Updated: Jan 17, 2024, 12:18 IST

କଣ ସତରେ ଓଡ଼ିଶା ରେ ବିଜେପି ପାଇଁ ଲଢ଼ିବେ ସବ୍ୟସାଚୀ ?? ବିଜେଡି ଟିକେଟ ଆଗରୁ ବିଜେପି ହାତେଇ ଦେଲା କି???

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ଶୁଣିବାକୁ ମିଳୁଛି ସେ କୁଆଡେ ରାଜନୀତି ରେ ପ୍ରବେଶ କରିବାକୁ ଯାଉଛନ୍ତି।ସେ ସିଧା ଓଡ଼ିଶା ର ମନ୍ତ୍ରୀ ହେବେ।ଏହି କଥା କୁ ଏବେ ସାଧାରଣ ଲୋକ ମାନେ ଚର୍ଚ୍ଚା କରିବାକୁ ଲାଗିଛନ୍ତି।
Special Report
ତେବେ ଏହା କେତେ ଦୂର ସତ୍ୟ ତାହା କେହି ବି ଜାଣି ନାହାନ୍ତି।ଓଲିଉଡ ର ପାଗଳ ପ୍ରେମୀ ବୋଲି କୁହା ଯାଉଥିବା ଏହି ଅଭିନେତା ଜଣକୁ ଲୋକ ମାନେ ଖୁବ୍ ଭଲ ପାଆନ୍ତି।ଲୋକ ଙ୍କ ଭଲ ପାଇଁ ସେ ବହୁତ କିଛି କାମ କରିଛନ୍ତି।ଆଜି ଆମେ ଆପଣ ମାନଙ୍କୁ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।
ଆପଣ ମାନେ ସମସ୍ତେ ଜାଣି ଥିବେ କରୋନା ସମୟ ରେ ଲୋକ ମାନେ କିଭଳି କଷ୍ଟ ରେ ଛଟ ପଟ ହେଉ ଥିଲେ।ସାମାନ୍ୟ ଅମ୍ଳଜାନ ପାଇବା ପାଇଁ ଲୋକ ମାନେ ବହୁତ ହଇରାଣ ହେଉଥିଲେ।ଏହି ସମୟ ରେ ଦେବ ଦୂତ ସାଜିଥିଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।
ସମସ୍ତଙ୍କୁ ଔଷଧ ଯୋଗାଇ ଦେବା ସହିତ ସମସ୍ତ କରୋନା ରୋଗୀ ଙ୍କ ଜୀବନ ବଞ୍ଚାଇ ଦେଇଥିଲେ।ଯେଉଁ ସମୟ ରେ କେହି କାହାରି କୁ ସାହାର୍ଯ୍ୟ କରୁ ନ ଥିଲେ।ସେହି ସମୟ ରେ ସବ୍ୟସାଚୀ ସମସ୍ତଙ୍କୁ ସାହାର୍ଯ୍ୟ କରୁଥିଲେ।ରୋଗୀ ଙ୍କୁ ଅମ୍ଳଜାନ ଯୋଗାଇ ଦେଉଥିଲେ।
Special Report
ବାହାର ରାଜ୍ୟରେ ରହୁଥିବା ଶ୍ରମିକ ମାନଙ୍କୁ ନିଜ ରାଜ୍ୟ କୁ ଫେରାଇ ଆଣି ଥିଲେ।ତାଙ୍କ ର ଏହି କାମ କୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି।ତାଙ୍କ ପାଇଁ କେତେ ପରିବାର ରେ ଆଜି ଖୁସି ରହିଛି।ଯିଏ ସମାଜ ସେବା କୁ ଜୀବନ ର ବ୍ରତ କରି ଦେଇଚି ସେ କେବେ ବି ଲୋକ ମାନଙ୍କୁ ଠକି ପାରିବ ନାହିଁ।
ବର୍ତ୍ତମାନ ସମୟ ରେ ଅନେକ ଅଭିନେତା ମାନଙ୍କୁ ରାଜନୀତି ରେ ପ୍ରଚାର କରିବା ପାଇଁ କୁହା ଯାଉଛି।ହେଲେ ଯିଏ ପ୍ରକୃତ ରେ ନାୟକ ତାଙ୍କୁ ଏ ଯାଏଁ କୁହା ଯାଇ ନାହିଁ।ତାଙ୍କ ରାଜନୀତି ରେ ପ୍ରବେଶ କରିବା ପାଇଁ କୌଣସି ଦଳ ମଧ୍ୟ ଅଫର୍ ଦେଇ ନାହିଁ।
ସାଧାରଣ ଲୋକ ମାନେ ଏହି କଥା କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରୁଛନ୍ତି।ସମସ୍ତେ କହୁଛନ୍ତି କି ଆମେ ସମସ୍ତେ ସବ୍ୟସାଚୀ ମିଶ୍ର ଙ୍କୁ ମନ୍ତ୍ରୀ ରୂପେ ଦେଖିବା ପାଇଁ ଚାହୁଁଚୁ।ସେ ଜଣେ ପ୍ରକୃତ ହିରୋ ଯିଏ କି ଲୋକ ମାନଙ୍କ ଭଲ ପାଇଁ କାମ କରିବେ।ସେ ହେଉଛନ୍ତି ଜଣେ ସମାଜ ସେବୀ।
ଏହା ଛଡ଼ା ଲୋକ ମାନେ ବି ତାଙ୍କୁ ଖୁବ୍ ପସନ୍ଦ କରନ୍ତି। କରୋନା ରୋଗ ହେବା ସମୟରେ ସେ ଲୋକ ମାନଙ୍କୁ ଅନେକ ପ୍ରକାର ସାହାର୍ଯ୍ୟ କରିଛନ୍ତି।ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement