Feb 5, 2025, 08:34 IST

ପୋଲିସ୍ ଷ୍ଟେସନ ଆଗରେ ହାଣିଲେ ଦୁର୍ବୃତ୍ତ ପୋଲିସ ଦେଖି ଛାନିଆ ଆଉ ତାପରେ

Gg

ରକ୍ତ ଯୁଦୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଲେ ଯୁବକ। ଆଉ ଥାନାରେ ଯାଇ କହିଲେ ମତେ ରକ୍ଷା କର ସେମାନେ ମତେ ମାରିଦେବେ।ଯାହାକୁ ଶୁଣି ଠାବ ବାଲା ଦୌଡ଼ି ଆସି ଦେଖିଲା ବେଳକୁ ଏମିତି କିଛି ହୋଇଥିଲା।ଯାହାକୁ ଦେଖିବା ପରେ ସମସ୍ତଙ୍କର ହୋସ ଉଡ଼ି ଯାଇଥିଲା।ଯୁବକ ଜଣକ ହଠାତ୍ ରାତି ଅଧରେ ମରିଗଲି ମରିଗଲି ବୋଲି କହି ସିଧା ପଶି ଯାଇଥିଲା ଥାନା ଭିତରକୁ। ଥାନା ଅଧିକାରୀ ନିକଟରେ ଯାଇ ମତେ ବଞ୍ଚାନ୍ତୁ ବଞ୍ଚାନ୍ତୁ ବୋଲି କହିଥିଲା।
Gh
ଯାହାକୁ ଦେଖିବା ପରେ ପୋଲିସ କଣ କରିବ କଣ ନାହିଁ କିଛି ବୁଝି ପାରି ନଥିଲା। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ। ଦାଦା ବଟୀ କୁ ନେଇ ସେଠାରେ ରକ୍ତପାତ ହୋଇଛି। ବଟୀ ନ ଦେବାରୁ ମାଛ ବ୍ୟବସାୟୀ ଙ୍କୁ ଆକ୍ରମଣ କରି ସୁନା ଚେନ , ମୁଦି ଏହା ସହ ୫୦ ହଜାର ଟଙ୍କା ଲୁଟି ନେଇ ଥିଲେ। କୁଦାନଗରୀ ଥାନାରେ ମାମଲା ରୁଜ୍ଜୁ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଛି।
Hh
ଏହି ମାଛ ବ୍ୟବସାୟୀ ଜଣକ ନାମ ହେଉଛି ରାକେଶ ମାହାଳି। ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇ ତାଙ୍କ ନିକଟରୁ ସୁନା ଚେନ,ମୁଦି ସହ ୫୦ ହଜାର ଟଙ୍କା ମଧ୍ୟ ଲୁଟି ନେଇ ଯାଇଥିଲେ। ସେ ବ୍ୟବସାୟ କରି ସନ୍ଧ୍ୟା ସମୟରେ ବ୍ୟବସାୟ ଟଙ୍କା ସହ ଘରକୁ ଫେରୁଥିବା ବେଳେ ସେଠାକାର ସ୍ଥାନୀୟ ଅଞ୍ଚଳର କିଛି ଗୁଣ୍ଡା ମାନେ ମଦ ବୋତଲ ରେ ରାକେଶ ଙ୍କ ମୁଣ୍ଡକୁ ଫଟାଇ ଠେଙ୍ଗା ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ।ଏହାପରେ ତାଙ୍କ ନିକଟରୁ ସୁନା ମଧ୍ୟ ଲୁଟି ନେଇ ଯାଇଥିଲେ।
ପୂର୍ବରୁ ଦୁର୍ବୃତ୍ତ ମାନେ ରାକେଶ ଙ୍କୁ ଦାଦା ବଟୀ ମାଗୁଥିଲେ। ଯାହାକୁ ନେଇ ଏଭଳି ଭାବରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣା ପଡ଼ିଛି। ଅଭିଯୋଗକାରୀ ମଧ୍ୟ ଏନେଇ ପୋଲିସ୍ ଷ୍ଟେସନ ରେ ପହଞ୍ଚି ଅଭିଯୋଗ କରିବା ପରେ। ଦୃର୍ବୁତ୍ତ ମାନଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିବା ଜଣା ପଡ଼ିଛି। ଏହି ଘଟଣା କୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement