Oct 31, 2023, 08:43 IST

ବିଜେପି କୁ ଚାଲେଞ୍ଜ କଲା ପ୍ରିୟଙ୍କା, ମୋ ଭାଇ ଯଦି ଜିତି ପାରୁନି ମତେ ଲିଡର କର ମୁ ନେବି ଦାୟିତ୍ଵ ଆଉ ଦେଖିବି ମୋଦୀ କେମିତି ଜିତିବ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ରାଜସ୍ଥାନରେ ବଢ଼ିବାକୁ ଲାଗୁଛି ପ୍ରିୟଙ୍କା ଗାନ୍ଧି ଙ୍କ କ୍ରେଜ୍। ବିଜେପି ଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଙ୍କ ଦବଦବା କୁ ଏବେ ଅନୁଭବ କରୁଛି ବିଜେପି।
ରାଜସ୍ଥାନରେ ଜିତିବା ପାଇଁ କଂଗ୍ରେସ ଏବେ ତାର ସଂପୂର୍ଣ୍ଣ ଶକ୍ତି ଲଗାଇ ଦେଇଛି। ଦଳ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟାନ୍ୟ ବଡ଼ ନେତା ଏଠାରେ ସାଧାରଣ ସଭା କରୁଛନ୍ତି। ହେଲେ ସବୁ ବଡ଼ ନେତା ମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ହେଡ ଲାଇନ ରେ ଅଛନ୍ତି।
ସେ ରାଜସ୍ଥାନର ରାଜନୈତିକ ଯୁଦ୍ଧ ରେ ନିଜର ଉପସ୍ଥିତି କୁ ଅନୁଭବ କରାଉଛନ୍ତି। ପ୍ରିୟଙ୍କା ଗାନ୍ଧୀ ଙ୍କ ପ୍ରତ୍ୟେକ ସାଧାରଣ ସଭା ଲୋକ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। ମହିଳା ମାନଙ୍କ ମଧ୍ୟରେ ମଧ୍ୟ ତାଙ୍କର ଲୋକପ୍ରିୟତା ବଢୁଥିବା ଜାଣିବାକୁ ମିଳିଛି।
Spet
ସେ ଯେଉଁଭଳି ଭାବରେ ବିଜେପି ଉପରେ ଆକ୍ରମଣ କରୁଛନ୍ତି ତାହା କଂଗ୍ରେସ ସପକ୍ଷରେ ଯାଉଥିବା ମଧ୍ଯ ଏହା ଜଣା ପଡ଼ିଛି। ବିଜେପି ମଧ୍ୟ ଏବେ ସବୁ ରାଜନୈତିକ ସଭା ଓ ଭାଷଣ ଉପରେ ନଜର ରଖିଛି।
ସେଥିପାଇଁ ପ୍ରିୟଙ୍କା ଗାନ୍ଧୀ ତାଙ୍କ ବିପକ୍ଷରେ ଯାହା କହୁଛନ୍ତି ତାହାକୁ ତୁରନ୍ତ ଖଣ୍ଡନ କରିବା ପାଇଁ ମଧ୍ୟ ସେ ଚାଲି ଆସୁଛନ୍ତି। ରାଜସ୍ଥାନରେ ପ୍ରିୟଙ୍କା ଗାନ୍ଧୀ ତିନୋଟି ସମାବେଶ କୁ ସମ୍ବୋଧିତ କରି ସାରିଲେଣି।
ଅକ୍ଟୋବର ୨୫ ରେ ସେ ଝୁନ ଝୁନ୍ ରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସିଶ୍ରାମ ଉଲ୍ଲା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ସମୟରେ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ କରିଥିଲେ। ସେଥିରୁ ଜଣାପଡି ଥିଲା କି ସେ ଜନତାଙ୍କ ସହ ଭଲ ସଂଯୋଗ ରଖୁଛନ୍ତି।
ଏବଂ ଏହା ଜଣା ପଡ଼ିଥିଲା କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ନିକଟରେ ହୋଇଥିବା ଅଭିଭାଷଣ ରେ ପ୍ରିୟଙ୍କା ବାରମ୍ବାର ଜଣେ ପୁରୋହିତ ଙ୍କ ଅଭିଯୋଗ କଥା କହିଥିଲେ।
ମୋଦୀ ଭିଲ୍ଵାରା ର ଏକ ଦାନ ବାକ୍ସ ରେ ମାତ୍ର ୨୧ ଟଙ୍କା ଦାନ କରିଛନ୍ତି। ସେଥିପାଇଁ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ମୋଦୀ ଏବଂ ତାଙ୍କ ଦଳର ନେତା ମାନେ କେବଳ ଖାଲି ପ୍ରତିଶ୍ରୁତି ହିଁ ପ୍ରଦାନ କରି ଥାଆନ୍ତି।

Advertisement