Updated: Mar 30, 2024, 13:26 IST

ଅପରାଜିତା ଯଦି ସମୁଦ୍ର, ନଦୀ ହେଉଛନ୍ତି ମନ୍ମଥ..କଣ ଲାଗୁଚି ମନ୍ମଥ, ଅପରାଜିତା ଙ୍କୁ ହରେଇ ପାରିବେ କି??

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଏଥର ଭୁବନେଶ୍ବର ଲୋକସଭା ଆସନରେ ହେବ ଅପରାଜିତା ବନାମ ମନ୍ମଥ ରାଉତରାୟ ବିଗ ଫାଇଟ।
ବିଜେଡିରୁ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଏହାର କଣ ରହିବ ପ୍ରଭାବ ତା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭୁବନେଶ୍ବର ଲୋକସଭା ନିର୍ବାଚନରେ କଣ ରହିବ ମନ୍ମଥଙ୍କ ଇମ୍ପାକ୍ଟ ?
Gg
ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୪ଲକ୍ଷ ୮୬ ହଜାର ୯୯୧ ଖଣ୍ଡ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪ଲକ୍ଷ ୬୩ ହଜାର ୧୫୨ ଖଣ୍ଡ ଭୋଟ। ମାତ୍ର ୨୩ହଜାର ୮୩୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ଅପରାଜିତା।
ଗତଥର ଭୁବନେଶ୍ବର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା। ବାମ ଦଳ ସହ ମେଣ୍ଟ ହୋଇଥିଲା କଂଗ୍ରେସର। ବାମ ଦଳରୁ ପ୍ରାର୍ଥୀ ହୋଇଥିଲେ ଜନାର୍ଦ୍ଦନ ପତି। 
ତାଙ୍କୁ ମାତ୍ର ୨୩ହଜାର ୨୬ଖଣ୍ଡ ଭୋଟ ମିଳିଥିଲା। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଅଧୀନରେ ଥିବା ୭ଟି ବିଧାନସଭା ଭିତରୁ କଂଗ୍ରେସ ଜଟଣୀରେ ବିଜୟୀ ହୋଇଥିଲା। ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ୬୮ହଜାର ୮୪୧ଖଣ୍ଡ ଭୋଟ ପାଇଥିଲେ।
Gg
ବିଜେଡି ପ୍ରାର୍ଥୀ ୬୧ହଜାର ୩୩୯ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ୭ହଜାର ୫୨୨ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। 
ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ କେବଳ ଜଟଣୀରେ ୬୮ହଜାରରୁ ଅଧିକ ଭୋଟ କେବଳ କଂଗ୍ରେସକୁ ମିଳିଥିଲା। ଏବେ ପ୍ରଶ୍ନ ବାମ ଦଳର ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ମାତ୍ର ୨୩ହଜାର ଭୋଟ ମିଳିଲା କେମିତି ?
ବାକି ୪୬ହଜାରରୁ ଅଧିକ ଭୋଟ କଂଗ୍ରେସର ଗଲା କୁଆଡେ। ଚର୍ଚ୍ଚା ହେଉଥିଲା କଂଗ୍ରେସ ଭୋଟ ବିଜେପି ଆଡକୁ ଯାଇଛି। ଏଥର ସେଥିରେ ବ୍ରେକ୍ ଲଗାଇବାକୁ ମନ୍ମଥଙ୍କୁ ନେଇ ବିଜେଡି ରଣନୀତି କରିଛି।

Advertisement