ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଓ କେନ୍ଦୁଝରରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି। ସେ ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନ ଭର୍ଚୁଆଲ ଶୈଳୀ ରେ କରିଛନ୍ତି।

ଆଉ ସେ ଏହି ଅବସର ରେ କଣ କହିଛନ୍ତି ସେହି ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ସେ କହିଥିଲେ କି ଓଡ଼ିଶା ହେଉଛି ଜଗନ୍ନାଥ ଙ୍କ ଭୂମି। ଆଉ ଶାନ୍ତି ମୈତ୍ରୀ ର ଭୂମି ମଧ୍ୟ।
ଓଡିଶାରୁ ମଧ୍ୟ ଆମ ଜଗନ୍ନାଥ ସଂସ୍କୃତି ର ବାର୍ତା ମିଳିଥାଏ। ଏହି ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଆମର ସଂସ୍କୃତି ପ୍ରତି ବିଶେଷ ଭାବରେ ଗୁରୁତ୍ଵ ପ୍ରଦାନ ମଧ୍ୟ କରାଯାଇଅଛି।

ତାଙ୍କର ଲକ୍ଷ ରହିଛି କି ଏହି ଯୋଜନା ମାଧ୍ୟମରେ ସମସ୍ତଙ୍କର ବିକାଶ ମଧ୍ୟ ହେବ। ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ ଏବେ ସବୁ ପଞ୍ଚାୟତ ସ୍ଥରରେ ମଧ୍ଯ ଏହା ହେବା ପାଇଁ ଯାଉଛି। ଏହି କାର୍ଯ୍ୟକ୍ରମ ରେ ମାଆ ଓ ଯୁବତୀ ମାନଙ୍କୁ ମଧ୍ୟ ସାମିଲ କରା ଯାଇଛି।
ଆଉ ସେମାନଙ୍କ ମଧ୍ୟ ଏହି କାର୍ଯ୍ୟକ୍ରମରେ ବିଶେଷ ଭୂମିକା ରହିବ। ଏହାର ଉନ୍ନତି କରଣ ମଧ୍ଯ ଗାଆଁ ରୁ ହିଁ ଆରମ୍ଭ ହେବାକୁ ଯାଉଛି। କାରଣ ମୁଖ୍ୟମନ୍ତ୍ରୀ କହିଥିଲେ କି ଆମର ଗାଁ ହେଉଛି ସସକ୍ତର ପ୍ରତି ଛବି।

ତେଣୁ ଏହି କାର୍ଯ୍ୟକ୍ରମ ଯଦି ପଞ୍ଚାୟତ ସ୍ଥରରୁ ଆରମ୍ଭ ହୁଏ ତେବେ ଗାଁ ରେ ଥିବା ସମସ୍ତ ଲୋକ ମାନଙ୍କର ମଧ୍ୟ ଏହି ଯୋଜନାରେ ବିଶେଷ ଭୂମିକା ମଧ୍ୟ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ଏହା କହିଥିଲେ କି ତାଙ୍କର ସଂପୂର୍ଣ୍ଣ ଭାବରେ ବିଶ୍ବାସ "ମୋ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଟିକୁ ସଫଳ କରାଇବାରେ ଲୋକମାନେ ତାଙ୍କୁ ନିଶ୍ଚିତ ଭାବରେ ସହାୟକ ହେବେ।
ତେବେ ଆପଣ ମାନେ ଏହି ସଂପର୍କରେ ଜାଣିବା ପରେ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।