Oct 27, 2023, 09:18 IST

ନିର୍ବାଚନ ଯେତେ ସ୍ପିଡ ରେ ପାଖେଇ ଆସୁଚି ମୋଦୀ ସେତେ ସ୍ପିଡ୍ ରେ ନିର୍ବାଚନୀ ଯୋଜନା ବାହାର କରୁଛନ୍ତି, ଆସିଗଲା ଗତି ଶକ୍ତି ଯୋଜନା..

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜ ଦଳ କୁ ନେଇ ଚିନ୍ତା ଗ୍ରସ୍ତ ଅଛନ୍ତି।ଶାସକ ଦଳ ମାନେ ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକ ଙ୍କ ମନ ଜିତିବା ପାଇଁ ଲାଗି ପଡ଼ି ଛନ୍ତି।
Special report
ନିର୍ବାଚନ ଆଗକୁ ରହି ଥିବାରୁ ସେମାନେ ଯେପରି ଭଲ ଭୋଟ ରେ ବିଜୟ ହାସଲ କରିବେ ସେଥିପାଇଁ ଏବେ ଠାରୁ ଦିନ ଗଣିବା ଆରମ୍ଭ କରି ସାରିଲେଣି।ଲୋକ ମାନଙ୍କ ଉନ୍ନତି ପାଇଁ ସେମାନେ ନୂଆ ନୂଆ ଯୋଜନା ଦେଉଛନ୍ତି।
ନିକଟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଯୋଜନା ର ଶୁଭାରମ୍ଭ କରିଛନ୍ତି।ଏହି ଯୋଜନା ଦ୍ୱାରା ଭାରତୀୟ ଜନତା ମାନେ ଲାଭବାନ ହୋଇ ପାରିବେ।ଏହା ମାଧ୍ୟମ ରେ ଯୋଗାଯୋଗ ବ୍ୟବସ୍ଥାର ଆହୁରି ଅଧିକ ଉନ୍ନତି ହୋଇ ପାରିବ।
Special report
ଏହି ଯୋଜନା ଟି ହେଉଛି ଭାରତ ରେ ଥିବା ପ୍ରତ୍ୟେକ ଗାଁ ରେ ନେଟ ୱାର୍କ ଖୁଣ୍ଟି ବସାଇବା।୨୦୨୩ ବର୍ଷର ଶେଷ ସୁଦ୍ଧା ଏହି କାର୍ଯ୍ୟ ର ପରିସମାପ୍ତି କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଆଦେଶ ଦେଇଛନ୍ତି।ଏହା ଦ୍ବାରା ଆମ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ହେବ।
ଏବେ ସମସ୍ତ ଗ୍ରାମ ରେ ମୋବାଇଲ ଫୋନ ର ନେଟ ୱର୍କ୍ ପାଇ ଟାୱାର ର ବ୍ୟବସ୍ଥା କରା ଯିବ।ବୁଧବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡକାଇ ଥିଲେ।ଏଥିରେ ସେ ସମସ୍ତ ଙ୍କ ଉପରେ ଟି କେ ରାଗି ଯାଇ ଥିଲେ।
କଣ ପାଇଁ ଏତେଦିନ ପର୍ଯ୍ୟନ୍ତ ମୋବାଇଲ୍ ଟାୱାର କରା ଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।ଗାଁ ରେ ଟାୱାର ଲଗାଇ ଲେ ଲୋକ ମାନେ ବିରକ୍ତି ହୋଇ ପାରନ୍ତି।ହେଲେ ସେମାନଙ୍କୁ ବୁଝାଇ ଏହି କାମ ଯଥା ଶୀଘ୍ର କରିବା ପାଇଁ ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ କି ଗୁଜୁରାଟ ରେ ୬୬ ଟି ଟାୱାର ସ୍ଥାପନା ହୋଇ ପାରିଲା ନାହିଁ।ଯେଉଁଥି ପାଇଁ ସେ ଉଦବେଗ ପ୍ରକାଶ କରିଥିଲେ।ଆଗକୁ ଦେଖିବାକୁ ବାକି ରହିଲା ଆଉ କେତେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରା ଯାଉ ଅଛି।

Advertisement