Apr 23, 2024, 16:10 IST

ନିର୍ବାଚନ ସମୟରେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ ଦେଖନ୍ତୁ ଡହ ଡହ ଖରାରେ ନେତାଙ୍କ ଦୁଃଖ ସହିନପାରି ବୃଦ୍ଧ ବାଢ଼ିଦେଲେ ପଖାଳ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି । ଏବେ ରାଜନୀତିକୁ ନେଇ ସବୁଆଡେ ମାହୋଲ ସରଗରମ ରହିଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜଣେ ରାଜନେତାଙ୍କ ବିଷୟରେ ଜାଣିପାରିବେ । 
Yy
ଏବେ ନିର୍ବାଚନ ମୁଣ୍ଡ ଉପରେ । ସେଥିପାଇଁ ପ୍ରାର୍ଥୀମାନେ ଏବେ ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି । ଏବେ ଏତେ ଖରାରେ ମଧ୍ୟ ନେତାମାନେ ପ୍ରଚାର କରିବା ପାଇଁ ଆଗେଇ ଆସିଛନ୍ତି । ଡହ ଡହ ଖରାରେ ନେତା ପ୍ରଚାର କରୁଥିଲେ । ଆଉ ତାଙ୍କୁ ବୃଦ୍ଧା ଜଣେ ଘର ଭିତରକୁ ଡାକିଲେ ।
ତାଙ୍କୁ ବସିବାକୁ କହିଥିଲେ । ଆଉ ଏହାପରେ ଏହି ବୃଦ୍ଧା ଜଣଙ୍କ ନେତା ଜଣଙ୍କୁ ଖାଇବାକୁ ଦେଇଥିଲେ । ବୃଦ୍ଧା ଜଣକ ନେତାଙ୍କୁ ପଖାଳ ଖାଇବାକୁ ଦେଇଥିଲେ । ପଖାଳ କଂସା ବାଢି ଦେଲେ ଆଉ ନେତା ଜଣକ ତଳେ ବସି ଖୁସିରେ ଖାଇଦେଲେ । 
Vv
ଡହ ଡହ ଖରା ଭିତରେ ନେତାମାନେ ପ୍ରଚାର ଚାଲିଛି । ସକାଳୁ ସକାଳୁ ପ୍ରଚାର ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ଚାଲୁଛି । ଏଭଳି ପ୍ରଚାର ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ରୋଚକ ତଥ୍ୟ ।
ସୁନ୍ଦରଗଡ଼ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ମାରାଥନ ପ୍ରଚାର କରୁଥିଲେ । ପ୍ରବଳ ଖରାରେ ସେ ପ୍ରଚାର ଚଳାଇଥିଲେ । ଟାଙ୍ଗରପାଲି ବ୍ଲକରେ ଏହି ନେତା ଜଣକ ପ୍ରଚାର କରୁଥିଲେ । ଏହି ବ୍ଲକର ନିଆଲିପାଲି ପଞ୍ଚାୟତର ଅନେକ ଗାଁ ଏବଂ ଅନ୍ୟାନ୍ୟ ଗାଁରେ ଚାଲିଥିଲା ପ୍ରଚାର ।
ଘରକୁ ଘର ବୁଲି ଭୋଟ ମାଗୁଥିଲେ ଯୋଗେଶ । ସେ ଗାଁ ଗାଁ ବୁଲୁଥିବା ବେଳେ ଖମାଲବାହାଲ ଗାଁର ଜଣେ ବୃଦ୍ଧା ନେତା ଜଣଙ୍କୁ ଘର ଭିତରକୁ ଡାକି ନେଇଥିଲେ । ସମସ୍ତେ ଭାବିଥିଲେ କି ବୃଦ୍ଧା ଜଣକ ତାଙ୍କ ଘରର ସମସ୍ୟା କିମ୍ବା ତାଙ୍କ ଅଭାବ ସଂସାର ବିଷୟରେ କହିବେ କିନ୍ତୁ ଏହି ବୃଦ୍ଧା ଜଣଙ୍କ ନେତା ଯୋଗେଶ ସିଂଙ୍କୁ ପଖାଳ ଖାଇବାକୁ ଅନୁରୋଧ କରିଥିଲେ ।
ଆଉ ନେତା ଜଣକ ପାଇଁ ପଖାଳ କଂସା ବାଢ଼ି ଦେଇଥିଲେ । ନେତା ଜଣକ ପାଖରେ ନଥିଲା ନଅ ତିଅଣ । ପଖାଳ କଂସା ସହିତ ଶାଗ ଭଜା, ଖଟା, ବଡି ଆଉ ଲୁଣ ଏବଂ ଲଙ୍କା ଥିଲା । ପଖାଳ କଂସା ଖାଇ ବହୁତ ଖୁସି ଅଛନ୍ତି ନେତା ଜଣକ ବୋଲି କହିଛନ୍ତି ।

Advertisement