Mar 1, 2024, 07:55 IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଝିଅ ଙ୍କୁ ପଚରାହେଲା,ଆପଣ କଣ ଏଥର ସାଂସଦ ପ୍ରାର୍ଥୀ ଭାବେ ଠିଆ ହେବେ କି ??

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ମୟୂରଭଞ୍ଜ ଜିଲ୍ଲା କୁ ଆସିଥିଲେ। ଆଉ ତାଙ୍କର ଏହି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ମଧ୍ୟ ତାଙ୍କୁ ଦେଖିବା ପାଇଁ
Special report
ଅନେକ ଲୋକ ମାନେ ସେଠାରେ ଏକାଠି ମଧ୍ୟ ହୋଇଥିଲେ। ଏଥି ସହ ତାଙ୍କର ଝିଅ ଦ୍ରୌପଦୀ ମୁର୍ମୁ ଙ୍କ ଝିଅ ମଧ୍ଯ ଆସିଥିଲେ। ତାଙ୍କର ପ୍ରତିକ୍ରିୟା ରେ ସେ କହିଥିଲେ କି ସେ ଖିଚିଂ ଯାଇଥିଲେ।
ଆଉ ଖିଚିଂ ରେ ତାଙ୍କୁ ଖୁବ୍ ଭଲ ମଧ୍ୟ ଲାଗିଲା। ଯେତେବେଳେ ତାଙ୍କୁ ଖାଇବା ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି କିଛି ନାହିଁ ଯାହା ମନ୍ଦୀର ପ୍ରସାଦ ଥିଲା ତାହା ହିଁ ସେ ଖାଇଥିଲେ।
ରାତିରେ ଯାହା ଘରେ ବନା ଯାଇଥିଲା ସେ ସବୁ ଖାଦ୍ୟ ସେ ଖାଇଥିଲେ। ରାତିରେ ତାଙ୍କର ରୁଟି ତରକାରୀ ବନା ଯାଇଥିଲା ଆଉ ସେ ତାକୁ ହିଁ ଖାଇଥିଲେ। ଘର ଲୋକ ମାନଙ୍କ ସହ ମିଶି ସେ ଆନନ୍ଦରେ ଏହି ଖାଇବା ଖାଇଥିଲେ।
Special report
ଯେତେବେଳେ ତାଙ୍କୁ ମିଡିଆ ବାଲା ପଚାରି ଥିଲେ କି ଶୁଣିବାକୁ ମିଳୁଛି ସେ ମୟୂରଭଞ୍ଜ ଜିଲ୍ଲାର ସାଂସଦ ଭାବରେ ଛିଡ଼ା ହେବାକୁ ଯାଉଛନ୍ତି ବୋଲି ସେତେବେଳେ ସେ ଉତ୍ତର ରଖିଥିଲେ କି ପ୍ରଥମଥର ପାଇଁ ଏକଥା ସେ ମିଡିଆବାଲା ଙ୍କ ମୁହଁରୁ ଶୁଣିଲେ ବୋଲି।
ଦ୍ରୌପଦୀ ମୁର୍ମୁ ଙ୍କ ପୁନର୍ବାର ଆସିବା ସମ୍ପର୍କରେ କହିଥିଲେ କି ତାଙ୍କର ଯେତେବେଳେ ପ୍ରୋଗ୍ରାମ ହେବ ପୁଣି ଥରେ ସେ ଆସିବେ କାରଣ ତାଙ୍କ ଝିଅ ଏବେ ଓଡ଼ିଶାରେ ରହୁଛନ୍ତି।
ଏତେଦିନ ପରେ ନିଜ ମାଆ ଙ୍କ ସହ ସମୟ ବିତାଇ ତାଙ୍କୁ ଖୁବ୍ ଖୁସୀ ଲାଗିଲା। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏବଂ ଅନେକ ଲୋକ ତାଙ୍କୁ କମେଣ୍ଟ ମାଧ୍ୟମରେ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ତାଙ୍କର ଏହି ପ୍ରତିକ୍ରିୟା ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement