ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦୁଇ ବର୍ଷ ଭିତରେ ଦେଢ଼ ଲକ୍ଷ ଚାକିରି ଦିଆଯିବ। ଆଗାମୀ ପାଞ୍ଚ ବର୍ଷ ଭିତରେ ତିନି ଲକ୍ଷ ୫୦ ହଜାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବ। ଯେଉଁ ପଦବୀ ଗୁଡ଼ିକ ପୂରଣ କରିବାର ଆବଶ୍ୟକତା ରହିଛି,ନୂଆ ପଦବୀ ତିଆରି କରିବାକୁ ଅଛି ତାହା କରିବା ଉଚିତ।
କିନ୍ତୁ ତାହା ହୋଇପାରି ନାହିଁ। ସେଥିପାଇଁ ଓଡ଼ିଶା ର ଅନେକ ଶିକ୍ଷିତ ଯୁବକ ଯୁବତୀ ମାନେ ବହୁତ କଷ୍ଟ ପାଇଛନ୍ତି। ସେମାନଙ୍କର ଜୀବନ ଜୀବିକା ମଧ୍ୟ ଉଜୁଡି ପଡ଼ିଛି। ତାହା ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନେକ ସମୟରେ ସେମାନଙ୍କ ପାଇଁ ଯୁଦ୍ଧ କରୁଥିଲେ।ଏହା ବହୁତ ବଡ଼ ଦୁଃଖଦ କଥା ଅଟେ।ବର୍ତ୍ତମାନ ଲକ୍ଷ ଲକ୍ଷ ପଦବୀ ପୂରଣ କରିବା ପାଇଁ କିଛି ବି ପଦକ୍ଷେପ ନିଆଯାଇ ନାହିଁ।
ସରକାରୀ ଖାଲି ପଦବୀ ଆଗାମୀ ପାଞ୍ଚ ବର୍ଷ ଭିତରେ ଦେଢ଼ ଲକ୍ଷ ପୂରଣ କରିବେ ବୋଲି କୁହାଯାଇଥିଲା। ତାର ଆଜି ମୂଳଦୁଆ ପଡ଼ିଲା। ୧୦୦ ଦିନ ଭିତରେ ଏସବୁ ହୋଇ ପାରିଛି।ଏହା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତେ ତାଳି ମାରିଥିଲେ। ଆଗାମୀ କିଛି ସପ୍ତାହ ପରେ କେବଳ ପ୍ରାଥମିକ ସ୍ତର ର ଶିକ୍ଷକ ମାନଙ୍କର ନିଯୁକ୍ତି କ୍ଷେତ୍ର ରେ ପାଖାପାଖି ୨୦ ହଜାର ଶିକ୍ଷକ ଙ୍କୁ ନିଯୁକ୍ତି ଦେବାର ମଧ୍ୟ ଘୋଷଣା କରିଛନ୍ତି।
ଏହିଭଳି ପର୍ଯ୍ୟାୟ ରେ କରି ଆଗାମୀ ଦୁଇ ବର୍ଷ ଭିତରେ ୫୯ ହଜାର ସରକାରୀ ଖାଲି ଥିବା ପଦବୀ କୁ ପୂରଣ କରାଯିବ। ଏବଂ ପାଞ୍ଚ ବର୍ଷ ଭିତରେ ଦେଢ଼ ଲକ୍ଷ ଖାଲି ଥିବା ପଦବୀ କୁ ପୂରଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଏହି ଭିଡିଓ ଟି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ଶୁଣି ଦର୍ଶକ ମାନେ ବେଶ ଖୁସି ହୋଇଛନ୍ତି।ଏବଂ ଯୁବକ ଯୁବତୀ ମାନେ ଚାକିରି ମଧ୍ୟ ପାଇବେ ବୋଲି ଆଲୋଚନା କରାଯାଉଛି।