Feb 15, 2024, 10:14 IST

ହାରିଯିବେ ବୋଲି ଡରିକି ସାମ୍ନା କୁ ଆସୁ ନାହାନ୍ତି ସୋନିଆ : ନିର୍ବାଚନ ରେ ମତେ ଜମା ଡାକିବନି..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାଁନ୍ତି ସୋନିଆ। ନିର୍ବାଚନ ନ ଲଢ଼ିବାର ତାଙ୍କର ଏକାଧିକ କାରଣ ମଧ୍ୟ ରହିଛି। ରାହୁଲ୍ ଗାନ୍ଧୀ ମଧ୍ୟ ଚାହାଁନ୍ତି ନାହିଁ ଯେ ସୋନିଆ ନିର୍ବାଚନ ଲଢନ୍ତୁ।
Special report
ଛଅ ଥର ଲୋକ ସଭା ସାଂସଦ ହୋଇଥିବା ସୋନିଆ ଗାନ୍ଧୀ ଏବେ ରାଜ୍ୟସଭା ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ରାଜସ୍ଥାନ ରୁ ରାଜ୍ୟସଭା ଯିବା ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ସୋନିଆ ଗାନ୍ଧୀ ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା ନ କରିବା ରୁ ତାଙ୍କର ଏହି ଆସନ ଖାଲି ରହିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସୋନିଆ ଗାନ୍ଧୀ କାହିଁକି ଲୋକସଭା ଆସନରୁ ପ୍ରତଦ୍ବନ୍ଦିତା କରିବେ ନାହିଁ ତାହା କେବଳ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନୁହେଁ
ବରଂ ଏହା ପଛରେ ଅନେକ କାରଣ ମଧ୍ୟ ଦର୍ଶା ଯାଉଛି।୧୯୯୯ ରେ ଆମିଥି ରୁ ଲୋକସଭା ଆସନରେ ଜିତି କଂଗ୍ରେସ ସଭାପତି ଭାବରେ ସଂସଦୀୟ ରାଜନୀତି ଆରମ୍ଭ କରିଥିଲେ।
Special report
କ୍ରମାଗତ ଭାବରେ ସେ ୨୦୦୪ ରୁ ରାଏବରେଲୁ ସାଂସଦ ରହି ଆସିଛନ୍ତି। ଏଥର ତାଙ୍କୁ ରାଜ୍ୟସଭା କୁ ପଠାଇବାକୁ ନେଇ ଗାନ୍ଧୀ ପରିବାରରୁ ସହମତି ପ୍ରକାଶ ପାଇଛି।
ସୋନିଆ ଗାନ୍ଧୀ ରାଜସ୍ଥାନ କିମ୍ବା ହିମାଚଳରୁ ନାମାଙ୍କନ ପତ୍ର ଦାଖଲ କରିବା ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ରାଜସ୍ଥାନ କଂଗେସ କମିଟି ମଧ୍ୟ ନିଜେ ସୁପାରିଶ କରିଥିଲେ। ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରିବାର ମୁଖ୍ୟ କାରଣ ହେଉଛି,
ତାଙ୍କର ବୟସ ଏବଂ ଅସୁସ୍ଥତା। ସେ ରାଏବରେଲୁ ଯିବା ପାଇଁ ସକ୍ଷମ ନୁହଁନ୍ତି। ସେ ରାଏବରେଲୁ କର୍ମୀ ମାନଙ୍କୁ ନିକଟରେ ଏକ ବାର୍ତ୍ତା ପଠାଇ ଥିଲେ କି ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ
କିମ୍ବା ତାଙ୍କୁ ଭେଟିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି। ଆଉ ସୋନିଆ ଗାନ୍ଧୀ ଙ୍କ ଏଭଳି ହଠାତ୍ ଲୋକସଭା ଆସନରୁ ନ ଲଢ଼ିବା ନିଷ୍ପତ୍ତି କୁ ନେଇ ବର୍ତ୍ତମାନ୍ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Advertisement