Nov 17, 2023, 10:52 IST

ଦିଲ୍ଲୀ ରେ ପ୍ରଦୂଷଣ ଦେଖି ଡରିଗଲେ ସୋନିଆ, କହିଲେ ଏତେ ବିଷାକ୍ତ ପରିବେଶ ରେ ରହିଲେ ମୋର ବି ଦେହ ଖରାପ ହେବ, ମତେ ଭଲ ପରିବେଶ କୁ ନେଇଚାଲ

Special report

ନମସ୍କାର ପାଠକ ବନ୍ଧୁ।ଦିଲ୍ଲୀ ରେ ପୁଣି ଥରେ ବାୟୁ ମଣ୍ଡଳ ପ୍ରଦୂଷିତ ହୋଇଛି।ଦୀପାବଳୀ ପର ଠାରୁ ରାଜଧାନୀ ଦିଲ୍ଲୀ ରେ ବିଷାକ୍ତ ଗ୍ୟାସ ର ପରିମାଣ ବଢି ଯାଇଛି।ଏଭଳି ବାୟୁ ସ୍ବାସ୍ଥ୍ୟ ପକ୍ଷ ହାନିକାରକ।
Special report
ସେଥିପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଦିଲ୍ଲୀ ବାହାରକୁ ଚାଲି ଯାଇଥିବା ସୂଚନା ମିଳିଛି।ସୋନିଆ ଗାନ୍ଧୀ ଙ୍କ ସ୍ବାସ୍ଥ୍ୟଵସ୍ଥା ଦିନ କୁ ଦିନ ଖରାପ ହେବାରେ ଲାଗିଛି।ସେ ସେଥିପାଇଁ ସବୁବେଳେ ଡାକ୍ତର ଙ୍କ ପରାମର୍ଶ ରେ ରହୁଛନ୍ତି।ସେ ଏବେ ସେହି ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି।
ସୂଚନା ଅନୁସାରେ ଦିଲ୍ଲୀ ରେ ଗାଡ଼ି ମଟର ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି।ସେଥିରୁ ବାହାରୁ ଥିବା ଧୁଆଁ ଯୋଗୁଁ ବାୟୁ ମଣ୍ଡଳ ଅଧିକ ମାତ୍ରା ରେ ପ୍ରଦୂଷିତ ହେଉଛି।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।ନିକଟ ରେ ସେଠାକାର ଲୋକ ମାନେ ଦୀପାବଳୀ ପର୍ବ ଖୁବ୍ ଆନନ୍ଦ ସହକାରେ ମନାଇ ଥିଲେ।
Special report
ଯାହା ଫଳ ରେ ଏହା ପର ଦିନ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଲା।ଲୋକ ମାନଙ୍କ ଆଖିରେ ପୋଡା ଜଳା ହେବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାର ଏବେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ନିକଟ ରେ ସୋନିଆ ଗାନ୍ଧୀ ଶାନ୍ତି ମେମୋରିଆଲ ରେ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଜନ୍ମଦିନ ରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିଲେ।ସେଠାରେ ତାଙ୍କୁ ଠିକ୍ ରୂପେ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇ ଥିଲା।
ଏହା ପରେ ତାଙ୍କ ଡାକ୍ତର ମାନେ ତାଙ୍କୁ କହିଥିଲେ କି ସେ ଅନ୍ୟ ସ୍ଥାନ ରେ ଯାଇ ରୁହନ୍ତୁ।ସେଥିପାଇଁ ସେ ଏବେ ଜୟପୁର ରେ ଯାଇ ରହୁଛନ୍ତି।ଆଗକୁ ବିଧାନ ସଭା ନିର୍ବାଚନ ରହିଛି।
ଏ ସମୟ ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବା ନିତାନ୍ତ ଜରୁରୀ।ଦିଲ୍ଲୀ ର ବାୟୁ ମଣ୍ଡଳ ଠିକ୍ ହେବା ପରେ ସେ ଦିଲ୍ଲୀ କୁ ଫେରିବେ ବୋଲି ସୂଚନା ମିଳିଛି।ସେ ଦୀର୍ଘ ଦିନ ଧରି ଆଜମା ରୋଗ ରେ ପୀଡ଼ିତ ଅଛନ୍ତି।ସେଥିପାଇଁ ତାଙ୍କର ଦିଲ୍ଲୀ ରେ ରହିବା ବିପଦ ପୂର୍ଣ୍ଣ ହୋଇ ପାରେ ବୋଲି କୁହା ଯାଇଛି।

Advertisement