Updated: Oct 15, 2024, 12:23 IST

ପୋଲିସ୍ ଆଗରେ ଚକମା ଦେଖେଇ...ହନୁମାନ ବେଶ ରେ ଫେରାର ହେଲା କଏଦୀ

Bb

ଜେଲ୍ ଭିତରୁ ହନୁମାନଙ୍କ ବେଶ ଧରି ଫେରାର ହୋଇ ଗଲେ ଦୁଇ କଏଦୀ। ଜେଲ୍ ଭିତରେ ଦୁଇ କଏଦୀ ହନୁମାନଙ୍କ ବେଶ ଧରି ପଛରେ ଲାଙ୍ଗୁଡ ଲଗେଇ ହନୁମାନ ବନୁଥିଲେ। ଆଉ ପୋଲିସର ଆଖି ଆଗରେ ପାଚେରୀ ଡେଇଁ ଫେରାର ହେଇ ଗଲେ। ଯାହାକୁ ନେଇ ପୋଲିସ ଏବେ ମୁଣ୍ଡ ପିଟି ପିଟି ଦୁଇ କଏଦୀଙ୍କୁ ଖୋଜୁଛି।

Gg

ହଁ ଆଜ୍ଞା ପୋଲିସ୍ ଦେଖୁଥିଲା ଦୁଇ ଜଣ ହନୁମାନ ଜେଲ୍ ଭିତରୁ ବାହାରି ଆସିଥିଲେ। ଆଉ ପୋଲିସ୍ ଦେଖୁଥିଲା ଦୁଇ ଜଣ ହନୁମାନ ବନିଥିବା ଲୋକ ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ। କିନ୍ତୁ ପୋଲିସ୍ ଜାଣି ନ ଥିଲା ଆଖି ଆଗରେ ପାଚେରୀ ଡେଇଁ ପଳେଇ ଯାଉଥିବା ଦୁଇ ହନୁମାନ ଦୁଇ କଏଦୀ ଥିଲେ ବୋଲି।

   
ହଁ ଆଜ୍ଞା ଏହି ଦୁଇ କଏଦୀଙ୍କର ଜଣଙ୍କ ନାଁ ହେଉଛି ପଙ୍କଜ ଆଉ ଜଣଙ୍କ ନାଁ ହେଉଛି ରାଜକୁମାର। ତେବେ ଏ ଭିତରେ ପଙ୍କଜ ଗୋଟେ ହତ୍ୟା ଅଭିଯୋଗରେ ଜେଲରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲା। ଏବଂ ରାଜକୁମାର ନାମକ ଏ କଏଦୀ ଗୋଟେ ଚୋରି କେଶରେ ବିଚାର ନାୟକ କଏଦୀ ଭାବେ ଜେଲରେ ଥିଲା। କିନ୍ତୁ ଗତ ଶୁକ୍ରବାର ରାତିରେ ଏହି ଦୁଇ ଜଣ କଏଦୀ ଜେଲର ପାଚେରୀ ଡେଇଁ ଛୁ' ମାରିଛନ୍ତି। ତେବେ ଜେଲ୍ ଭିତରେ ଏମିତି କଣ ହେଇଥିଲା ଯେ ଦୁଇ ଜଣ କଏଦୀ କେମିତି ହନୁମାନଙ୍କ ବେଶ ବାନି ଥିଲେ ଆଉ କେମିତି ପୋଲିସର ଆଖି ଆଗରେ ଫେରାର ହୋଇଗଲେ।
Hh
ହଁ ଆଜ୍ଞା ଜେଲ ଭିତରେ କୁଆଡ଼େ ରାମାୟଣର ନାଟକ ପରିବେଷଣ ହେଉଥିଲା। ସେଥିରେ ଜେଲର ସବୁ କଏଦୀଙ୍କ ଭଳି ଏହି ଦୁଇ କଏଦୀ ପଙ୍କଜ ଓ ରାଜକୁମାର ମଧ୍ୟ ଅଭିନୟ କରୁଥିଲେ। ଆଉ ଏହୀ ଦୁଇ କଏଦୀ ଜଣେ ହନୁମାନ ଆଉ ଜଣେ ବାନର ସେନାର ମୁଖ୍ୟ ଭାବେ ଅଭିନୟ କରୁଥିଲେ। କିନ୍ତୁ ଯେତେବେଳେ ନାଟକ ମଝିରେ ମାତା ସୀତାଙ୍କୁ ଖୋଜିବାକୁ ହନୁମାନ ବାହାରି ଯାଇଥିଲେ ସେତେବେଳେ ଏହି ଦୁଇ କଏଦୀ ଜେଲର ବାହାରକୁ ଚାଲି ଯାଇଥିଲେ। କିନ୍ତୁ ନାଟକ ସରିଗଲା ପଛେ ସେ ଦୁଇ କଏଦୀଙ୍କ ଦେଖା ନଥିଲା।
   
ପରେ ନାଟକ ସରିଲା ପରେ ଯେତେବେଳେ କଏଦୀଙ୍କ ଗଣନା କରି ଦେଖିଥିଲା ସେତେବେଳେ ଏହି ଦୁଇ କଏଦୀ ଗାୟବ ଥିଲେ। ପରେ ଜଣା ପଡ଼ିଥିଲା ଏହି ଦୁଇ କଏଦୀ ନାଟକରେ ହନୁମାନଙ୍କ ବେଶ ବନିଥିଲେ। ଆଉ ତାରି ସୁଯୋଗ ନେଇ ଜେଲର ପାଚେରୀ ଡେଇଁ ଫେରାର ହୋଇ ଗଲେ। ତେବେ ଏମିତି ଏକ ଘଟଣା ଜେଲର ହରିଦ୍ଵାରରେ ଘଟିଥିବା ବେଳେ ଦୁଇ ଜଣ କଏଦୀଙ୍କୁ ଏବେ ଖୋଜିବାରେ ଲାଗିଛି ପୋଲିସ୍। ଖାଲି ଦେଖିବାକୁ ବାକି ରହିଲା ଏଇ ଦୁଇ ଜଣ କଏଦୀ ପୋଲିସ୍ ହାତରେ ପୁଣିଥରେ କେବେ ଧରା ପଡ଼ୁଛନ୍ତି।

Advertisement