Apr 17, 2024, 17:58 IST

ବିଜେଡି ପାଇଁ ପ୍ରଚାର କରିବେ ବାବୁଶାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ର !! ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏବେ ନିର୍ବାଚନକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଏବେ ନିର୍ବାଚନର ମାହୋଲ ରହିଛି । ନିର୍ବାଚନ ହେବା ଯାଉଥିବା ବେଳେ ନିର୍ବାଚନ ମଇଦାନ ଏବେ ସରଗରମ ରହିଛି । ଆଉ ଏବେ ନିର୍ବାଚନରେ ବିଜେଡି ଦଳ ବଡ ପ୍ଲାନିଂ କରୁଛି ବୋଲି ଚର୍ଚ୍ଚା ହେଉଛି ।
Yu
ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ପ୍ରଚାର କରିବେ ବାବୁଶାନ୍ ଆଉ ପ୍ରକୃତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେବାକୁ ଯାଉଛି ପ୍ରଚାର । କଂଗ୍ରେସ, ବିଜେଡି ଆଉ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ହୋଇନଥିବା
ବେଳେ ସବୁ ଦଳ ସେମାନଙ୍କର ଷ୍ଟାର ପ୍ରଚାରକ ତାଲିକାରେ ଲାଗି ପଡିଛନ୍ତି । ଗତ ଥର ବିଜେଡି ଦଳ ପାଇଁ ଷ୍ଟାର ପ୍ରଚାରକ ସାଜିଥିବା ଅଭିନେତା ଆଉ ଦଳରେ ନାହାଁନ୍ତି । ଏବେ ସେମାନେ ବିଜେଡି ଦଳ ଛାଡ଼ି ବିଜେପିରେ ମିଶି ଯାଇଛନ୍ତି । 
ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ, ଅନୁଭବ ମହାନ୍ତି ଏବଂ ଆକାଶ ଦାସନାୟକଙ୍କ ଭଳି ସିନେ ତାରକାମାନେ ଦଳ ଛାଡ଼ି ଦେଇଛନ୍ତି । ଏବେ ବିଜେଡି ଦଳ ଛାଡି ବିଜେପି ଦଳରେ ମିଶିଛନ୍ତି ଏହି ତାରକାମାନେ ଆଉ ଏବେ ତାଙ୍କୁ ବିଜେପି ଦଳ ପାଇଁ ପ୍ରଚାର କରିବାର ଦେଖିବାକୁ ମିଳିବ ।
Yu
ବିଜେପି ଦଳ ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଅଭିନେତା ଆକାଶକୁ ଯାଜପୁର ଜିଲ୍ଲା କୋରେଇରୁ ବିଧାୟକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରାୟଙ୍କୁ ଏପର୍ଯ୍ୟନ୍ତ ଆସନ ଦିଆଯାଇନାହିଁ ।
ସେମାନେ ଦଳ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ବିଜେଡି ଦଳ ଏହି ପ୍ରଚାର ମଇଦାନରେ ଟକ୍କର ଦେବା ପାଇଁ ବଡ ଟିମ୍ ପ୍ରସ୍ତୁତ କରୁଛି । ସୁପରଷ୍ଟାର ବାବୁଶାନ୍, ଅମ୍ଳାନ, ସୁପ୍ରିୟା, ପପୁ, ଦେବାଶିଷ, ସମ୍ବିତ, ଶଙ୍କର, ଏବଂ ପ୍ରଜ୍ଞା ଆଉ ଏହାସହ ଅନେକ କଳାକାର ଶୁକ୍ରବାର ଦିନ ବିଜେଡି ଭବନରେ ପହଞ୍ଚିଥିଲେ ।
କଳାକାର କିଛି ସୂଚନା ଦେଇଛନ୍ତି ଦଳୀୟ ପ୍ରଚାର ପାଇଁ ସେମାନଙ୍କୁ କୁହାଯାଇଛି । ଓଡ଼ିଆ ସିନେ ଜଗତର କଳାକାର ବାବୁଶାନ୍ ଆଉ ପ୍ରକୃତି ଏହି ମଇଦାନ ପ୍ରଚାରକୁ ଓହ୍ଲାଇବେ ବୋଲି ଖବର ଆସୁଛି । ଏବେ ବିଜେଡି ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବୋଲି ଜଣାପଡିଛି ।

Advertisement