ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏବେ ଏହି ଭିଡିଓ ଆପଣଙ୍କ ମନରେ ଦୁଃଖ ଦେଇଦେବ । ଘରେ ଗୋଟିଏ ପୁଅ ଜନ୍ମ ହେଲେ ମାଆ ବାପା ଆଉ ସମଗ୍ର ପରିବାର ଭାବିଥାନ୍ତି କି ଏହି ପୁଅ ଭବିଷ୍ୟତରେ ତାଙ୍କୁ ପୋଷିବ । କିନ୍ତୁ ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ କନ୍ଦାଇ ଦେବ ।
ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ପୁରା ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । କାହା ପାଟିରୁ କିଛି ଭାଷା ବାହାରୁ ନାହିଁ ।ଏବେ ସମସ୍ତେ ଏହି ଘଟଣା ଶୁଣି ଅବାକ୍ ହୋଇ ଯାଇଛନ୍ତି । ଯିଏ ନିଜର ଭେଣ୍ଡିଆ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛି ତାର ଦୁଃଖ ଅନେକ । ଯେଉଁ ଭେଣ୍ଡିଆ ପୁଅକୁ ସେ ଛୋଟରୁ ବଡ କରିଥିଲା ଆଉ ତାର ମଙ୍ଗଳ କାମନା କରୁଥିଲେ ସାରା ପରିବାର । ଏବେ ଏହି ଭେଣ୍ଡିଆ ପୁଅ ସବୁଦିନ ପାଇଁ ଆଖି ବୁଜି ଦେଇଛି । ଆଉ ଏହି ଦୁଃଖକୁ ସହି ପାରୁନାହାଁନ୍ତି ପରିବାର ।
୩୦ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ସାରା ପରିବାର । ଦିଗପହଣ୍ଡି ଥାନା ଅଧୀନ ରାଜପୁର ଗାଁର ଦିପକ ବିଶୋଇ ନାମକ ୩୦ ବର୍ଷୀୟ ଯୁବକ ଆଉ ନାହାଁନ୍ତି । ସେ ଆରଆଇ ପରୀକ୍ଷା ଦେଇ ଫେରୁଥିବା ବେଳେ ତାଙ୍କ ସହିତ ଘଟିଥିଲା ଏଭଳି ଘଟଣା । ଦିପକ ପରୀକ୍ଷା ଦେଇ ଫେରୁଥିବା ବେଳେ ବିପରୀତ ଦିଗରେ ମହେନ୍ଦ୍ରା ଗାଡ଼ି ଆସୁଥିଲା । ଆଉ ଏହା ଦ୍ରୁତ ଗତିରେ ଆସୁଥିଲା । ଏହି ଗାଡ଼ି ଦିପକଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲା । ଏକ ବଡ ଦୁର୍ଘଟଣା ଘଟିଥିଲା ।
ଏହି ମହେନ୍ଦ୍ରା ଗାଡ଼ି ଦିପକଙ୍କ ଗାଡ଼ି ଉପରେ ଚଢି ଯିବା ଫଳରେ ଦୀପକଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା ଏହି ଗାଡ଼ି । ଆଉ ମୁଣ୍ଡ ଛେତେରା ହୋଇ ଯାଇଥିଲା । ଏବେ ଆଉ ସେ ଏହି ଦୁନିଆରେ ନାହାଁନ୍ତି । ଦିପକ ଦୁଇବର୍ଷ ପୂର୍ବରୁ ବିବାହ କରିଥିଲେ । ଆଉ ଏବେ ତାଙ୍କର ଛଅ ମାସର ଶିଶୁ କନ୍ୟା ମଧ୍ୟ ରହିଛି । ପରିବାର ହସଖୁସିରେ ଚାଲିଥିଲା ଆଉ ହଠାତ୍ ଏଭଳି ଘଟିଗଲା ଯାହାକୁ ସହ୍ୟ କରି ପାରୁନାହାନ୍ତି ପରିବାର ଲୋକେ । ଏବେ ଦିପକ ଭଳି ଜଣେ ସରଳ ପିଲାକୁ ହରାଇ ସାରା ଗାଁ କାନ୍ଦୁଛି । ଏବେ ଶୋକ ସାଗରରେ ଭାସି ଯାଇଛନ୍ତି ତାଙ୍କର ପରିବାର ।