ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଘଟଣା ଜାଣିପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଜଣେ ବ୍ୟକ୍ତି ବିବାହ କରିବା ପୂର୍ବରୁ ବହୁତ ଖୁସି ହୋଇଥାଏ । ଆଉ ସେ ଅନେକ ସ୍ବପ୍ନ ବି ଦେଖିଥାଏ । ଏଭଳିଅନେକ ସ୍ବପ୍ନ ଦେଖି ବାହା ହେବାକୁ ଯାଇଥିଲେ ଜଣେ ବର ଆଉ ତାଙ୍କ ସହିତ ଘଟିଥିଲା ଏଭଳି କିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ପ୍ରାୟ ୯୦ ଭାଗ ଲୋକ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।
ଆଉ ପ୍ରେମ କରିବାର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ସୋସିଆଲ ମିଡିଆ ଯଥା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଅନେକ ପ୍ରକାରର ସୋସିଆଲ ମିଡିଆ ଦ୍ଵାରା ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଯୁବକ ଯୁବତୀ । ଏହି ଭିଡିଓ ମାଧ୍ୟମରେ ଯେଉଁ ଘଟଣା ଆପଣମାନେ ଜାଣିବାକୁ ଚାହୁଁଛନ୍ତି ସେହି ଯୁବକ ଆଉ ଯୁବତୀ ଇନଷ୍ଟାଗ୍ରାମରେ ଭଲ ପାଇଥିଲେ । ଆଉ ସେମାନେ ବିବାହ କରିବାକୁ ମଧ୍ୟ ଆଗେଇ ଆସିଥିଲେ । ଯୁବକ ଜଣକ ବର ବେଶ ହୋଇ ବାହା ହେବାକୁ ଆସିଥିଲେ କିନ୍ତୁ ହଜିଗଲା କନିଆଁ । ବର ଜଣକ କାନ୍ଦିବାରେ ଲାଗିଲା ଆଉ ତାଙ୍କୁ ବରଯାତ୍ରୀ ବୁଝାଇଲେ ।
ଇନଷ୍ଟାଗ୍ରାମରେ ପ୍ରେମ କରି ପାନେ ପାଇଲେ ବର । ବରଯାତ୍ରୀ ନେଇ ବର ବେଶରେ ସଜବାଜ ହୋଇ ବାହା ହେବାକୁ ଯାଇଥିଲେ କିନ୍ତୁ ସେଠାରେ କନିଆଁ ନଥିଲା । ମୋଟା ଅଙ୍କର ଟଙ୍କା ନେଇ କନିଆଁ ବରକୁ ଧୋକା ଦେଇ କୁଆଡେ ପଳାଇଛି । ବର ଜଣକ ବରଯାତ୍ରୀ ନେଇ ଠିକଣା ସ୍ଥାନରେ ପହଞ୍ଚିଥିଲେ ଆଉ ସେଠାରେ ସେ ଏସବୁ ଦେଖି ତାଙ୍କର ହୋସ ଉଡ଼ି ଯାଇଥିଲା । ସେଠାରେ ବେଦୀ ନଥିଲା କି କନ୍ୟା ବା ତାର ଘରଲୋକ ନଥିଲେ । ଆଉ ଏଭଳି କିଛି ଠିକଣା ନାହିଁ ବୋଲି ଲୋକମାନେ କହିଥିଲେ । ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ।
ଏହି ବର ଜଣକର ନାମ ହେଉଛି ଦିପକ କୁମାର ଆଉ ତାଙ୍କର ବୟସ ୨୪ ବର୍ଷ ।
ସେ ଦୁବାଇରେ ରହି କାମ କରୁଥିଲେ । ତାଙ୍କର ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହିତ କଥା ହୋଇ ପ୍ରେମ ସଂପର୍କ ହୋଇଥିଲା । ସେ ଦୁବାଇରେ ଶ୍ରମିକ ଭାବରେ କାମ କରୁଥିଲେ । ସେ ମସେ ପୂର୍ବରୁ ବିବାହ କରିବାକୁ ଭାରତ ଆସିଥିଲେ । କିନ୍ତୁ ବାହାଘର ଦିନ ୧୫୦ ବରଯାତ୍ରୀଙ୍କୁ ନେଇ ଠିକଣା ସ୍ଥାନରେ ପହଞ୍ଚିଲା ବେଳକୁ ସେଠାରେ ନଥିଲେ କନ୍ୟା ମନପ୍ରୀତ କର । ଉଭୟ ଉଭୟଙ୍କୁ ଦେଖି ନଥିଲେ ଆଉ ତାଙ୍କର ପ୍ରେମ ୩ ବର୍ଷ ହୋଇଥିଲା । ଯୁବତୀ ଜଣକ ମିଛ କହିଥିଲେ । ଯୁବକ ଜଣକ ଯୁବତୀଙ୍କୁ ୫୦ ରୁ ୬୦ ହଜାର ଟଙ୍କା ଦେଇଛନ୍ତି । ଏବେ ଏହି ଅଭିଯୋଗ ନେଇ ଯୁବକ ଜଣକ ବାପା ଥାନାରେ ପହଞ୍ଚିଛନ୍ତି ଆଉ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।