରେ ଦେଖା ଯାଉଛି।
ମୁଖ୍ୟ ମନ୍ତ୍ରୀ ଶାସନ ଗାଦି ରେ ବସି ଥିବା ବେଳେ ଅନ୍ୟ ଜଣେ ଆସି ଶାସନ ଚଳାଉଛି।ଯଦି ଶାସନ କରିବାର ଅଛି ତେବେ ଚାକିରି ଛାଡି ସିଧା ସଳଖ ରାଜନୀତି ରେ ପ୍ରବେଶ କରନ୍ତୁ।ସେ ଏପରି ଭାବେ ହସି ହସି କହିଲେ ସେ ସମୟ ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଏହା ପରେ ତାଙ୍କ କଥାକୁ ସମସ୍ତେ ସମର୍ଥନ କଲେ।
Special report
ସେ ଆହୁରି ମଧ୍ୟ କହିଥିଲେ କି ମୋ ସମ୍ବାଦ ପତ୍ରିକା କାହା ବାପା ପଇସା ରେ ଚାଲୁ ନାହିଁ।କୌଣସି ସରକାର ତାକୁ କିଣି ନେଇ ପାରିବ ନାହିଁ।ଯାହା ସତ ମୁ ତାହାକୁ ଲେଖୁଛି।ଏ ବିଷୟ ରେ ଅନ୍ୟ କେହି କିଛି ବି କରି ପାରିବେ ନାହିଁ।
ଏହା ପରେ ସେ ରାଜ୍ୟ ର ଖଣି ଖାଦାନ ବିଷୟ ରେ ଲୋକ ଙ୍କୁ ଜଣାଇ ଥିଲେ।ସେ କହି ଥିଲେ କି ମାଟି ଖୋଳି ଖୋଳି ଖଣି ଶେଷ ହେବାକୁ ଲାଗିଲାଣି।ଦିନ ଆସିବ ଅର୍ଥ ଲୋଭ ରେ ସରକାର ସବୁ କିଛି ବିକ୍ରୀ କରି ଦେବେ।ସରକାର ବିପଦ କୁ ଡାକି ଆଣିଛନ୍ତି।ଏହା ଯୋଗୁଁ ଲୋକ ଙ୍କ ଜୀବନ ପ୍ରତି ବିପଦ ରହିଛି।
ମୁଁ ମୋର ସମ୍ବାଦ ରେ ଯେପରି ଲେଖୁ ଥିଲି ସେପରି ଲେଖିବି।କିଛି ଲୋକ ମାନେ ମୋତେ ସପୋର୍ଟ କରିଛନ୍ତି।ମୁ ମୋର ଆନ୍ଦୋଳନ ସେହି ପରି ଭାବେ ଜାରି ରଖିବି।ସୂଚନା ଅନୁସାରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ହେଉଛନ୍ତି ଖଣ୍ଡପଡ଼ା ବିଧ୍ୟାୟକ।ସେ ନିକଟରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚା କୁ ଆସି ଥିଲେ।

Advertisement