ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଜୀବ ଜଗତ ପାଇଁ ପ୍ରକୃତିର ଅବଦାନ ଅନେକ। ବେଳେ ବେଳେ ପ୍ରକୃତିରେ ଏଭଳି ଘଟଣା ଘଟିଥାଏ ଯାହା ଜୀବଜଗତକୁ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ତାମିଲନାଡୁର ନିଳଗିରି ପାହାଡ଼ରେ ଅସାଧାରଣ ଘଟଣା ଦେଖିବାକୁ ମିଳିଛି। ଏହି ଫୁଲର ବିଶେଷକଥା ହେଉଛି ଏହା ବାର ବର୍ଷରେ ଥରେ ଫୁଟେ।
ନିଳଗିରି ପାହାଡ଼ରେ ଚମତ୍କାରୀ ଫୁଲ ଫୁଟିଛି। ଏଭଳି ଦୃଶ୍ୟ କେବଳ ୧୨ ବର୍ଷରେ ଥରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଏଏସ୍ ସୁପ୍ରିୟା ସାହୁ ‘ଏକ୍ସ’ରେ ତାମିଲନାଡୁ ପାହାଡ଼ରେ ଫୁଟୁଥିବା ଦୁର୍ଲଭ ଫୁଲ ବିଷୟରେ ଉଲ୍ଲେଖ କରିଛନ୍ତି। ଏହାର ନାଁ ହେଉଛି ‘ନୀଳକୁରିଞ୍ଜି’ ଫୁଲ। ଏହି ଫୁଲର ବିଶେଷ କଥା ହେଉଛି ଏହା ୧୨ ବର୍ଷରେ ଥରେ ଫୁଟିଥାଏ।
କୁହାଯାଏ ଏହି ଚମତ୍କାରୀ ଫୁଲର ନୀଳ ରଂଗ ଯୋଗୁଁ ‘ନୀଳକୁରିଞ୍ଜି’ ଫୁଲର ନାମକରଣ କରାଯାଇଛି। କହିରଖୁଛୁ ୨୦୨୪ରେ ନୀଳକୁରିଞ୍ଜି ଫୁଲକୁ ଆଇୟୁସିଏନ୍ ଦ୍ୱାରା ବିପଦପୂର୍ଣ୍ଣ ପ୍ରଜାତିର ନାଲି ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ସେହି ପ୍ରଜାତିର ଉଦ୍ଭିଦ ଅନ୍ତର୍ଭୁକ୍ତ ଯାହାକି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି। ଏହି ତାଲିକା ମଧ୍ୟମରେ ନୀଳରିକୁଞ୍ଜ ଫୁଲର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ବଞ୍ଚାଇବା ପାଇଁ ଅନୁରୋଧ କରାଯାଇଛି।