Nov 14, 2023, 12:17 IST

ହାରିବା ଭୟ ରେ ଆଉ ପ୍ରଚାର କରିବାକୁ ଆସୁ ନାହାନ୍ତି ରାହୁଲ, ଆଗରୁ କହୁଥିଲେ ମୋଦୀ ଙ୍କୁ ହରେଇ ଦେବି ଏବେ କଣ ହେଲା

Special report

ନମସ୍କାର ପାଠକ ବନ୍ଧୁ ।ଆପଣ ମାନେ ଜାଣି ଥିବେ ଯେ ଆସନ୍ତା କିଛି ଦିନ ମଧ୍ୟ ରେ ୫ ଟି ରାଜ୍ୟ ରେ ନିର୍ବାଚନ ହେବାକୁ ଯାଉଛି।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ରାଜନୈତିକ ନେତା ମାନେ ଏବେ ନିଜ ନିଜ ଦଳ ର ପ୍ରଚାର ପ୍ରସାର କାମ ରେ ଲାଗି ପଡ଼ି ଛନ୍ତି।
Special report
ଅନ୍ୟ ପଟେ କେନ୍ଦ୍ର ସ୍ତର ରେ ମଧ୍ୟ ଏହାକୁ ନେଇ ବହୁତ କଥା ଶୁଣା ଯାଉଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ନିଜ ଦଳ କୁ ଜିତାଇବା ପାଇଁ ଏବେ ଜୋର୍ ସୋର୍ ରେ ଲାଗି ପଡ଼ି ଛନ୍ତି।
ରାହୁଲ ଗାନ୍ଧୀ ଛତିଶଗଡ଼,ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ରେ ହେବାକୁ ଥିବା ନିର୍ବାଚନ ର ପ୍ରଚାର ପାଇଁ ଯାଇଥିଲେ।ସେଠାରେ ଲୋକ ମାନଙ୍କୁ କଂଗ୍ରେସ କୁ ଭୋଟ ଦେବା ପାଇଁ କହିଥିଲେ।
ହେଲେ ସେ ଏଯାଏଁ ରାଜସ୍ଥାନ କୁ ନିଜ ଦଳ ର କର୍ମୀ ମାନଙ୍କ ପ୍ରଚାର ପାଇଁ ଯାଇ ନାହାନ୍ତି।ଏହାର କାରଣ କଣ ରହିଛି ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ରହିଛି। କଣ ସତରେ ରାହୁଲ ଗାନ୍ଧୀ ରାଜସ୍ଥାନ ରେ ନିର୍ବାଚନ କୁ ନେଇ ଭୟବିତ ଅଛନ୍ତି।
Special Report
ନା ସେ ଜାଣିଛନ୍ତି କି ରାଜସ୍ଥାନ ରେ ବିଜେପି ଦଳ ବିଜୟ ହାସଲ କରିବ।ଏହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।ଏହି ନଭେମ୍ବର ୧୫ ତାରିଖ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ରେ ତାଙ୍କ ଦଳ ର ପ୍ରଚାର ପାଇଁ ଏକ ସଭା ର ଆୟୋଜନ କରିବେ।
ଏହି ସଭା ରେ ସେ ଲୋକ ମାନଙ୍କୁ ତାଙ୍କ ଦଳ ବିଷୟ ରେ କିଛି କହିବେ।ସେହିଭଳି ଭାବେ ରାହୁଲ ଗାନ୍ଧୀ ମଧ୍ୟ ନଭେମ୍ବର ୧୭ ତାରିଖ ରେ ରାଜସ୍ଥାନ ରେ ଏକ ସଭା ର ଆୟୋଜନ କରିବେ ବୋଲି ଶୁଣା ଯାଉଛି।
ତେବେ ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ରହିଛି କି କଣ ପାଇଁ ରାହୁଲ ଗାନ୍ଧୀ ରାଜସ୍ଥାନ କୁ ପ୍ରଚାର ପାଇଁ ଆସି ନ ଥିଲେ।ଓ ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକୁ ଆସିଲେ ସେତିକି ବେଳେ ସେ କାହିଁକି ଆସିଲେ।ଏବେ ଦେଖିବାକୁ ବାକି ରହିଲା କେଉଁ ଦଳ ସେଠାରେ ବିଜୟ ହାସଲ କରୁଛି।

Advertisement