Oct 15, 2023, 14:05 IST

ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଛି କିଛି ବି ପୁରଣ କରିନି. ଶୁଖିଲା ପ୍ରତିଶ୍ରୁତି ଦେଇ ଲୋକ ଙ୍କୁ ଯାହା ବୋକା ବନେଇଛି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି କି ଲୋକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ଦିବା ସ୍ବପ୍ନ ଦେଖାଇ ନିର୍ବାଚନ ସାରିବା ପରେ ଲୋକ ମାନଙ୍କୁ
Special report
ଠକି ଦେବା ଆମେ ଭାରତିୟ ଜନତା ପାର୍ଟୀ ର ସାଂସଦ ମାନଙ୍କ ନିକଟରୁ ଶିଖିବା ବୋଲି । ସେମାନେ ବହୁତ୍ ଦିବା ସ୍ବପ୍ନ ଦେଖାନ୍ତି ଓ ଲୋକ ମାନଙ୍କୁ ଅନେକ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ଏବଂ ଲୋକ ମାନଙ୍କ ମନରେ ଆଶା ମଧ୍ଯ ଜନ୍ମାଇ ଥାଆନ୍ତି।
ହେଲେ ପରିଶେଷରେ ଲୋକ ମାନଙ୍କ ଆଶା ପାଣି ଫୋଟକା ଭଳି ମିଳାଇ ଯାଏ ବୋଲି ସେ କହିଛନ୍ତି। ସେ ଏହି ସଂକ୍ରାନ୍ତୀୟ କିଛି ତଥ୍ୟ ମଧ୍ଯ ରଖିଥିଲେ। ତାଙ୍କ ସହ ଦଳର ମୁଖପାତ୍ର ଲିଲିନ ମହାନ୍ତି ମଧ୍ଯ ଉପସ୍ଥିତ ଥିଲେ।
ସେ କହିଥିଲେ କି ବହୁ ବର୍ଷ ଧରି କଟକ ରୁ ସମ୍ବଲପୁର ନ୍ୟାସନାଲ ହାଇ ୱେ କାମ ମନ୍ଥର ଗତିରେ ଚାଲିଛି। ଏବଂ କେତେକ ସ୍ଥାନରେ ଏହା ସଂପୂର୍ଣ୍ଣ ଭାବରେ ବନ୍ଦ ମଧ୍ଯ ହୋଇ ସାରିଲାଣି। କେବେ ଆରମ୍ଭ ହେବ ତାହାର ମଧ୍ୟ ଉତ୍ତର ନାହିଁ।
Special report
ସେ କହିଥିଲେ କି ବିଜୁ ଜନତା ଦଳ ଲୋକ ମାନଙ୍କ ପାଇଁ ସର୍ବଦା ସଂସଦରେ ସ୍ୱର ଉତ୍ତୋଳନ କରୁଛି ।ସେହି ସମୟରେ ଭାରତୀୟ ଜନତା ପାର୍ଟି ରୁ ଯେଉଁ ସଂସଦ ମାନେ ଯାଇଛନ୍ତି ସଂସଦ କୁ ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଦିନଟିଏ ମଧ୍ଯ ପ୍ରଶ୍ନ କରିଲେ ନାହିଁ କି
 ଯେ ସମ୍ବଲପୁର ର କାମ କେବେ ଯାଇ ଶେଷ ହେବ। ଲୋକ ମାନଙ୍କୁ ଦେଇଥିବା କଥା ଓ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ର ଆଖି ଆଢ଼ୁଆଳ ରେ ରହି ଯାଉଛି।
ଶ୍ରୀମୟୀ ମିଶ୍ର ଏହା ମଧ୍ଯ କହିଥିଲେ କି ବିଜେପି ସର୍ବଦା ଜନ ସାଧାରଣ ଙ୍କୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ପ୍ରତାରଣା କରିଛି। କାରଣ ଏଭଳି ଅନେକ କଥା ରହିଛି ଯାହାକୁ କି ବିଜେପି ତାଙ୍କୁ ପ୍ରତିଶ୍ରୁତି ଦେବା ପରେ ମଧ୍ଯ ପୂରା କରି ପାରି ନାହିଁ।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement