ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଅନେକ ଯୁବକ ନିଜର ପେଟ ପୋଷିବା ପାଇଁ ଆଉ ପରିବାର ଚଳିବା ପାଇଁ ଅନେକ ଉପାୟରେ ଟଙ୍କା ରୋଜଗାର କରନ୍ତି । କିଏ ନିଜର ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଏ ତ ଆଉ କିଏ ନିଜ ରାଜ୍ୟରେ କଣ କାମ କରେ । ଆଉ ଯଦି କାମ କରୁଥିବା ବ୍ୟକ୍ତିଙ୍କ ସହିତ ଏଭଳି କିଛି ଘଟଣା ଘଟିବ ଯାହା ସମସ୍ତଙ୍କ ଛାତି ଥରାଇଦେବ ତାହେଲେ ମାଆ ବାପା ଆଉ ପରିବାର କଣ ବା କରିବେ ।
ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ନିଜ ପେଟ ପୋଷିବା ପାଇଁ ଉତ୍ତରପ୍ରଦେଶ ରାଜ୍ୟରୁ ଜଣେ ଯୁବକ ଓଡ଼ିଶା ଆସିଥିଲେ । ଆଉ ସେ ଓଡ଼ିଶାରେ କାମ କରୁଥିଲେ । କିନ୍ତୁ ତାଙ୍କ ସହିତ ଏଭଳି କିଛି ଘଟିଗଲା ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । କାମ କରୁଥିଲେ ଓଡ଼ିଶାରେ ଆଉ କାମ କରୁଥିବା ସ୍ଥାନରୁ ଯୁବକଙ୍କ ମୃ-ତଦେହ ମିଳିଛି ।
ଯୁବକ ଜଣକର ମୃ-ତଦେହ ମିଳିଥିବା ସ୍ଥାନ ଦେଖିଲେ ଲାଗୁଛି କି ତାଙ୍କୁ କେହି ହ-ତ୍ୟା କରିଛନ୍ତି ଆଉ ଫିଙ୍ଗି ଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ କୁଟୁରିଆ ଗ୍ରାମ ନିକଟରେ ଥିବା ବୈତରଣୀ ଏବଂ କୋଚିଲା ନଦୀ ଉପରେ ନିର୍ମାଣଧୀନ ବ୍ୟାରେଜ୍ ନିକଟରେ । ଗୁଜୁରାଟର ଏକ କମ୍ପାନୀ ଏହି ବ୍ୟାରେଜ ନିର୍ମାଣ କରୁଥିବା ବେଳେ ଉତ୍ତରପ୍ରଦେଶ ରାଜ୍ୟର ଆଶୁ ନାମକ ଜଣେ ଯୁବକ ଚତୁର୍ଥ କର୍ମଚାରୀ ଭାବରେ କାମ କରୁଥିଲେ । ଗତକାଲି ରାତିରେ ଆଶୁ ସହ ଆଉ ଦୁଇଜଣ କର୍ମଚାରୀ କାମ କରୁଥିଲେ । କାମ କରିବା ସମୟରେ ଏଭଳି ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି ।
କାମ କରୁଥିବା ସ୍ଥାନରେ ୫ ଫୁଟ ଉପରେ ଆଶୁଙ୍କ ମୃ-ତଦେହ ମିଳିଥିଲା । ତରବର ଭାବରେ କାମ କରୁଥିବା କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମଧ୍ଯ ରାତିରେ କମ୍ପାନୀ ଗାଡ଼ିରେ ମୃ-ତଦେହକୁ ନେଇ ଯାଜପୁର ମେଡ଼ିକାଲରେ ପହଞ୍ଚିଥିଲେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ବ୍ୟକ୍ତିଙ୍କ ମୃ-ତ୍ୟୁ ଖବର କମ୍ପାନୀରେ ପହଞ୍ଚିଥିଲା ଆଉ ଏହି ଖବର ପୋଲିସ ପାଖରେ ପହଞ୍ଚିବା ପରେ ଏନେଇ ପୋଲିସ ତଦନ୍ତ କରୁଛି । ଏହି ଘଟଣା ହ-ତ୍ୟା ବୋଲି ଗ୍ରାମବାସୀ ଦାବି କରିବା ସହ ଶବ ପାଇଁ କ୍ଷତି ପୂରଣ ଦେବାକୁ କମ୍ପାନୀ ଉପରେ ଦାବି କରିଛନ୍ତି ।