Mar 8, 2024, 10:09 IST

ଅଯୋଧ୍ୟା ର ଦୋକାନ ଦୋକାନ ରେ ମିଳୁଛି 5T ବ୍ୟାଗ..ନବୀନ ଙ୍କ 5T ବ୍ୟାଗ ଅଯୋଧ୍ୟା ନେଲା କିଏ..??

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପୁଣି ଉଡ଼ିଲା ରାଜ୍ୟ ସରକାର ଙ୍କ ଧଜିଆ।ଓଡ଼ିଶା ର ବ୍ରାଣ୍ଡ ଅଯୋଧ୍ୟା ବଜାର ରେ ବିକ୍ରି ହେବାରେ ଲାଗିଛି।ଅଯୋଧ୍ୟା ବଜାର ରେ "ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ୍"।
ରାଜ୍ୟ ସରକାର ଙ୍କ ପ୍ରଚାର ବ୍ୟାଗ୍ ଏବେ ବାହାର ରାଜ୍ୟ ରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି।ଯାହା ବର୍ତମାନ ଅଯୋଧ୍ୟା ରେ ଥିବା ଦୋକାନି ମାନେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି।
Yy
ରାଜ୍ୟ ସରକାର ନିଜେ ତିଆରି କରିଥିବା ବ୍ୟାଗ୍ ଏବେ ବଜାର ବଜାର ମାନଙ୍କରେ ମିଳୁଛି। କିଏ କାହିଁକି ଏପରି ବାହାର ରାଜ୍ୟରେ ବିକ୍ରି କରିଲେ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ୍ ତାହା ବର୍ତମାନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟ ସରକାର ଭୋଟର ମାନଙ୍କୁ ଲଲିପପ୍ ଦେବାପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ୍ ସହ ୧ ହଜାର ଟଙ୍କା ଗ୍ରାମ ରୁ ସହର ବାଣ୍ଟି ଚାଲିଛନ୍ତି।କିନ୍ତୁ ଏବେ ଏହି ବ୍ୟାଗ୍ ଅଯୋଧ୍ୟା ରେ ଦୋକାନୀ ମାନେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି।
Ff
ଅଯୋଧ୍ୟା ରେ ଜଣେ ଦୋକାନୀ ଙ୍କୁ ଏହି ବ୍ୟାଗ୍ ଟି କେଉଁଠୁ ଆଣିଛନ୍ତି ବୋଲି ଯେତେବେଳେ ପଚରା ଯାଇଥିଲା ସେତେବେଳେ ସେ ଉତ୍ତର ରେ କହିଥିଲେ ଯେ ସେ ଏହି ବ୍ୟାଗ୍ ହାଇଦ୍ରାବାଦ ରୁ ଆଣିଛନ୍ତି।ଏବଂ ସେଥିରେ କଣ ଲେଖା ହୋଇଛି ତାହା ମଧ୍ୟ ସେ ଜାଣି ନାହାଁନ୍ତି।
ବର୍ତମାନ ପ୍ରଶ୍ନ ଉଠୁଛି ଯେ ନବୀନ ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ୍ ଅଯୋଧ୍ୟା ରେ କଣ ପାଇଁ?ନିର୍ବାଚନ ପୂର୍ବ ରୁ ନବୀନ ଙ୍କ ଲଲିପପ୍ ଅଯୋଧ୍ୟା ରେ କଣ କରୁଛି?ଅଯୋଧ୍ୟା ରେ ବିକ୍ରି ହେଉଥିବା ବ୍ୟାଗ୍ କୁ ସେଠାକାର ଦୋକାନୀ ମାନେ କିଣୁଥିବା କଥା କହିଛନ୍ତି।
୮୦ ଟଙ୍କା ରେ କିଣି ସେମାନେ ତାକୁ ୧୦୦ ଟଙ୍କା ରେ ବିକ୍ରି କରୁଥିବାର ମଧ୍ୟ କହିଛନ୍ତି।ରାଜ୍ୟ ସରକାର ଏ ବିଷୟରେ ଜାଣିଛନ୍ତି କି ନାହିଁ ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦେଖିବାକୁ ବାକି ରହିଲା ଯେ ଆଗକୁ ଆଗକୁ ଆଉ କଣ ବିକ୍ରି ହେଉଛି ରାଜ୍ୟ ସରକାର ଙ୍କ ଯୋଜନା।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement