ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜର ଝିଅ ଓ ପ୍ରେମିକ ମିଶି ବାପା ଓ ପୁଅ ଉପରେ ଏସିଡ ମାଡ଼ କରିଥିଲେ। ଯାହାର ପରଦା ଫାର୍ସ କରିବାରେ ସଫଳ ହେଉଛି କନ୍ଧମାଳ ଜିଲ୍ଲାର , ତୁମୁଡିବନ୍ଧ ର ପୋଲିସ। ସୁଚନା ମୁତାବକ ଗୁଣି ଗାରେଡ଼ି ଓ ପ୍ରେମ ବ୍ୟାପାର କୁ ନେଇ ତୁମୁଡିବନ୍ଧ ଥାନା ବୁଡାକୁନ୍ଦେଲ ଗ୍ରାମର ମୋହନ୍ କନ୍ଦର ଓ ତାଙ୍କର ପୁଅ ଉପରେ ଏସିଡ ମାଡ଼ କରିଥିଲେ ତାଙ୍କର ଝିଅ ପୁଷ୍ପାଞ୍ଜଳୀ କନ୍ଦର ଓ ପ୍ରେମିକ ବିଜୟ ମାଝୀ।

ପୋଲିସ୍ ଏହି ଘଟଣାର ତଦନ୍ତ କରି ଉଭୟ ପ୍ରେମିକ ଓ ପ୍ରେମିକା ଗିରଫ କରି ସାରିଛନ୍ତି। ସେପଟେ ଅତି ସଙ୍କଟାପନ୍ନ ଅବସ୍ଥାରେ ବାପା ମୋହନ୍ ଓ ତାଙ୍କର ପୁଅ ଚିକିତ୍ସାଧୀନ ରହିଛନ୍ତି। ବିଜୟ ମାଝୀର ମାଆ ଦୁଇ ମାସ ତଳେ ମରି ଯାଇଛନ୍ତି। ଏବଂ ତାଙ୍କର ମାଆର ମୃ-ତ୍ୟୁ ପାଇଁ ସେ ମୋହନ କନ୍ଦର କୁ ଦାୟୀ କରୁଛନ୍ତି। ସେମାନଙ୍କ କହିବା କଥା କି ମୋହନ୍ କନ୍ଦର ଗୁଣି ଗାରେଡ଼ି କରି ତାଙ୍କ ମାଆ କୁ ମାରି ଦେଇଛନ୍ତି।

ପ୍ରଥମରୁ ହିଁ ପୁଷ୍ପାଞ୍ଜଳି ଓ ତାଙ୍କର ପ୍ରେମିକ ବିଜୟ ଙ୍କ ସହ ପ୍ରେମ ସମ୍ପର୍କ କୁ ତାଙ୍କର ବାପା ସମର୍ଥନ କରୁ ନଥିଲେ, ଏହାପରେ ବିଜୟ ମଧ୍ୟ ତାଙ୍କର ମାଆଙ୍କ ମୃ-ତ୍ୟୁ ପାଇଁ ମୋହନ କୁ ଦାୟୀ କରିଥିଲେ। ସେଥିପାଇଁ ଉଭୟ ଏକ ପ୍ରକାରର ଷଡ଼ଯନ୍ତ୍ର କରିଲେ ମୋହନ୍ କନ୍ଦର କୁ ମାରି ଦେବା ପାଇଁ। ବିଜୟ ମାଝୀ କଲିକତା ରୁ ଏସିଡ ନେଇ ଆସିଥିଲେ। ଏହାପରେ ତାକୁ ଆଣି ସେ ପୁଷ୍ପାଞ୍ଜଳୀ ଙ୍କୁ ଦେଇଥିଲେ।
ଏହାପରେ ପୁଷ୍ପାଞ୍ଜଳୀ ଉକ୍ତ ଏସିଡ କୁ ନେଇ ତାଙ୍କ ବାପାଙ୍କ ଉପରେ ଢାଳି ଦେଇଛନ୍ତି। ହେଲେ ତାଙ୍କର ଧାରଣା ନଥିଲା କି ତାଙ୍କର ବାପାଙ୍କ ନିକଟରେ ତାଙ୍କର ଏକ ଛୋଟ ଭାଇ ସୋଇଥିଲା ବୋଲି। ଏଥିରେ ମୋହନ୍ କନ୍ଦର ଓ ତାଙ୍କର ସାନ ପୁଅ ଅନୁଜ କନ୍ଦର ଉଭୟଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ଏବେ ଫୁଲବାଣୀ ରେ ଚିକିତ୍ସିତ ହେଉଛନ୍ତି ଆଉ ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି। ଏହି ଘଟଣାରେ ପୋଲିସ୍ ମଧ୍ୟ ଏବେ ତଦନ୍ତ କରୁଛି।