Feb 28, 2025, 13:29 IST

ପୋଖରୀରେ ଘଟୁଛି ଅଜବ ଘଟଣା ଝଡ଼ ବର୍ଷା ଆସିଲେ ବଦଳିଯାଏ ପୋଖରୀର ରଙ୍ଗ

Vv

ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଆସିଲେ ଜାଣି ପାରିଥାନ୍ତି । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଦ୍ଵାରା ପାଣିପାଗ ଲୋକମାନଙ୍କୁ ଜଣା ପଡ଼ିଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଖବରକୁ ନେଇ ସବୁଠି ଅନେକ କଥା ଆସୁଛି । ବାତ୍ୟା କି ବର୍ଷା ଆସିଲେ ଆପେ ଆପେ ପୋଖରୀର ପାଣିର ରଙ୍ଗ ବଦଳି ଯାଇଥାଏ । ପୋଖରୀ ଦେଉଛି ପାଣିପାଗ ସୂଚନା । ଯୁଗ ଯୁଗରୁ ଲୋକମାନେ ଏହି ପୋଖରୀ ଦେଖି ପାଣିପାଗ ବିଷୟରେ ସୂଚନା ପାଉଥିଲେ ।
Gg
ଲୋକମାନେ ଟିଭି ଦ୍ଵାରା ପାଣିପାଗ ବିଷୟରେ ସୂଚନା ପାଇଥାନ୍ତି କିନ୍ତୁ ଏହି ଅଞ୍ଚଳର ଲୋକମାନେ ପୋଖରୀର ପାଣିର ରଙ୍ଗ ଦେଖି ସୂଚନା ପାଇଥାନ୍ତି । ଓଡ଼ିଶାର ଏହି ଗାଁ ପୋଖରୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ । ଏହି ପୋଖରୀର ନାଁ ହେଉଛି କୁମ୍ଭାର ପୋଖରୀ । ବର୍ଷା କି ବାତ୍ୟା ଆଗକୁ ହେବାର ଆଶଙ୍କା ଥିଲେ ଏହି ପୋଖରୀର ପାଣିର ରଙ୍ଗ ନୀଳ ରଙ୍ଗରୁ ହଳଦିଆ ରଙ୍ଗ ହୋଇ ଯାଇଥାଏ । ଆଉ ଏହି ଖବର ଦ୍ଵାରା ଗ୍ରାମବାସୀ ସଚେତନ ହୋଇ ପଡିଥାନ୍ତି ।
Gg
ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ କିନ୍ତୁ ଏହା ସତ୍ୟ ଅଟେ । ଏହି ଗାଁର ଲୋକମାନେ ପୋଖରୀର ପାଣିକୁ ଦେଖି ଆକଳନ କରିଥାନ୍ତି ବାତ୍ୟା ଆସିବ କି ବର୍ଷା । ଆଉ ଏହାର ପରିମାଣ କେତେ ମାତ୍ରାରେ ରହିବ । ଲଘୁଚାପ ଜନିତ ବର୍ଷା ହେବା ପୂର୍ବରୁ ପାଣିପାଗ ବିଭାଗ ଯେଉଁ ଚେତାବନୀ ବା ସତର୍କ କରାଇଥାଏ ଠିକ୍ ସେହିଭଳି ପାଣିପାଗ ଜନିତ ସୂଚନା ଦେଇଥାଏ ଏହି ପୋଖରୀ । ଏହି ପୋଖରୀ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାଟଲା ଚକଳା ପଞ୍ଚାୟତର ଓଲଡି ଗ୍ରାମରେ ।ଏହି ପୋଖରୀ ବିଷୟରେ ଗ୍ରାମବାସୀମାନେ ମଧ୍ୟ କହିଛନ୍ତି ।
ଗ୍ରାମବାସୀମାନେ କହିଛନ୍ତି ବହୁ ପୁରାତନ ଯୁଗରୁ ଏହି ପୋଖରୀର ପାଣି ବାତ୍ୟା କି ବର୍ଷା ସମ୍ଭାବନା ଥିଲେ ହଳଦିଆ ରଙ୍ଗର ହୋଇ ଯାଇଥାଏ । ପୂର୍ବରୁ ଟିଭି ନଥିଲା ଆଉ ସେତେବେଳେ ଏହି କୁମ୍ଭାର ପୋଖରୀ ପାଣିପାଗ ବିଷୟରେ ସୂଚନା ଦେଉଥିଲା ଆଉ ଏବେ ମଧ୍ୟ ଦେଉଛି । ଏହି ପୋଖରୀ ଅନେକ ବର୍ଷ ପୂର୍ବରୁ ରହିଛି । ଏହି ପୋଖରୀ ପାଖରେ ଏକ ନାଳ ଅଛି ତାହାର ରଙ୍ଗ ପରିବର୍ତ୍ତନ ହୋଇ ନଥାଏ । ଏହି ପୋଖରୀର ପାଣି ବର୍ଷା କି ବାତ୍ୟାର ସୂଚନା ଦେବା ସମୟରେ ଏଭଳି ହଳଦିଆ ରଙ୍ଗ ହୋଇ ଯାଇଥାଏ ଏହାର କାରଣ ଜଣାପଡ଼ିନାହିଁ । ଆଗକୁ ଏହାର କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

Advertisement