Apr 1, 2024, 09:46 IST

ନିର୍ବାଚନ ସମୟ ରେ ସୁର ଙ୍କ ପରିବାର ରେ ଝଡ..ବଡ଼ପୁଅ କଂଗ୍ରେସ, ସୁର ଦେଲେ ଇସ୍ତଫା, ସାନ ପୁଅ ବିଜେଡି...

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଗୋଟିଏ ଘର ତିନି ଦଳ।ମିଶୁନି ବାପା ପୁଅ ଙ୍କ ମନ।ପରିବାର ପଲିଟିକ୍ସ କୁ ନେଇ ରାଜନୀତି ରେ ବର୍ତମାନ ହଇଚଇ ସୃଷ୍ଟି ହୋଇଛି। ସାନ ପରେ ବଡ଼ ଓଲଟାଇ ଦେଲେ ପୁରା ମାନସାଙ୍କ।
ଗୋଟିଏ ଘର କିନ୍ତୁ ତିନି ଦଳ।ଜଟଣୀ ବିଧାୟକ ସୁର ରାଉତ୍ ରାୟ ଙ୍କ ଘରର କଳି ଧୀରେ ଧୀରେ ସାମ୍ନାକୁ ଆସିଛି।ଯେଉଁଥି ପାଇଁ ରାଜନୀତି ରେ ତିନି ଫାଳ ହୋଇଛି ଗୋଟିଏ ପରିବାର।
Hh
ବାପା କଂଗ୍ରେସ ରେ ଥିବା ବେଳେ ସାନ ପୁଅ ମନ୍ମଥ ରାଉତ୍ ରାୟ ବିଜେଡି ରେ ଏବଂ ବଡ଼ ପୁଅ ସିଦ୍ଧାର୍ଥ ରାଉତ୍ ରାୟ ଜଟଣୀ ରେ ସ୍ଵାଧୀନ ଭାବରେ ଲଢ଼ିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ବାପା ଙ୍କ ସମର୍ଥନ ରୁ ସାନ ପୁଅ ବାହାରିବା ପରେ ଏବେ ବଡ଼ ପୁଅ ମଧ୍ୟ ନିଜ ରାସ୍ତା ନିଜେ ବାଛି ଦେଇଛନ୍ତି।ତେଣୁ ବର୍ତମାନ ବାପା ସୁର ରାଉତ୍ ରାୟ ଙ୍କୁ ଦୁଇ ପୁଅ ମଝି ରାସ୍ତା ରେ ରଖି ଜଣଙ୍କୁ ବାଛିବା ପାଇଁ ରଖିଛନ୍ତି।
Hb
ତେଣୁ ସ୍ଵାଧୀନ କୁ ସମର୍ଥନ କରି ବଡ଼ ପୁଅ ର ପକ୍ଷ ନେବେ ନା ବିଜେଡି କୁ ସମର୍ଥନ କରି ସାନ ପୁଅ ପାଇଁ ଦଳ ରେ ରହି ଲଢ଼ିବେ,ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ସିଦ୍ଧାର୍ଥ ଙ୍କ ବାପା ସୁର ରାଉତ୍ ରାୟ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ୬ ଥର ବିଧାୟକ ହୋଇଛନ୍ତି।
ଏଠାରେ କଂଗ୍ରେସ ର ଭୋଟ ଅଛି।କିନ୍ତୁ ସିଦ୍ଧାର୍ଥ ସ୍ଵାଧୀନ ଛିଡ଼ା ହେଲେ ସୁର ରାଉତ୍ ରାୟ ଙ୍କ ଭୂମିକା କଣ ହେବ?ବଡ଼ ପୁଅ ନା ସାନ ପୁଅ ପାଇଁ ପ୍ରଚାର କରିବେ ତାହା ସୁର ରାଉତ୍ ରାୟ ଙ୍କୁ ଦ୍ଵନ୍ଦ ରେ ପକାଇଛି।
ବାହାରେ ରହୁଥିବା ସିଦ୍ଧାର୍ଥ ଗତ ବର୍ଷ ହିଁ ଓଡ଼ିଶା ଆସିଥିଲେ।ସେ ସମୟରେ ସୁର କହିଥିଲେ ସିଦ୍ଧାର୍ଥ ନିର୍ବାଚନ ଲଢ଼ିବେ।ହେଲେ କେଉଁଠି ଲଢ଼ିବେ ତାହା ସ୍ପଷ୍ଟ ହୋଇ ନଥିଲା।ଏହି ଖବର ଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement