Jun 25, 2024, 16:04 IST

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ କାରବାର ଆଉ ଅଚାନକ ହେଲା କିଛି ଏମିତି ଦେଖନ୍ତୁ Exclusive Visual

Hf

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜଙ୍ଗଲରେ ଚାଲିଛି ଦେଶୀ ମ-ଦ ବେପାର। ଅବକାରୀ ବିଭାଗ ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣରେ ମ-ଦ ନଷ୍ଟ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନର୍ଲା ସାପଦୁହୁନି ନିକଟସ୍ଥ ଜଙ୍ଗଲରେ। ଦୀର୍ଘଦିନ ଧରି ବ୍ୟାପକ ପରିମାଣର ଦେଶୀ ମ-ଦ ପ୍ରସ୍ତୁତ ଚାଲିଥିବା ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହେଇଥିଲା। ଅଭିଯୋଗ ପାଇ ଅବକାରୀ ବିଭାଗ ସାପଦୁହୁନି ଜଙ୍ଗଲରେ ଚଢାଉ କଲାବେଳେ ଜଙ୍ଗଲ ଭିତରେ ମାଟି ତଳେ ଶହ ଶହ ଡ୍ରମ ମହୁଲ ପୋଚ ପୋତା ଯାଇଥିବା ବେଳେ ବାହାରେ ଚାଲିଥିଲା ମ-ଦ ପ୍ରସ୍ତୁତି। 
Gg
ଅବକାରୀ ବିଭାଗକୁ ଦେଖି ମ-ଦ ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ, ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ କର୍ମଚାରୀ ମାନେ ଶହଶହ ଲିଟରର ମହୁଲ ପୋଚ ଢ଼ାଳି ନଷ୍ଟ କରିଛନ୍ତି। ସୂଚନା ଅନୁସାରେ, ମ-ହା-ମା-ରୀ କରୋନା ସମୟରେ ସବୁଆଡେ ଲକଡାଉନ ହେଉଥିବା ବେଳେ ଲାଞ୍ଜିଗତ ନର୍ଲା ସୀମାନ୍ତରେ ମ-ଦ ମାଫିଆ ମାନେ ଦେଶୀ ରନ୍ଧା ମ-ଦ ପ୍ରସ୍ତୁତ ଓ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ। 
Vv
ସେତେବେଳେ ଅଞ୍ଚଳରେ ଦେଶୀ ରନ୍ଧା ମ-ଦ ପ୍ରସ୍ତୁତ କୁଟୀର ଶିଳ୍ପ ପାଲଟିଥିବା ବେଳେ ଲାଇସେନ୍ସ ପ୍ରାପ୍ତ ଦେଶୀ ଏବଂ ବିଦେଶୀ ମ-ଦ ଦେକାନ ସବୁ ବନ୍ଦ ଥିବାରୁ ଏହି ମ-ଦ ବ୍ୟବସାୟୀ ମାନେ ନକଲି ଓ ବିଷାକ୍ତ ମ-ଦ ତିଆରି କରି ଦେଶରେ ମାଲାମାଲ ହୋଇଥିଲେ। ଏବେ ବି ସେଇ ମ-ଦ ବେପାରୀ ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ହଜାର ହଜାର ଲିଟର ମ-ଦ ତିଆରି କରି ଜିଲ୍ଲା ବାହାରକୁ ଚୋରା ଚାଲାଣ କରୁଛନ୍ତି। 
ସେହିପରି ୟୁରିଆ, ସ୍ପିରିଟ, ସୋଲୁସନ ମିଶାଇ ନକଲି ଓ ବିଷାକ୍ତ ମ-ଦ ତିଆରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ସେହିପରି କମ ଦାମରେ ନି-ଶା ସେବନ ଲୋଭରେ ପଡ଼ି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ଏହି ମ-ଦ ପିଇ ଅକାଳରେ ଜୀବନ ହାରୁଛନ୍ତି। ଏଣୁ ନୂଆ ସରକାର ମ-ଦ ବନ୍ଦ ନକଲେ ନାହିଁ କିନ୍ତୁ ନକଲି ଓ ବିଷାକ୍ତ ମ-ଦ ବକଳରୁ ଲୋକଙ୍କୁ ରକ୍ଷା କରିବାକୁ ଦାବି ହେଉଛି।

Advertisement