ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ମୋଦୀ ଓ ମମତା ଲଢେଇ ବିଷୟରେ ସମସ୍ତେ ଜାଣି ଥିବେ।ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟ ମନ୍ତ୍ରୀ ହୋଇ ଥିବା ବେଳେ ନରେନ୍ଦ୍ର ମୋଦି ଭାରତ ର ପ୍ରଧାନ ମନ୍ତ୍ରୀ ଅଛନ୍ତି।
ଉଭୟ ଙ୍କ ମଧ୍ୟ ରେ ସବୁବେଳେ ବିବାଦ ଲାଗି ରହିଥାଏ।ଏବେ ପୁଣି ଥରେ ଟାର୍ଗେଟ କରିଛନ୍ତି ମମତା।ନିକଟରେ ବିଶ୍ୱକପ୍ ର ଫାଇନାଲ ମ୍ୟାଚ ଖେଳା ଯାଇଥିଲା।ଏଥିରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇ ଥିଲା।
ଯାହାକୁ ନେଇ ଏବେ କଳ୍ପନା ଜଳ୍ପନା ଜୋର୍ ଧରିଛି।ଏହି ମ୍ୟାଚ୍ ଟି ଗୁଜୁରାଟ ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଖେଳା ଯାଇଥିଲା।ଏଥିରେ ଯୋଗ ଦେଇଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା।
ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ପଡିଆ ରେ ଉପସ୍ଥିତ ଥିଲେ।ଏହାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ।ସେ କହିଛନ୍ତି ମୋଦୀ ହେଉଛନ୍ତି ବହୁତ ବଡ ପାପୀ।କେବଳ ତାଙ୍କ ପାଇଁ ଭାରତ ମ୍ୟାଚ୍ ହାରିଛି।
ଭାରତୀୟ ଦଳ ବିଶ୍ୱକପ୍ ର ପ୍ରତ୍ୟେକ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରି ଥିଲା।ସମସ୍ତେ ଭାବି ଥିଲେ ଭାରତୀୟ ଦଳ ବିଶ୍ୱକପ୍ ର ଫାଇନାଲ ମ୍ୟାଚ ଜିତିବ।ହେଲେ ଏହା ହୋଇ ପାରିଲା ନାହିଁ।ମ୍ୟାଚ୍ ଜିତିବା ସମ୍ଭବ ହେଲା ନାହିଁ।
ଏହା କେବଳ ନରେନ୍ଦ୍ର ମୋଦି ଙ୍କ ପାଇଁ ହୋଇଛି।ବିଜେପି ପୁରା କ୍ରିକେଟ ଦଳ କୁ ନିଜ ଇଶାରା ରେ ଚଳାଇବା ପାଇଁ ଇଚ୍ଛା କରୁଚି।ଭାରତୀୟ ଜର୍ସି କୁ ମଧ୍ୟ ଅରେଞ୍ଜ କଲର କରିବା ପାଇ ଭାବି ଥିଲା।
ହେଲେ ଆଗରୁ ଯେଉଁ ଜର୍ସି ଥିଲା ଭାରତୀୟ ଦଳ ସେହି ଜର୍ସି ରେ ମ୍ୟାଚ୍ ଖେଳି ଥିଲେ।କେବଳ ଅଭ୍ୟାସ ସମୟ ରେ ଅରେଞ୍ଜ ଜର୍ସି ଭାରତୀୟ ଦଳ ପିନ୍ଧି ଥିଲା।
ଯେଉଁଥି ପାଇଁ ଭାରତୀୟ ଦଳ ଏହି ମ୍ୟାଚ୍ କୁ ହାରି ଯାଇଥିଲା।ଗେରୁଆ ହେଉଚି ମୁନି ଋଷି ଓ ତ୍ୟାଗୀ ମାନଙ୍କର ରଙ୍ଗ। ଏବଂ ବିଜେପି ହେଉଛି ଭଗୀ ମାନଙ୍କ ଦଳ ବୋଲି ମମତା କହିଛନ୍ତି।