ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଦଳୀୟ ନେତା ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଟ୍ବିଟ୍ କରି ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ଏପଟେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏହାକୁ ହସ୍ୟାସ୍ପଦ କହିବା ସହିତ ପ୍ରୋସିଡିଙ୍ଗରେ ସଂସଦ।
କିମ୍ବା ବିଧାନସଭାରେ ଗିରଫ କେବେ ଦେଖିନଥିବା କହିଛନ୍ତି। ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଆଜି ବିଧାନସଭାରେ ଦାବି କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହରେ ବିଶୃଙ୍ଖଳା କରିଥିଲା ବିରୋଧି ବିଜେଡି। ବିଜେଡିର ଏହି କାଣ୍ଡ ପାଇଁ ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଛନ୍ତି।
ସେପଟେ ମହାଲିଙ୍ଗଙ୍କ ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜର ନାହିଁ ବୋଲି କହିଛନ୍ତି ଅରୁଣ । ସୂଚନା ଅନୁସାରେ, ଗତକାଲି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ବିଜେଡି ଗୃହ ତ୍ୟାଗ କରିଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସିଟରୁ ଉଠି ବିଧାୟକଙ୍କ ସମେତ ରାଜ୍ୟପାଳଙ୍କ ଭାଷଣ ବେଳେ ଗୃହରୁ ଚାଲିଯାଇଥିଲେ। ସେହିପରି କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ତ୍ୟାଗ କରିଥିଲେ ।
ଏହାପରେ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ତେବେ ବନ୍ଧୁଗଣ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଓ ହତ୍ୟା ଧମକ ଦେବା ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ। ସେହିପରି ଆଜି ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାକୁ ନେଇ ଗୃହରେ ନାରାବାଜି କରିଥିଲା ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ କରିଥିଲା ବିଜେଡି । ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।