Updated: Mar 31, 2024, 09:16 IST

ଅଚାନକ ବିଜେଡି ରୁ ବାହାରି ଗଲେ ଅନୁଭବ..ତାହାଲେ କଣ ସତରେ ବିଜେପି ରେ ମିଶିଯିବେ ଅନୁଭବ..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଶାସକ ବିଜୁ ଜନତା ଦଳର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟକେଟ ଘୋଷଣା, ପରେ ଦଳର ଅନ୍ତ ବାହାରକୁ ଆସିବାଲେ ଲାଗିଛି। 
Vb
ଜଣେ ପରେ ଜଣେ ଦଳର ଟାଣୁଆ ନେତା ଦଳ ଛାଡିବା ସହ ବିଜେପି ମୁହାଁ ହେବାରେ ଲାଗିଛନ୍ତି। ଯାହା ଲାଗୁଛି ନିର୍ବାଚନ ପୂର୍ବରୁ ଶଙ୍ଖ ଫାଟିବାରେ। ପୂର୍ବରୁ ଦଳର ବରିଷ୍ଠ ନେତା ତଥା କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ସର୍ଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ବିଜେପିରେ ମିଶିଥିବା
ବେଳେ ଏବେ ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକ ଦଳ ଛାଡିବାରେ ଲାଗିଛନ୍ତି। ଆଉ ଏହାରି ମଧ୍ୟରେ ସବୁଠୁ ବଡ଼ କଥା ହେଉଛି ଯେଉଁ ନେତା ଦଳ ବିଜେଡି ଛାଡୁଛନ୍ତି, ସେମାନେ ପ୍ରାୟତଃ ବିଜେପିରେ ଯୋଗଦେଉଛନ୍ତି। 
Bb
ଧିରେ ଧିରେ ବିଜେଡିରୁ ଇସ୍ତଫା ଦେଲେ ହେଭିୱେଟ୍ ନେତା। ଆକାଶଙ୍କ ପରେ ଏବେ ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି। ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲେଖିଲେ ଚିଠି।
କାରଣ ସମ୍ପର୍କରେ ନଲେଖି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ଚିଠିରେ କରିଛନ୍ତି ଉଲ୍ଲେଖ। ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। 
କିନ୍ତୁ ଅନୁଭବ ଏବେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୁହରି ବିଜେପିରେ ମିଶିଛନ୍ତି। ଏହାପୂର୍ବରୁ ଅନୁଭବ ତାଙ୍କ ଘରେ ହୋଲିପର୍ବ ସେଲିବ୍ରେସନ୍ କରିଥିଲେ ଏବଂ ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଇଥିଲେ।
ଏପରିକି ନିଜ ଫେସବୁକ ପୋଷ୍ଟରେ ଜୟ ଶ୍ରୀରାମ ଲେଖି ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଥିଲେ ଅନୁଭବ। ଏବେ ବିଜେଡି ଛାଡ଼ିବା ପରେ ବିଜେପିରେ ମିଶିପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି।

Advertisement