Oct 24, 2023, 08:30 IST

କାହିଁକି ଚାକିରିରୁ ଅବସର ନେଲେ ଭିକେ ପାଣ୍ଡିଆନ ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ ଖବର - Breaking News

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ। କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ ।
Special report
୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ । 
ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ ।
Special report
ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ। ତେବେ ବର୍ତ୍ତମାନ ସୂଚନା ମିଳିଛି ଯେ 5T ସଚିବ ଭି. କେ. ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। 
Special report
କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଭି. କେ. ପାଣ୍ଡିଆନଙ୍କ ଭିଆରଏସକୁ ମଞ୍ଜୁରୀ ଦେଇଛି। ସ୍ୱେଚ୍ଛାକୃତ ଅବସର ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର ହୋଇଥିବା ଜଣାପଡିଛି।
ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି। ୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ୍। ୨୩ ବର୍ଷ ସରକାରୀ ଚାକିରିରେ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଭି. କେ. ପାଣ୍ଡିଆନ୍। 
Special report
ଏଥିସହ ସେ 5T ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ଗତ ୬ ମାସ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ ଭି. କେ. ପାଣ୍ଡିଆନ୍। ବିଭିନ୍ନ ଜିଲ୍ଲା ଗସ୍ତ ପରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ଆଗକୁ କଣ କରିବେ କହି ନାହାନ୍ତି ଭି. କେ. ପାଣ୍ଡିଆନ୍।
ସେ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଛି। କଳାହାଣ୍ଡି ଜିଲ୍ଲାରୁ ଚାକିରି ଆରମ୍ଭ କରିଥିଲେ ଭି. କେ. ପାଣ୍ଡିଆନ୍। ତେବେ ବନ୍ଧୁଗଣ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ ସେ ଚାକିରି ଆରମ୍ଭ କରିଥିଲେ।

Advertisement