Jan 1, 2024, 15:14 IST

ବିଜେଡି ପୋଷ୍ଟର ରେ ନାହିଁ ବିଜୁ ବାବୁ ଙ୍କ ଫଟୋ, ବିଜୁ ବାବୁ ଙ୍କୁ କଣ ଭୁଲିଗଲା ବିଜେଡ଼ି ଦଳ ???

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ୨୦୨୪ ନିର୍ବାଚନ କୁ ନେଇ ଏବେ ସମସ୍ତେ ଉତ୍ସାହିତ ଅଛନ୍ତି।ଏବେ ଠାରୁ କିଛି ରାଜନୈତିକ ଦଳ ମାନେ ଦିନ ଗଣିବା ଆରମ୍ଭ କରି ସାରିଲେଣି।ନୂଆ ବର୍ଷ ର ପ୍ରଥମ ଦିନ ରେ ସମସ୍ତ ନେତା ମାନେ ନିଜ ନିଜ ପୋଷ୍ଟର ରାସ୍ତା କଡ ରେ ଝୁଲାଇ ଥାନ୍ତି।
Special Report
ହେଲେ ବାଲେଶ୍ଵର ଜିଲ୍ଲା ରେ ସେହି ପୋଷ୍ଟର କୁ ନେଇ ଏବେ ବିବାଦ ଲାଗି ରହିଛି।ବିଜୁ ଜନତା ଦଳ କି ସିଧାସଳଖ ଟାର୍ଗେଟ କରିଛି ବିରୋଧୀ ଦଳ ର ନେତା ମାନେ।ଯାହାକୁ ନେଇ ଏବେ ରାଜନୀତି ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଗତ କାଲି ହେଉଚି ନୂତନ ବର୍ଷ।ତାହାର ଅଭିନନ୍ଦନ ଜଣାଇବା ପାଇଁ ଅନେକ ନେତା ମନ୍ତ୍ରୀ ମାନେ ରାସ୍ତା ରେ ପୋଷ୍ଟର ଲଗାଇ ଥାଆନ୍ତି।ହେଲେ ବାଲେଶ୍ଵର ଜିଲ୍ଲାର ର ଜଣେ ବିଜେଡି ନେତା ତାଙ୍କର ଏଭଳି ପୋଷ୍ଟର ଲଗାଇ ଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସେ ତାଙ୍କ ଫଟୋ ରେ ସମସ୍ତ ବିଜେଡି ନେତା ମାନଙ୍କୁ ରଖି ଥିବା ବେଳେ ଦଳ ଯାହାର ନାମ ରେ ପରିଚିତ ତାଙ୍କ ଫଟୋ ନାହିଁ।ଯେଉଁଥିପାଇଁ ଏବେ ବିରୋଧୀ ଦଳ ନେତା ମାନେ ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ।
Special Report
ତାଙ୍କ କହିବା ଅନୁଯାୟୀ କଣ ପାଇଁ ପୋଷ୍ଟର ରେ ବିଜୁ ପଟ୍ଟନାୟକ ଙ୍କ ଫଟୋ ନାହିଁ।ସେ ହେଉଛନ୍ତି ଦଳ ର ମୁଖ୍ୟ। ତାଙ୍କରି ନାମ ରେ ଏବେ ଦଳ ଚାଲୁଛି।ହେଲେ ନେତା ମାନେ ତାଙ୍କୁ ଭୁଲି ଯାଉଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ବିଜୁ ଜନତା ଦଳ ମଧ୍ୟରେ ସଂଘର୍ଷ ଲାଗି ରହିଛି।
କୌଣସି ମନ୍ତ୍ରୀ ଓ ନେତା ମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ।ତେଣୁ ସେମାନେ ତାଙ୍କ ଇଚ୍ଛା ଅନୁସାରେ ଫଟୋ ପୋଷ୍ଟର ରେ ଲଗାଇ ଛନ୍ତି।ବିରୋଧୀ ଦଳ ନେତା ମାନେ କହିଛନ୍ତି କି ଯେଉଁ ଦଳ ଭିତରେ ଭଲ ସମ୍ପର୍କ ନାହିଁ।ସେମାନେ କଣ ରାଜ୍ୟ ଶାସନ କରିବେ।
ଜଣେ ବିରୋଧୀ ଦଳ ନେତା କହିଛନ୍ତି କି ବିଜୁ ଜନତା ଦଳ ତାର ଦୁର୍ନୀତି ର ଚରମ ସୀମା ରେ ପହଞ୍ଚିଛି।ଆଜି ଯାଏଁ ଓଡ଼ିଶା ରେ କୌଣସି ଉନ୍ନତି ହୋଇ ନାହି।ସେମାନଙ୍କ ଭିତରେ ଏବେ ବିବାଦ ଲାଗି ରହିଛି।କୌଣସି ନେତା ଓ ମନ୍ତ୍ରୀ ମାନଙ୍କ ଭିତରେ ଭଲ ସମ୍ପର୍କ ନାହିଁ।
ସମସ୍ତେ କେବଳ ନିଜ ସ୍ବାର୍ଥ ଦେଉଛନ୍ତି।ତେଣୁ ଫଟୋ ସିଧାସଳଖ ବିଜୁ ପଟ୍ଟନାୟକ ଙ୍କ ଫଟୋ କୁ ହଟାଇ ଦେଇଛନ୍ତି।ଲକ୍ଷ ଲକ୍ଷ ଓଡ଼ିଆ ଙ୍କ ଆଦର୍ଶ ହେଉଛନ୍ତି ବିଜୁ ବାବୁ ତାଙ୍କ ସହିତ ଏଭଳି କରିବା ଠିକ୍ ନୁହେଁ ବୋଲି କିଛି ନେତା ମାନେ କହିଛନ୍ତି।

Advertisement