Oct 26, 2023, 17:19 IST

କହୁ କହୁ ମଞ୍ଜ କଥା ଟେ କହିଦେଲେ କି ସୁର ? ଆରେ ପାଣ୍ଡିଆନ ନବୀନ ବାବୁ ଙ୍କ ଉତ୍ତରାଧିକାରୀ ହେବ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ ବିଷୟ ରେ ଶୁଣି ଥିବେ।ସେ ପୂର୍ବରୁ ପ୍ରଶାସନିକ ସେବା ରେ କାର୍ଯ୍ୟ ରତ ଥିଲେ।ଏହା ସହିତ ସେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଙ୍କ ପରାମର୍ଶ ରେ ବିଭିନ୍ନ ଜିଲ୍ଲା କୁ ବୁଲି ଥାଆନ୍ତି।ରାଜନୀତି ରେ ସେ ଧୀରେ ଧୀରେ ପ୍ରବେଶ କରିବାକୁ ଯାଉଛନ୍ତି।
ଗତ ୨୦ ତାରିଖ ଦିନ ସେ ତାଙ୍କ ସରକାରୀ ଚାକିରି ରୁ ଇସ୍ତଫା ଦେଇଥିଲେ।କିନ୍ତୁ ଏହା ୨୩ ତାରିଖ ଦିନ ଗ୍ରହଣ କରା ଯାଇ ଥିଲା।ଏହା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ତାଙ୍କ ନବୀନ ଓଡ଼ିଶା ର ଚେୟାର ମ୍ୟାନ କରାଇ ଥିଲେ।ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
କିଛି ଓଡ଼ିଶା ବାସୀ ଭି କେ ପାଣ୍ଡିଆନ ଙ୍କୁ ପସନ୍ଦ କରୁଥିବା ବେଳେ କିଛି ପସନ୍ଦ କରି ନ ଥାଆନ୍ତି।ଏହାର ଅନେକ କାରଣ ରହିଛି।ଆଗରୁ ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ତାଙ୍କ ପଦ ରୁ ଅବସର ନେବା ପାଇଁ କହୁଥିଲେ।
Special report
ଶେଷ ରେ ସେ ସେହି ପରି କଲେ। ଏବଂ ଗତ କାଲି ତାଙ୍କୁ କ୍ୟାବିନେଟ ପାହ୍ୟା ର ଏକ ସ୍ବତନ୍ତ୍ର ପଦ ରେ ରଖା ଯାଇଛି।ଏହାକୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଛି।ବିରୋଧୀ କଂଗ୍ରେସ ଦଳ କହୁଛନ୍ତି କି ଏବେ ନବୀନ ଓ ମୋଦୀ ମିଶି ଯାଇଛନ୍ତି।
ସେଥିପାଇଁ ବହୁତ ଜଲଦି ସେ ଭି କେ ପାଣ୍ଡିଆନ ଙ୍କ ଇସ୍ତଫା କୁ ଗ୍ରହଣ କରିଦେଲେ।ଏ ବିଷୟ ରେ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ଦଳ ର ନେତା ସୁର ରାଉତରାୟ।ସେ କହିଛନ୍ତି କି ଯଦି ପାଣ୍ଡିଆନ ମୁଖ୍ୟ ମନ୍ତ୍ରୀ ହୁଅନ୍ତି ତେବେ ଆମେ ତାହାକୁ ସହି ପାରିବୁ ନାହିଁ।ଆମେ ସବୁବେଳେ ଆମ ରାଜ୍ୟ ର ଉନ୍ନତି କଥା ଚାହୁଁ।
ଯଦି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆମ ରାଜ୍ୟ ର ଆଉ ଉନ୍ନତି ହୋଇ ପାରିବ ନାହିଁ।ମୋ ପାଖରେ ସବୁ ଖବର ରହିଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ମନ୍ତ୍ରୀ ଅମିତ ଶାହା ମିଶି ପାଣ୍ଡିଆନ ଙ୍କୁ ତାଙ୍କ ପଦ ରୁ ଇସ୍ତଫା କରାଇ ଦେଇଛନ୍ତି।
ଏଠାରେ ସବୁ ଦଳ ମିଶି କରି ଅଛନ୍ତି।କେବଳ ଲୋକଙ୍କୁ ଦେଖାଇ ବା ପାଇଁ ବିରୋଧୀ ଦଳ କୁହା ଯାଉଛି।ଆମ ଦଳ ଯେପରି ହେଲେ ୨୦୨୪ ନିର୍ବାଚନ ରେ ଅଧିକ ଭୋଟ ରେ ଜିତିବ।ଏହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା ହେବାକୁ ଲାଗିଛି।

Advertisement