Feb 7, 2024, 15:27 IST

ଏଜି ଛକ ରୁ ଦୌଡ଼ିବେ ସୁର ଅଜା, ପାଣ୍ଡିଆନ ବବି ଆଉ ସବୁ ନେତା ମନ୍ତ୍ରୀ ବି ଦୌଡ଼ିବେ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତ ରାୟ ସର୍ବଦା ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ସେ ଏଭଳି କିଛି କଥା କହିଥାନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥାଏ।
Special report
ଲୋକେ ମାନେ ମଧ୍ୟ ତାଙ୍କର କଥାକୁ ଖୁବ ପଶନ୍ଦ କରୁ ଥିବାର ଦେଖିବାକୁ ମିଳିଥାଏ। ଆଉ ସେ ସିଧା ସଳଖ ହିଁ ନିଜ ମନରେ ଥିବା କଥାକୁ ପରିପ୍ରକାଶ କରି ଥାଆନ୍ତି।
ଏବେ ମଧ୍ୟ ବିଧାୟକ ସୁର ରାଉତ ରାୟ ଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ସେହି ଭିଡ଼ିଓରେ ବିଧାୟକ କଣ କହିଛନ୍ତି ସେହି ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ସେ କହିଥିଲେ କଂଗ୍ରେସ୍ ଦଳ ପାଇଁ କାମ କରିବେ, କଂଗ୍ରେସ୍ ଦଳ ପାଇଁ ପ୍ରଚାର କରିବେ ଓ ଭୋଟ କେମିତି ହେବ ସେନେଇ ମଧ୍ୟ ସେ ଚେଷ୍ଟା କରିବେ। ପିଲାଟି ବେଳରୁ ହିଁ ସେ ଦାୟିତ୍ୱରେ ଅଛନ୍ତି। ଆଉ ଏବେ ଯେତେବେଳେ ତାଙ୍କୁ ପୁନର୍ବାର ସେହି ଦାୟିତ୍ଵ ମିଳିଛି ସେ ନିଶ୍ଚିତ ଭାବରେ ତାହା ପୂରା କରିବେ।
Special report
ଏବଂ ସେ ରାହୁଲ ଗାନ୍ଧୀ ଙ୍କ ସହ ରହିବେ ବୋଲି ମଧ୍ୟ କହିଥିଲେ। ଯଦି ତାଙ୍କୁ ଦାୟିତ୍ଵ ମିଳି ନଥାନ୍ତା ତେବେ ସେ କେବଳ ସଭାରେ ଯୋଗ ଦେଇ ଚାଲି ଆସି ଥାଆନ୍ତେ। ମାତ୍ର ଯେତେବେଳେ ତାଙ୍କୁ ଦାୟିତ୍ଵ ମିଳି ଯାଇଛି
ସେ ଏହାକୁ ସୁଚାର ରୂପରେ ତୁଲାଇବେ ବୋଲି ମଧ୍ଯ କହିଥିଲେ। ଏଭଳି କହିଥିଲେ କି ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ , ପାଣ୍ଡିଆନ ଓ ବବି ସମସ୍ତଙ୍କୁ ଏଜି ଛକରେ ଠିଆ କରାଇ ଦେଲେ ବିଧାୟକ ସୁର ରାଉତ ରାୟ ତାଙ୍କ ସହ ମଧ୍ୟ ଦୌଡ଼ିବେ।
ଆଉ କହିଥିଲେ ଯେତେ ଦୌଡ଼ିଲେ ମଧ୍ୟ ସବୁବେଳେ ସୁର ରାଉତ ରାୟ ପ୍ରଥମ ହୋଇଛନ୍ତି ଆଉ ଏବେ ମଧ୍ୟ ହେବେ। ସେ ପିଲାଟି ଦିନରୁ ପ୍ରଥମ ବୋଲି ମଧ୍ୟ କହିଥିଲେ।
ବିଧାୟକ ସୁର ରାଉତ ରାୟ ଙ୍କ ଏହି କଥା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement