ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି କ୍ରିକେଟ୍ ଜଗତର ଏକ ଏଭଳି ନାମ ଯାହାକୁ କି ପ୍ରତ୍ୟେକ ଲୋକ ଭଲ ପାଇବା ଦେଇଛନ୍ତି। ତାଙ୍କ ନାମ ଯେଭଳି କାମ ମଧ୍ୟ ସେହିଭଳି।
ତାଙ୍କର କ୍ରିକେଟ୍ ପ୍ରତି ଅନେକ ଅବଦାନ ମଧ୍ଯ ରହିଛି। କ୍ରିକେଟ୍ ପ୍ରତି ଥିବା ତାଙ୍କର ଅବଦାନ ମଧ୍ୟ ନିଶ୍ଚିତ ଭାବରେ ଖୁବ ଅତୁଳନୀୟ ଅଟେ। ଆଉ ସେ ମଧ୍ଯ କ୍ରିକେଟ୍ ଜଗତର ଶ୍ରେଷ୍ଠ ଖେଳାଳୀ ବୋଲି ଏହା ବାରମ୍ବାର ପ୍ରମାଣିତ ମଧ୍ୟ କରିଛନ୍ତି।
ବର୍ତ୍ତମାନ ତାଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ଏହି ବର୍ଷ ଗୁଡିକ ହେଉଛି କେବଳ ସଂଖ୍ୟା ବୋଲି ସେ ପ୍ରମାଣିତ କରି ସାରିଛନ୍ତି। କାରଣ ତାଙ୍କର ଅଧିନିଧିତ୍ଵ ରେ ଚଳିତ ବର୍ଷ ଆଇପିଏଲ ଜିତି ଛନ୍ତି।
ଆଉ ଏହା ପରେ ସେ ପ୍ରମାଣ କରିଛନ୍ତି କି ସେ ହେଉଛନ୍ତି ଶ୍ରେଷ୍ଠ ଅଧିନାୟକ। ତେବେ ଆପଣ ମାନେ ଜାଣିଥିବେ କି ମହେନ୍ଦ୍ର ସିଂହ ଧୋନି ଙ୍କ ନାମରେ ତିନୋଟି ବଡ଼ ଆଇସିସି ଟ୍ରଫି ମଧ୍ୟ ଅଛି। ସେଥିପାଇଁ ଲୋକ ମାନେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଅଧିନାୟକ ବୋଲି କୁହାଯାଏ।
ତେବେ ନିକଟରେ ଧୋନୀ ଙ୍କ ଏକ ଫ୍ୟାନ ତାଙ୍କୁ ପ୍ରଶଂସା କରି ଏଭଳି କିଛି କଥା କହିଥିଲେ ଯାହାକି ଭାରତୀୟ ପୂର୍ବତନ ସ୍ପିନର ହର୍ବଜନ ସିଂଙ୍କୁ ଆଦୌ ପସନ୍ଦ ଆସି ନଥିଲା।
ତେବେ ଆପଣ ମାନେ ଜାଣିଥିବେ କିଭଳି ଭାବରେ ବିଶ୍ଵ ଟେଷ୍ଟ ଚମ୍ପିୟାନ ସିପ ରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜୟ ବରଣ କରିଛି। ଏହାପରେ ଧୋନୀ ଙ୍କ ଏକ ଫ୍ୟାନ କହିଥିଲେ କି ଯେତେବେଳେ ଧୋନୀ ଥିଲେ ସେତେବେଳେ ଏହା ସମ୍ଭବ ହେଉଥିଲା।
କାରଣ ୨୦୦୭ ରେ ସେ ICC world cup ଜିତି ଥିଲେ। ହେଲେ ଏହାପରେ ଏହି କଥାର ପ୍ରତିକ୍ରିୟା ରଖି ହର୍ବଜନ୍ ସିଂ କହିଛନ୍ତି କି କେବଳ ଧୋନୀ ନିଜେ ପ୍ରତ୍ୟକ୍ଷ ଭାବରେ ହିଁ ଏହି ଟ୍ରଫି ଜିତି ପାରିଥିଲେ ଆଉ ଅନ୍ୟ ଖେଳାଳୀ ମାନେ ସାଉଥ୍ ଆଫ୍ରିକା କେବଳ ଭ୍ରମଣ କରିବାକୁ ଯାଇଥିଲେ।
ଏହାକୁ ଶୁଣିବା ପରେ ଏହା ଲାଗୁଛି କି ହର୍ବଜନ ସିଂ ଧୋନୀ ଙ୍କ ଫ୍ୟାନ ଙ୍କୁ ପ୍ରତିକ୍ତିଷ ଦେଇଛନ୍ତି। ଆଉ ହର୍ବଜନ ସିଂ ଙ୍କ ଏହି ବୟାନ ପାଇଁ ଧୋନି ଫ୍ୟାନ ମାନଙ୍କ ମଧ୍ୟରେ ଖୁବ୍ ଅଶୋନ୍ତୋଷ ମଧ୍ୟ ଦେଖା ଦେଇଛି।