Feb 3, 2024, 12:27 IST

କେଜରିୱାଲ ED ଉପରେ ହେଲେ ବିରକ୍ତି, ଆରେ ତମକୁ ଖାଲି କଣ ମୁଁ ଦେଖା ଯାଉଚି, ମୋ ପଛରେ କାଈ ଲାଗୁଚ...

Special report

ନମସ୍କାର ପାଠକ ବନ୍ଧୁ।ଇଡି ର ବାରମ୍ବାର ସମନ କୁ ବେଖାତିର କରୁଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।ମଦ ଠକେଇ ମାମଲା ରେ ଅନେକ ଥର ଇଡି ଅରବିନ୍ଦ କେଜ୍ରିୱାଲ ଙ୍କ ପାଖକୁ ସମନ ପଠାଇ ଅଛି।ହେଲେ ଏହାକୁ ବେ ଆଇନ ବୋଲି କହି ବୁଲୁଛନ୍ତି ଅରବିନ୍ଦ କେଜ୍ରିୱାଲ।
Special report
ଏହାକୁ ନେଇ ଏବେ ସେ ଚର୍ଚ୍ଚା ରେ ଅଛନ୍ତି।ତାଙ୍କ କହିବା ଅନୁଯାୟୀ ସେ କୌଣସି ପ୍ରକାର ଭୁଲ କରି ନାହାନ୍ତି।ବିଜେପି ଦଳ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି।ଇଡି ର ଯାହା କରିବାର ଅଛି କରୁ।ଅରବିନ୍ଦ କେଜ୍ରିୱାଲ ଯେଉଁ ପ୍ରଶ୍ନ ଇଡି କୁ ପଚାରି ଥିଲେ।
ତାହାର ଉତ୍ତର ସେ ଆଜି ଯାଏଁ ପାଇ ନାହାନ୍ତି।କେବଳ ଆମ ଆଦମୀ ଦଳ କୁ ଫସାଇ ବାକୁ ଚାହୁଁଚି ଇଡି।୨୭ ଜଣ ଆମ ଆଦମୀ ପାର୍ଟି ର ବିଧାୟକ କୁ ଦିଲ୍ଲୀ ପୋଲିସ ଗୃହ ବନ୍ଦୀ କରି ରଖି ଥିଲା।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।
ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ମୁଁ ଇଡି କୁ ସାକ୍ଷାତ କରିବି ନାହିଁ ।ମୁଁ କୌଣସି ପ୍ରକାର ଠକେଇ ରେ ସଂପୃକ୍ତ ନାହିଁ।ଚଣ୍ଡିଗଡ ବିଜେପି ଅଫିସ ସାମ୍ନା ରେ ନିର୍ବାଚନ କୁ ହେରଫେର କୁ ନେଇ ବିବାଦ ଲାଗି ରହି ଥିଲା।ଆମ ଆଦମୀ ପାର୍ଟି ସେଠାରେ ବିକ୍ଷୋପ କରିଥିଲେ।
Special report
ପଞ୍ଜାବ ଓ ହରିଆଣାର ଅନେକ ନେତା ଙ୍କୁ ସେଠାରେ ବନ୍ଦୀ କରି ରଖା ଯାଇଛି।ଇଡି ର ସମନ ପରେ ବିଜେପି ଆମ ଆଦମୀ ଦଳ ର ଅଫିସ ବାହାରେ ବିକ୍ଷୋପ କରି କହିଛନ୍ତି କି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଇନ କୁ ସମ୍ମାନ କରି ଶିଖି ନାହାନ୍ତି।
ଅନେକ ବିଜେପି ନେତା ମାନେ ଅରବିନ୍ଦ କେଜ୍ରିୱାଲ ଙ୍କୁ ବିରୋଧ କରୁଛନ୍ତି।ସେମାନେ କହିଛନ୍ତି କି ଲୋକ ମାନଙ୍କୁ ସବୁବେଳେ ଅରବିନ୍ଦ କେଜ୍ରିୱାଲ ଭ୍ରଷ୍ଟାଚାର ନ କରିବା ପାଇଁ ପରାମର୍ଶ ଦେଇ ଥାନ୍ତି।ହେଲେ ଆଜି ସେ କଣ କରୁଛନ୍ତି।ନିଜେ ଆଇନ ଜାଲ ରେ ଫସି ଯାଇଛନ୍ତି।
ତାଙ୍କ ନିଜ ଦଳ ଏବେ ଦୁର୍ନୀତି ରେ ଫସି ଯାଇଛନ୍ତି।ସେ କେବଳ ନିଜକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି।ସେ ଲୋକ ମାନଙ୍କୁ ସନ୍ଦେଶ ଦେଉଛନ୍ତି କି ଆଇନ କୁ ନ ମାନିବା ପାଇଁ।
ଏଭଳି କିଛି କହି ଏବେ ଚର୍ଚ୍ଚା ରେ ଅଛନ୍ତି ବିଜେପି ନେତା।ତେବେ ଦେଖିବାକୁ ବାକି ରହିଲା ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେବେ ଇଡି ର ସମନ ର ଉତ୍ତର ଦେଉଛନ୍ତି।

Advertisement