Mar 14, 2024, 10:19 IST

ବିଜେପି ରେ ଯୋଗ ଦେଲେ ସହ ସହ ବିଜେଡି କର୍ମୀ.. ବିଜେଡି ମାହୋଲ ରେ କୋକୁଆ ଭୟ..

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିଜେପି ରେ ସହ ସହ ବିଜେଡି କର୍ମୀ ମାନେ ଯୋଗ ଦେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।ଓଲିଉଡ଼ ଜଗତ ର ଲୋକପ୍ରିୟ ଅଭିନେତ୍ରୀ ଜିନା ଗଣମଧ୍ୟାମ ସାମ୍ନାରେ କହିଛନ୍ତି ଯେ ବହୁତ ଲୋକମାନେ ଆସି ବିଜେପି ରେ ମିଶିଛନ୍ତି।
ପାଖାପାଖି ୩୫୦ ରୁ ଅଧିକ ଲୋକମାନେ ବିଜେପି ରେ ସାମିଲ ହୋଇଛନ୍ତି।ସମସ୍ତେ ବହୁତ ଖୁସି ଅଛନ୍ତି।ଭାରତୀୟ ଜନତା ପାର୍ଟି ପାଇଁ ସମସ୍ତଙ୍କ ମନରେ ଉତ୍ସାହ ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ବହୁତ ଆସ୍ଥା ରହିଛି।
Jj
ସମସ୍ତେ ଖୁସି ରେ ଆସି ଏହି ପରିବାର ରେ ସାମିଲ ହୋଇଛନ୍ତି ବୋଲି ଅଭିନେତ୍ରୀ ଜିନା କହିଛନ୍ତି।ବିଜେପି ଦଳ ର ଉପ ସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା।
ଏଥିରେ ପାଖାପାଖି ୩୫୦ ରୁ ଅଧିକ ଲୋକମାନେ ଭାରତୀୟ ଜନତା ପାର୍ଟି ସହିତ ସାମିଲ ହୋଇଛନ୍ତି।ଭାରତୀୟ ଜନତା ପାର୍ଟି ପରିବାର କୁ,ଭାରତୀୟ ଜନତା ପାର୍ଟି କୁ ସମସ୍ତ ଙ୍କୁ ସ୍ବାଗତ ଜଣାଇଛନ୍ତି।
Hh
ଯେଉଁ ପ୍ରକାର ଉତ୍ସାହ ଏହି ଅଞ୍ଚଳ ରେ ଦେଖିବାକୁ ମିଳିଛି କେବଳ ଏହି ପଞ୍ଚାୟତ ରେ ଦେଖା ଦେଇନାହିଁ ସମ୍ପୂର୍ଣ୍ଣ ଭଦ୍ରକ ଜିଲ୍ଲା ରେ ଦେଖିବାକୁ ମିଳିଛି,ସମ୍ପୂର୍ଣ୍ଣ ଓଡ଼ିଶା ରେ ଦେଖିବାକୁ ମିଳିଛି। ପୁରା ଭାରତ ବର୍ଷ ରେ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ କୁ ସମର୍ଥନ କରି ଏହି ଉତ୍ସାହ ଆଜି ଦେଖା ଦେଇଛି।
ଏବଂ ଆଗାମୀ ଦିନରେ ଯେତେବେଳେ ପାଖାପାଖି ଦୁଇ ମାସ ପରେ ନିର୍ବାଚନ ସରିବ,ଫଳାଫଳ ବାହାରିବ ସେ ସମୟରେ ନିଶ୍ଚିନ୍ତ ଭାବରେ ଏହି ଉତ୍ସାହ କାରଣରୁ,ଓଡ଼ିଶାବାସୀ ଙ୍କ ଆର୍ଶୀବାଦ କାରଣରୁ ଓଡ଼ିଶା ରୁ ସର୍ବାଧିକ ସାଂସଦ ନରେନ୍ଦ୍ର ମୋଦି ଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ପଠାଇବେ।
ଏବଂ ଓଡ଼ିଶା ରେ ମଧ୍ୟ ଭାରତୀୟ ଜନତା ପାର୍ଟି ର ସରକାର ଗଠନ ହେବ।ସେ ସରକାର ଓଡ଼ିଶା ବିକାଶ ରେ ସହାୟକ ହେବ।

Advertisement