ସୁନ୍ଦରୀ ପ୍ରେମିକା ର ମୁଣ୍ଡ ରୁ ଦେହକୁ କରି ଦେଇଥିଲା ଅଲଗା। ତୁ ମୋର ହେଲୁନୁ ଆଉ କାହାର ବି ହେବୁନି ବୋଲି ବୋଲି କହି ଜୀବନରୁ ମାରି ଦେଇଥିଲା। ପ୍ରେମିକା ରକ୍ତରେ ହୋଲି ଖେଳି ତିନିଦିନ ହେବ ଲୁଚି ରହିଥିଲା। ଜଙ୍ଗଲରେ ପୋଲିସ ଆଗରେ ବାହାନା ଉପରେ ବାହାନା କରୁଛି ପ୍ରେମିକ। ଛାନିଆ ରେ ଡ୍ରେସ୍ ଖୋଲି ପକାଉଛି ହ-ତ୍ୟା-କାରୀ ପ୍ରେମିକ। ଏଭଳି ଦୃଶ୍ୟ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛି।

ପ୍ରେମିକା କୁ କଲବଲ କରି ମାରି ଦେଇଥିଲା। ଖାଲି ଏତିକି ନୁହେଁ ପ୍ରେମିକା ର ଗଣ୍ଡି ରୁ ମୁଣ୍ଡ କୁ ଅଲଗା କରି ଦେଇଥିଲା। ଏହାପରେ ପ୍ରେମିକା ରକ୍ତରେ ହୋଲି ଖେଳିଥିଲା। ପ୍ରେମିକାର ନାମ ହେଉଛି ଜ୍ୟୋତିମୟୀ। ପ୍ରେମିକ ର ଗୋଡ଼ ତଳେ ପଡ଼ି ଜୀବନରୁ ନମାରିବାକୁ ଚିତ୍କାର କରିବା ସହ ନେହୁରା ମଧ୍ୟ ହେଉଥିଲେ। ହେଲେ ପ୍ରେମିକ ର ହୃଦୟ ଟିକେ ହେଲେ ମଧ୍ୟ ତରଳି ନଥିଲା। ଅତି ନିର୍ମମ ଭାବରେ ପ୍ରେମିକା କୁ ହାଣି ପକାଇ ଥିଲା।

ଗତ ତିନିଦିନ ହେବ ଜଙ୍ଗଲ ଭିତରେ ଏହି ପ୍ରେମିକ ଲୁଚି ରହିଥିଲା। ଏହି ପ୍ରେମିକ ଜଣକ ନାମ ହେଉଛି ବିଷ୍ଣୁ ରଞ୍ଜନ। ହଠାତ୍ ପୋଲିସ କୁ ଜଙ୍ଗଲ ଭିତରେ ଦେଖି ଭୟରେ ନିଜର ଜୀବନ ହାରିବା ପାଇଁ ଚେଷ୍ଟା କରିଥିଲା ପ୍ରେମିକ। ଏଭଳି ଦୃଶ୍ୟ ଦେଖିବା ପରେ ମଧ୍ୟ ପୋଲିସ୍ ର ମୁଣ୍ଡ ହୋଇ ଯାଇଥିଲା ଗୋଲ। ଏକ ତରଫା ଭଲ ପାଇବା ହୋଇଗଲା କାଳ। ପ୍ରେମିକା ରାଜି ନ ହେବାରୁ ପ୍ରେମିକା ର ମୁଣ୍ଡ କାଟିଦେଲା ପ୍ରେମିକ।
ଦୁଇଜଣ ଗୋଟେ କଲେଜ୍ ରେ ପାଠ ପଢ଼ୁଥିବା ବେଳେ ଖୁବ ଭଲ ସାଙ୍ଗ ମଧ୍ଯ ଥିଲେ। ଦୁଇ ଜଣଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ଥିଲା। ହେଲେ ଯୁବକ ଜଣକ ଯୁବତୀ କୁ ଏକ ତରଫା ପ୍ରେମ କରି ବସିଥିଲା। ପ୍ରେମିକ ପ୍ରପୋଜ୍ କରିଥିଲା ପ୍ରେମିକା ଜଣକ ମନା କରି ଦେଇଥିଲା।ଆଉ ସେହି ପ୍ରେମ ପାଇଁ ହିଁ ପ୍ରେମିକ ପ୍ରେମିକା ର ଜୀବନ ନେଇ ଯାଇଥିଲା। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।