ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ବିଧାନସଭା ରେ ନବ ନିର୍ବାଚିତ ବିଧାୟିକା ଦୀପାଳୀ ଦାସ ଙ୍କ ରଣ ହୁଙ୍କାର ଶୁଣିବାକୁ ମିଳିଛି। ଯାହାକୁ ଶୁଣିବା ପରେ ବିରୋଧୀ ଦଳର ନେତା ମାନେ ମଧ୍ୟ ଆଦୌ ଚୁପ୍ ହୋଇ ଯାଇଛନ୍ତି।

ସେ କହିଥିଲେ କି ଆମ ଭାରତ ବର୍ଷ ହେଉଛି ଏଭଳି ଏକ ଦେଶ ଯେଉଁଠାରେ କି ନାରୀ ମାନଙ୍କୁ ପ୍ରଚୁର ସମ୍ମାନ ଦିଆଯାଏ। ଆଉ ନାରୀ ମାନଙ୍କ ସ୍ଥାନ ମଧ୍ଯ ଆମ ଦେଶରେ ସର୍ବୋଚ୍ଚ ସ୍ଥାନରେ ରହିଛି।
ଆଉ ଓଡ଼ିଶାରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଞ୍ଚ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆଉ ତାହା ହେଉଛି କେବଳ ମାଆ ମାନଙ୍କର ଆଶୀର୍ବାଦ ପାଇଁ। ମହିଳା ମାନଙ୍କ ଉନ୍ନତି ପାଇଁ ଏବଂ ମହିଳା ମାନଙ୍କ ଉପରେ ହେଉଥିବା
ଅପରାଧ କୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ମଧ୍ଯ ଗ୍ରହଣ କରିଛନ୍ତି। ଏଭଳି ଅନେକ ଯୋଜନା ମଧ୍ୟ ହୋଇଛି ଯାହା ଦ୍ବାରା ନାରୀ ମାନଙ୍କୁ ଏହା ବିଶେଷ ସହାୟତା ହୋଇଛି।

ଏହା ଦ୍ବାରା ମଧ୍ୟ ସେମାନେ ବିକାଶର ପଥରେ ଆଗେଇ ଚାଲିଛନ୍ତି। ଆଉ ସେ କହିଥିଲେ କି ଏହା ଏକ ଲଜ୍ୟା ର ବିଷୟ ଓ ଏହାକୁ ଦେଖି ହସ ଲାଗୁଛି କି ଯେଉଁମାନେ ନାରୀର ସମ୍ମାନ କଥା କହୁଛନ୍ତି ଓ ନାରୀ ର ଉନ୍ନତୀ କଥା କହୁଛନ୍ତି ସେହି ମନେ ହିଁ ନାରୀ ଙ୍କୁ ଅସମ୍ମାନ କରିବାକୁ ଆଗେଇ ଆସିଛନ୍ତି।
ଆଉ ବିରୋଧୀ ଦଳରେ ଜଣେ ମହିଳା ସାଂସଦ କହିଥିଲେ ଏହି ସମ୍ପର୍କରେ ଯେତେବେଳେ କି ତାଙ୍କ ଦଳର ନେତା ହିଁ ୬୬ ଟି କ୍ରିମିନାଲ କେସ ରେ ସଂଯୋଜିତ ଅଛନ୍ତି।
ଆଉ ଦୀପାଳୀ ମଧ୍ୟ ଏହା କହିଥିଲେ କି ନିଶ୍ଚିତ ଭାବରେ ଏହା ଏକ ଖୁବ ଦୁଃଖଦ ଖବର ଅଟେ। ଆଉ ଏହା ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ। ଦୀପାଳୀ ଙ୍କ ଏଭଳି କଥା ଆଗରୁ କେବେ ହେଲେ ମଧ୍ୟ ଶୁଣିବାକୁ ମିଳି ନଥିଲା।
ଯାହାକୁ ଶୁଣିବା ପରେ ବିରୋଧୀ ଦଳର ନେତା ମାନେ ମଧ୍ୟ ଚୁପ ହୋଇ ଯାଇଥିଲେ। ତେବେ ଦୀପାଳୀ ଙ୍କ ଏହି କଥା ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।