Feb 1, 2024, 12:34 IST

ବାପା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଉ ନାହାନ୍ତି ଦିପାଳୀ ଦାସ, ଯେଉଁ ଦିନ ବାପା ଙ୍କ ସ୍ବପ୍ନ ପୂରଣ ହେବା ସେଇଦିନ ଦେବି...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଧାୟିକା ଦିପାଳୀ ଦାସ ଦେଇଥିବା ବୟାନ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ପ୍ରଥମେତଃ ସେ ଏହା କହିଥିଲେ କି ନବ ଦାସ ଗୋଟେ ହିଁ ଥିଲା ଆଉ ଗୋଟେ ହିଁ ରହିବ।
Special report
ଆଉ ଯେଉଁ ଦିନ ସେ ତାଙ୍କର ସବୁ କାମ କୁ ପୂରା କରିବେ ସେଦିନ ହିଁ ସେ ତାଙ୍କୁ ଅସଲି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା କଥା କହିଥିଲେ।୨୯ ଜାନୁଆରୀ ଦିନ ସେ କେବଳ ତାଙ୍କର ବାପା ଙ୍କୁ ହରାଇ ନଥିଲେ,
ସେଠାରେ ଛିଡ଼ା ହୋଇଥିବା ଅନେକ ଲୋକ ଯେଉଁ ମାନେ କି ନବ ଦାସ ଙ୍କୁ ତାଙ୍କର ବାପା ବୋଲି ଭାବୁ ଥିଲେ ସେମାନେ ମଧ୍ୟ ସବୁ ହରାଇ ଥିଲେ। ଏକଥା ଦିପାଳୀ ଦାସ କହିଛନ୍ତି।
ଲୋକମାନେ ଏବେ ସେୟା ଅନୁଭଵ କରୁଛନ୍ତି ଯେପରି ଦିପାଳୀ ଓ ତାଙ୍କର ଭାଇ ଅନୁଭବ କରୁଛନ୍ତି। ଏହାପରେ ସେ କହିଥିଲେ କି ଏବେ ଏମିତି ସମୟ ଆସି ଯାଇଛି ଯେତେବେଳେ କି ନବ ଦାସ ଆମ ମାନଙ୍କ ସହ ନାହାଁନ୍ତି।
ମାତ୍ର ତାଙ୍କର ପ୍ରତିମୂର୍ତ୍ତି ଆମ ସହ ରହିଛି। ଆଜି ମଧ୍ୟ ସେ କହିଛନ୍ତି କି ନବ ଦାସ୍ ତାଙ୍କର ପ୍ରତ୍ୟେକ ଲୋକଙ୍କ ହୃଦୟରେ ରହିଛି। ନବ ଦାସ ପ୍ରତ୍ୟେକ ଓଡ଼ିଶା ଓ ପଶ୍ଚିମ ଓଡିଶାର ଲୋକ ମାନଙ୍କ ହୃଦୟରେ ଅଛନ୍ତି।
ଆଉ ନବ ଦାସ କେବେ ହେଲେ ମଧ୍ଯ ଆମ ମାନଙ୍କୁ ଛାଡ଼ି କେଉଁ ଆଡେ଼ ଯାଇ ନାହାଁନ୍ତି। ତାଙ୍କର କଥା ବାର୍ତ୍ତା ଓ ତାଙ୍କର ସମ୍ପର୍କ ତାଙ୍କର କାମ ଆଜି ମଧ୍ୟ ଆମ ଭିତରେ ଅଛି ବୋଲି ସେ କହିଥିଲେ।
ଆଜି ମଧ୍ୟ ଗାଁ ଗାଁ ରେ ଲୋକମାନେ ମଧ୍ୟ ନବ ଦାସ ଙ୍କ ନାଆଁ ଶୁଣି କାନ୍ଦୁ ଛନ୍ତି। ଆଜି ମଧ୍ଯ ଅନେକ ସ୍ଥାନରେ ଏହା କୁହା ଯାଉଛି କି ନବ ଦାସ ଥିଲେ ଏଭଳି ହୋଇ ଥାଆନ୍ତା। ତାଙ୍କର ବ୍ୟକ୍ତିଗତ ସମ୍ପର୍କ ପ୍ରତ୍ୟେକ ଲୋକ ମାନଙ୍କ ସହ ହିଁ ଅଲଗା ଥିଲା।
ଏଭଳି ଅନେକ କଥା ଦିପାଳୀ ଦାସ ,ନବ ଦାସ ଙ୍କ ନାମରେ କହିଥିଲେ। ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement