ଏବେ ଠକାମୀ ର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ। ବଡ଼ ପଦବୀ ର ଲୋଭ ଦେଖାଇ ଲୁଟି ନେଇ ଯାଇଥିଲେ ସେ ଲକ୍ଷାଧିକ ଟଙ୍କା। ଚାକିରୀ ଦେବା ବଦଳରେ ଟଙ୍କା ନେଇ ଚଂପଟ୍ ମାରିଲେ। ପାଞ୍ଚ ଜଣିଆ ଟିମ୍ ଜଗଦୀପ ସିଂ ପଟାନି ଙ୍କୁ ଏକ ସରକାରୀ ଉଚ୍ଚ ପଦବୀ ଦେବେ ବୋଲି କହି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଯାଇଛନ୍ତି। ଅଭିନେତ୍ରୀଙ୍କ ବାପା ଙ୍କ ନିକଟରୁ ଠକ ୨୫ ଲକ୍ଷ ଟଙ୍କା ଦାବୀ କରିଥିଲେ।
ଏନେଇ ଅବସର ପ୍ରାପ୍ତ ଡେପୁଟି ଏସପି ଜଗଦୀପ ସିଂ ପଟାନି ଏନେଇ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗ ମୁତାବକ ଜଣେ ବ୍ୟକ୍ତି ତାଙ୍କୁ ଅନ୍ୟ କେତେଜଣ ଲୋକଙ୍କ ସହ ପରିଚିତ କରାଇ ଥିଲେ। ଏହା କହିଥିଲେ କି ସେମାନଙ୍କର ବଡ଼ ହାତ ରହିଛି ବୋଲି ଯାହା ଦ୍ଵାରା ତାଙ୍କୁ ଏକ ବଡ଼ ପଦବୀ ଦେବେ ବୋଲି ମଧ୍ୟ ସେ ଏହା ପ୍ରତିଶ୍ରୁତି ଦେଇଥିଲେ। ବଡ଼ ସରକାରୀ ପଦବୀ ରେ ରଖିବେ ବୋଲି ମଧ୍ୟ କହିଥିଲେ।
ଏହାପରେ ତାଙ୍କୁ ଏଭଳି ଏକ ବଡ଼ ମିଥ୍ୟା ପ୍ରତିଶୃତି ଦେବା ପରେ ତାଙ୍କ ନିକଟରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇ ଯାଇଥିଲେ । ଅଭିନେତ୍ରୀଙ୍କ ବାପା ପ୍ରଥମେ ୫ ଲକ୍ଷ ଟଙ୍କା ଓ ପରେ ୨୦ ଲକ୍ଷ ଟଙ୍କା ତିନୋଟି ଭିନ୍ନ ଭିନ୍ନ ଆକାଉଣ୍ଟ କୁ ଟ୍ରାନ୍ସଫର୍ କରିଥିଲେ। ହେଲେ ଏତେ ଟଙ୍କା ଦେଇଥିଲେ ସୁଦ୍ଧା ତାଙ୍କର କାମ ହୋଇ ପାରି ନଥିଲା। ଆଉ ଅଭିଯୁକ୍ତ ତାଙ୍କୁ ଟଙ୍କା ଫେରସ୍ତ କରିବେ ବୋଲି ମଧ୍ୟ ଏହା କହିଥିଲେ।
ହେଲେ ସମୟ ବିତିବା ସତ୍ତ୍ୱେ ମଧ୍ୟ ତାଙ୍କର ପଇସା ଅଭିଯୁକ୍ତ ମାନେ ଫେରାଇ ନଥିଲେ। ଏବେ ଏହାକୁ ନେଇ ଅଭିନେତ୍ରୀ ଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।