Updated: Sep 11, 2023, 10:54 IST

ଦଳ ଛାଡିବିନି , ଦଳ କାହା ବାପା ସମ୍ପତି ନୁହେଁ ଯେ କିଏ କହିଦେବ ଆଉ ମୁଁ ଇସ୍ତଫା ଦେଇ ଦେବି

Special report

ନମସ୍କାର ପାଠକ ବନ୍ଧୁ।ରାଜ୍ୟ ରେ ଏବେ ବିଜେଡି ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।ବିଜେଡି ବିରୋଧୀ ମନ୍ତବ୍ୟ ଦେଇ ସୌମ୍ୟ ଙ୍କୁ ଖୁବ୍ କଥା ଶୁଣିବାକୁ ପଡି ଲାଣି। ଗତ କିଛି ଦିନ ତଳେ ୫ ଟି ସଚିବ ଭି କେ ପାଣ୍ଡିଆନ ଗଞ୍ଜାମ ଗ୍ରସ୍ତ ରେ ଯାଇଥିଲେ।
Special report
ସେଥିପାଇଁ ତାଙ୍କୁ ବହୁତ ବିରୋଧ କରା ଯାଇଥିଲା।ବିଜେଡି ଦଳ ର କିଛି ନେତା ମାନେ ମଧ୍ୟ ତାଙ୍କୁ ବହୁତ କଥା କହିଥିଲେ।ସେମାନେ କହିଥିଲେ କି ନବୀନ କଣ ଏତେ ଅସମର୍ଥ ହୋଇ ଗଲେ କି ନିଜେ ଆଉ କାମ କରି ପାରୁ ନାହାଁନ୍ତି ୫ ଟି ସଚିବ ଙ୍କୁ କାମ।ରେ ପଠାଉଛନ୍ତି।ସେ ଜଣେ ସରକାରୀ କର୍ମଚାରୀ।
ତାଙ୍କୁ ରାଜନୀତି ରେ ପ୍ରବେଶ କରାଇବା କଣ ଠିକ୍।ସୌମ୍ୟ ରଞ୍ଜନ ପଟ୍ଟନାୟକ ସମ୍ବାଦ ପତ୍ରିକା ର ସମ୍ପାଦକ।ସେ ତାଙ୍କ ଖବର କାଗଜ ରେ ୫ଟି ସଚିବ ଙ୍କ ବିରୋଧ ରେ ଲେଖି ଥିଲେ।ଏହା ପରେ ତାଙ୍କୁ ଅନେକ ବିଜେଡି ଦଳ ର ନେତା ମାନେ କଟୁ ଶବ୍ଦ କହିଥିଲେ।
ସେ ଜଣେ ବିଜେଡି ଦଳ ର ନେତା ହୋଇ ସେହି ଦଳ ବିରୋଧ ରେ କିଭଳି କହି ପାରୁଛନ୍ତି।ଏହାର ଉତ୍ତର ରେ ଜବାବ ରଖିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ।ସେ କହିଛନ୍ତି କି ମୁ ଦଳ ଛାଡିବି ନାହିଁ।ସେମାନେ ଯଦି ମୋତେ ଦଳ ରୁ ବାହାର କରିବେ କରନ୍ତୁ।
Special report
ହେଲେ କୌଣସି ପ୍ରକାର ମୁ ମୋ କଥା ରୁ ଓହରିବି ନାହିଁ କି ଦଳ ଛାଡିବି ନାହିଁ।ମୁ ଭୁଲ କଥା କହି ନାହିଁ।ନବୀନ ପଟ୍ଟନାୟକ କଣ ଏତେ ଅପାରଗ ହୋଇ ଗଲେ ଯେ ନିଜ କାର୍ଯ୍ୟ କରିବା ପାଇଁ ସେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ଉପରେ ନିର୍ଭର କରୁଛନ୍ତି।
ଭି କେ ପାଣ୍ଡିଆନ ଜଣେ ସରକାରୀ କର୍ମଚାରୀ।ଯଦି ସେ ଚାହିଁବେ ଚାକିରି ଛାଡ଼ି ଦଳ ରେ ଯୋଗ ଦିଅନ୍ତୁ।ଏପରି ପଛରେ ରହି କଣ ପାଇଁ କାମ କରୁଛନ୍ତି।ପ୍ରତାପ ଦେବ ମୋତେ ନିର୍ଦ୍ଦେଶ ଦେଇ ପାରିବେନି କି ମୁ ସମ୍ପାଦକ ଲେଖିବି କିମ୍ବା ଦଳ ରେ ରହିବି।
ପ୍ରତାପ ଦେବ କଣ ଯାହା କହିବେ ସେଇଆ ହେବ କି।ସେ ହେଉଛନ୍ତି ରାଜା ଙ୍କ ଘର ର ଲୋକ।ଲୋକ ଙ୍କ ଦୁଃଖ ଦୁର୍ଦ୍ଦଶା କୁ ସେ କିପରି ବୁଝିବେ।ମୁ ଯାହା ଲେଖୁଛି ତାହା ଦଳ ର ସ୍ବାର୍ଥ ପାଇଁ ଲେଖୁଛି।ମୁ କିଛି ବି ଭୁଲ ଲେଖି ନାହିଁ।
ଏହା ଦ୍ବାରା ଦଳ ର କଲ୍ୟାଣ ହେବ ପଛେ ଅମଙ୍ଗଳ ହେବ ନାହିଁ ।ସଚିବ ମାନେ ଦଳୀୟ କଥା ରେ ମୁଣ୍ଡ ପୁରେଇବା ଉଚିତ୍ ନୁହେଁ।ସେମାନେ ତାଙ୍କ ଚାକିରି ରେ ମୁଣ୍ଡ ପୁରାନ୍ତୁ।ଏହି ପରି ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisement